ETV Bharat / sports

Sports Year Ender 2022: କ୍ରିକେଟର କେଉଁ ଫର୍ମାଟକୁ କିଏ କହିଲେ ଅଲବିଦା

author img

By

Published : Dec 24, 2022, 7:23 PM IST

Sports Year Ender 2022 : କ୍ରିକେଟ ଦୁନିଆକୁ କହିଲେ ଅଲବିଦା
Sports Year Ender 2022 : କ୍ରିକେଟ ଦୁନିଆକୁ କହିଲେ ଅଲବିଦା

ବର୍ଷ ୨୦୨୨ରେ କ୍ରିକେଟ ଦୁନିଆରୁ ଅବସର ଗ୍ରହଣ କରିଥିବା କିଛି ଚର୍ଚ୍ଚିତ ଚେହେରା । ରୈନାଙ୍କ ଠାରୁ ମିତାଲି, ଉତ୍ଥାପାଙ୍କଠାରୁ ଝୁଲଣ.... କ୍ରିକେଟ ପଡିଆରେ କମାଲ କରି ଦେଶ ପାଇଁ ଗୌରବ ହାସଲ କରୁଥିବା କିଛି କ୍ରିକେଟରଙ୍କ ବିଭିନ୍ନ ଫର୍ମାଟକୁ ଅଲବିଦାକୁ ନେଇ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା କ୍ରୀଡା ଫର୍ଦ୍ଦ 2022.....

ହାଇଦ୍ରାବାଦ: ପ୍ରତି ବର୍ଷ ଦଳରେ ନୂଆ ଖେଳାଳି ଡେବ୍ୟୁ କରନ୍ତି । ସେହିପରି କିଛି ଖେଳାଳି ଖେଳ ଜଗତରୁ ସନ୍ନ୍ୟାସ ନେଇଥାନ୍ତି । କେହି କେହି କ୍ରିକେଟର ଗୋଟିଏ ଫର୍ମାଟକୁ ଅଲବିଦା କହିଥିବା ସହିତ ଦୁଇଟି ଫର୍ମାଟରେ ଖେଳ ଜାରି ରଖିଥାନ୍ତି । ଆଉ କେହି କେହି କ୍ରିକେଟ ଦୁନିଆରୁ ପୁରାପୁରି ଅବସର ନେଇଯାଇଛନ୍ତି । ବର୍ଷ ୨୦୨୨ରେ ବହୁ କ୍ରିକେଟ ତାରକା କ୍ରିକେଟ ଦୁନିଆରୁ ସନ୍ୟାସ ଗ୍ରହଣ କରିଛନ୍ତି । କେବଳ ପୁରୁଷ କ୍ରିକେଟରେ ନୁହେଁ ମହିଳା କ୍ରିକେଟରେ ମଧ୍ୟ କିଛି କ୍ରିକେଟ କିମ୍ବଦନ୍ତୀ କ୍ରିକେଟରୁ ଅବସର ନେଇଛନ୍ତି ।

ନଜର ପକାନ୍ତୁ ଏବର୍ଷ ଅବସର ନେଇଥିବା କ୍ରିକେଟରଙ୍କ ଉପରେ

ସୁରେଶ ରୈନା
ସୁରେଶ ରୈନା

ସୁରେଶ ରୈନା ( Suresh Raina )

ପୂର୍ବରୁ ସୁରେଶ ରୈନା ବର୍ଷ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ଉତ୍ତର ପ୍ରଦେଶରେ ସେ ଘରୋଇ କ୍ରିକେଟ ଖେଳିବା ଜାରି ରଖିଥିଲେ । କିନ୍ତୁ ସେ ବିଦେଶରେ ଖେଳାଯାଉଥିବା ଟି୨୦ ଲିଗ ମ୍ୟାଚ ଖେଳିବାକୁ ବିସିସିଆଇ, ୟୁପି କ୍ରିକେଟ ସଂଘ ଏବଂ ଆଇପିଏଲ ଟିମ CSK ସହିତ ଭାରତର ସମସ୍ତ କ୍ରୀଡାରୁ ୨୦୨୨ ସେପ୍ଟେମ୍ବର ୬ ତାରିଖରେ ସେ ସନ୍ୟାସ ଘୋଷଣା କରିଥିଲେ । ସୁରେଶ ରୈନାଙ୍କ ଆଇପିଏଲ କ୍ୟାରିୟର ଉପରେ ନଜର ପକାଇବା ତାହେଲେ ସେ ଦୀର୍ଘ ଦିନ ଧରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ତରଫରୁ ପ୍ରତିନିଧିତ୍ବ କରୁଥିଲେ । ସେହିପରି ଅନ୍ତର୍ଜାତୀୟ କ୍ରିକେଟ ଉପରେ ନଜର ପକାଇଲେ ତିନୋଟି ଫର୍ମାଟରେ ରୈନା ସକ୍ରିୟ ରହିଥିଲେ । ସେ 18ଟି ଟେଷ୍ଟ ମ୍ୟାଚ ଖେଳି ୭୬୮ ରନ ସଂଗ୍ରହ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ସେ ୨୨୬ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହି ଫର୍ମାଟରେ ସେ ୫ ଟି ଶତକ ଏବଂ ୩୬ ଟି ଅର୍ଦ୍ଧଶତକ ସହିତ ୫୬୧୫ ରନ ସଂଗ୍ରହ କରିଛନ୍ତି । ସେହିପରି ଟି୨୦ ଫର୍ମାଟରେ ସେ ୭୮ ଟି ମ୍ୟାଚ ଖେଳି ଗୋଟିଏ ଶତକ ସହିତ ୧୬୦୪ ରନ କରିଛନ୍ତି । ସେହିପରି ଆଇପିଏଲରେ ୨୦୫ ଟି ମ୍ୟାଚ ଖେଳି ଗୋଟିଏ ଶତକ ସହିତ ୫୫୨୮ ରନ କରିଛନ୍ତି ।

