ETV Bharat / sports

ଟି-୨୦ ଫର୍ମାଟରେ ଖେଳାଯିବ 2022 Asia Cup, ଅଗଷ୍ଟ ୨୭ରୁ ଆରମ୍ଭ

author img

By

Published : Mar 19, 2022, 6:51 PM IST

Updated : Mar 19, 2022, 10:45 PM IST

ଅଗଷ୍ଟ ୨୭ରୁ ଖେଳାଯିବ ଏସିଆ କପ୍‌ ୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଅଧିକ ପଢନ୍ତୁ

Sri Lanka to host Asia Cup T20 tournament from Aug 27
ଟି-୨୦ ଫର୍ମାଟରେ ଖେଳାଯିବ 2022 Asia Cup, ଅଗଷ୍ଟରୁ ୨୭ ଆରମ୍ଭ

କଲମ୍ବୋ: ଅଗଷ୍ଟ ୨୭ରୁ ଖେଳାଯିବ ଏସିଆ କପ୍‌ ୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଶ୍ରୀଲଙ୍କାରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟ। ଏସିଆନ କ୍ରିକେଟ କାଉନସିଲ(ACC) ବାର୍ଷିକ ସାଧାରଣ ବୈଠକ ପରେ ଶନିବାର ଏହି ଘୋଷଣା କରିଛି ।

  • The Asia Cup 2022 (T20 Format) will be held in Sri Lanka from 27 August - 11 September later this year. The Qualifiers for the same will be played 20 August 2022 onwards.

    — AsianCricketCouncil (@ACCMedia1) March 19, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ACC AGM: ସଭାପତି ଜୟ ଶାହାଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି

ସମସ୍ତ ୫ଟି ଟିମ-- ଆୟୋଜକ ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଆଉ ଏକ ଟିମ ଅଗଷ୍ଟ ୨୦ରୁ ଆରମ୍ଭ ହେଉଥିବା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପରେ ସ୍ପଷ୍ଟ ହେବ । ଏସିଆ କପର ଫର୍ମାଟ୍‌ ଟି-୨୦ ଓ ଦିନିକିଆ ଫର୍ମାଟରେ ଅଦଳବଦଳ ହୋଇ ଖେଳାଯାଉଛି । ଶେଷ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ୨୦୧୮ରେ ଖେଳାଯାଇଥିଲା ଓ ଏଥିରେ ଭାରତ ବିଜୟୀ ହୋଇଥିଲା। ଏହାର ପରବର୍ତ୍ତୀ ସଂସ୍କରଣ ୨୦୨୦ରେ ଖେଳାଯିବା ନେଇ ସୂଚୀ ରହିଥିଲା ମାତ୍ର COVID-19 ମହାମାରୀ କାରଣରୁ ସ୍ଥଗିତ ରହିଥିଲା ।

ଶ୍ରୀଲଙ୍କା ୨୦୨୦ ସଂସ୍କରଣର ଆୟୋଜକ ରହିଥିଲା ମାତ୍ର ଏହା ପ୍ରଥମେ ୨୦୨୧ ଓ ପରେ ୨୦୨୨କୁ ସ୍ଥଗିତ ହୋଇଥିଲା । ଫଳରେ ୨୦୨୨ ସଂସ୍କରଣର ଟୁର୍ଣ୍ଣାମେଣ୍ଟ ଆୟୋଜକ ମାନ୍ୟତା ବଜାୟ ରଖିଛି ଶ୍ରୀଲଙ୍କା । ଏହାପରେ ୨୦୨୩ ସଂସ୍କରଣର ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜକ ରହିଛି ।

ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆ କପ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠୁ ସଫଳତମ ଟିମ ରହିଛି । ଭାରତ ୭ ଥର ବିଜେତା ରହିଥିବାବେଳେ, ଶ୍ରୀଲଙ୍କା ୫ ଥର ଟ୍ରଫି ଜିତିପାରିଛି ।

IANS

Last Updated : Mar 19, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.