ETV Bharat / sports

SLW vs INDW: ଶେଫାଳି-ସ୍ମୃତିଙ୍କ ରେକର୍ଡ ପାର୍ଟନରସିପ୍, ଭାରତ 2-0ରେ ଆଗୁଆ

author img

By

Published : Jul 4, 2022, 5:15 PM IST

ମହିଳା ଭାରତ - ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ: 10 ୱିକେଟରେ ମ୍ୟାଚ ହାତେଇଲା ଭାରତ
ମହିଳା ଭାରତ - ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ: 10 ୱିକେଟରେ ମ୍ୟାଚ ହାତେଇଲା ଭାରତ

ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଖେଳାଯାଉଥିବା ମହିଳା ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ମହିଳା ଟିମର ବାଜିମାତ । ଦ୍ୱିତୀୟ ମ୍ୟାଚରେ ବିଜୟ ପରେ ସିରଜରେ ଭାରତ 2-0ରେ ଆଗୁଆ । ଅଧିକ ପଢନ୍ତୁ

ପାଲେକେଲ୍ (Pallekele) ଶ୍ରୀଲଙ୍କା: ଘରୋଇ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଖେଳାଯାଉଥିବା ମହିଳା ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ମହିଳା ଟିମର ବାଜିମାତ । ଦ୍ୱିତୀୟ ମ୍ୟାଚରେ ବିଜୟ ପରେ ସିରଜରେ ଭାରତ 2-0ରେ ଆଗୁଆ । ଆଜି (ସୋମବାର) ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଭାରତ 10 ୱିକେଟରେ ମ୍ୟାଚ ହାତେଇଛି ।

ଟସ ଜିତି ଭାରତ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଅଧିନାୟିକା ହରମନପ୍ରିତ କୌର ଘରୋଇ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 173 ରନ କରିଥିଲା । ଭାରତକୁ 174 ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।

ଭାରତ ପକ୍ଷରୁ ଓପନର ଶେଫାଳି ବର୍ମା ଏବଂ ସ୍ମୃତି ମାନ୍ଧନାଙ୍କ ପାର୍ଟନରଶିପ ଭାରତକୁ ସହଜ ବିଜୟ ଦେଇଥିଲା । ଶେଫାଳି ବର୍ମା 71 ବଲରୁ ଗୋଟିଏ ଛକା ଓ 4ଟି ଚୌକା ମାରି 71 ରନ କରି ଅପରାଜିତ ରହିଛନ୍ତି । ସେହିପରି ସ୍ମୃତି 83 ବଲରୁ ଗୋଟିଏ ଛକା 11 ଟି ଚୌକା ମାରି 94 ରନ କରି ଅପରାଜିତ ରହିଛନ୍ତି । ଏହି ମ୍ୟାଚରେ ରେନୁକା ସିଂହ 4 ଟି ୱିକେଟ ହାସଲ କରି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହି ମ୍ୟାଚ ପଲ୍ଲେକଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.