ରବିନ ଉତ୍ଥାପା
ରବିନ ଉତ୍ଥାପା

ରବିନ ଉତ୍ଥାପା ( Robin Uthappa )

ରବିନ ଉତ୍ଥାପା ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିଲେ । ସେ ବର୍ଷ ୨୦୦୬ ଏପ୍ରିଲ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ଇନ୍ଦୋରରେ ଖେଳାଯାଇଥିବା ଏହି ଡେବ୍ୟୁ ମ୍ୟାଚରେ ରବିନ ଉତ୍ଥାପା ଓପନିଂ କରିଥିଲେ । ଏହି ଡେବ୍ୟୁ ମ୍ୟାଚ ତାଙ୍କ ପାଇଁ ବେଶ ସ୍ମରଣୀୟ ହୋଇଥିଲା । ସେ ଏହି ମ୍ୟାଚରେ ୮୬ ରନର ବଡ ଇନିଂସ ଖେଳିଥିଲେ । ସେ ୪୬ ଟି ଦିନିକିଆ ମ୍ୟାଚ ଖେଳି ୯୩୪ ରନ ସଂଗ୍ରହ କରିଛନ୍ତି । ୧୩ ଟି ଟି୨୦ ମ୍ୟାଚ ଖେଳି ୨୪୯ ରନ ସଂଗ୍ରହ କରିଛନ୍ତି । ସେହିପରି ଉତ୍ଥାପା ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ, ରାଜସ୍ତାନ ରୟାଲର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିଛନ୍ତି ।

କ୍ରିସ ମୋରିସ ( Chris Morris )

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ବର୍ଷ ଆରମ୍ଭରୁ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । କ୍ରିକେଟର ତିନୋଟି ଫର୍ମାଟରୁ ସନ୍ୟାସ ନେବା ନେଇ ସେ ଜାନୁଆରୀ ୧୧ ତାରିଖରେ ଘୋଷଣା କରିଥିଲେ । ବର୍ଷ ୨୦୧୨ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କିରିଥିଲେ । ସେ ଦକ୍ଷିଣ ଆଫ୍ରିକା ପାଇଁ ୪ ଟି ଟେଷ୍ଟ ମ୍ୟାଚ, ୪୨ ଟି ଦିନିକିଆ ମ୍ୟାଚ, ୨୩ ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଏହି ସବୁ ଫର୍ମାଟରେ କ୍ରମଶଃ ସେ ୧୨, ୪୮, ୩୪ ଟି ୱିକେଟ ନେଇଛନ୍ତି । ସେହିପରି ତିନୋଟି ଫର୍ମାଟରେ ସେ ୭୭୩ ରନ ସଂଗ୍ରହ କରିଛନ୍ତି ।

କିରନ ପୋଲାର୍ଡ
କିରନ ପୋଲାର୍ଡ

କିରନ ପୋଲାର୍ଡ ( Kieron Pollard )

ୱେଷ୍ଟ ଇଣ୍ଡିଜର ଲିଜେଣ୍ଡ କ୍ରିକେଟର କିରନ ପୋଲାର୍ଡ । ଆଇପିଏଲରେ ତାଙ୍କର ବେଶ ଦବଦବା ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଚମ୍ପିଆନ କରିବାରେ ପୋଲାର୍ଡଙ୍କର ବେଶ ମହତ୍ବପୂର୍ଣ୍ଣ ଭୂମିକା ରହିଛି । କିରନ ପୋଲାର୍ଡ ଏବେ ଆଇପିଏଲରୁ ସନ୍ୟାସ ଗ୍ରହଣ କରିଛନ୍ତି । ସେ ବର୍ଷ ୨୦୦୯ରେ MI ଟିମରେ ଯୋଗ ଦେଇଥିଲେ । ଆଇପିଏଲରେ ୧୮୯ ଟି ମ୍ୟାଚ ଖେଳି ୩୪୧୨ ରନ ସଂଗ୍ରହ କରିଛନ୍ତି । ପୋଲାର୍ଡ ଆଇପିଏଲରେ ୧୬ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ ଫଟାଫଟ କ୍ରିକେଟ ଟି୨୦ ଫର୍ମାଟ ସ୍ପେସାଲିଷ୍ଟ ଭାବରେ ଜଣାଶୁଣା ପୋଲାର୍ଡ ୱେଷ୍ଟ ଇଣ୍ଡିଜ ତରଫରୁ ୧୨୩ ଟି ଦିନିକିଆ ମ୍ୟାଚ ଖେଳିବା ସହିତ ୧୦୧ ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଦିନିକିଆରେ ୨୭୦୬ ରନ ସଂଗ୍ରହ କରିବା ସହିତ ୫୫ ଟି ୱିକେଟ ନେଇଛନ୍ତି । ସେହିପରି ଟି୨୦ ଫର୍ମାଟରେ ୧୫୬୯ ରନ ସଂଗ୍ରହ କରି ୪୨ ଟି ୱିକେଟ ନେଇଛନ୍ତି ।

ବେନ ଷ୍ଟୋକ୍ସ
ବେନ ଷ୍ଟୋକ୍ସ

ବେନ ଷ୍ଟୋକ୍ସ ( Ben Stokes )

ଇଂଲଣ୍ଡର ଷ୍ଟାର କ୍ରିକେଟର ବେନ ଷ୍ଟୋକ୍ସ ହଠାତ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିଥିଲେ । ଷ୍ଟୋକ୍ସଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ତେବେ ସେ ତାଙ୍କ ଫିଟନେସକୁ ନଜରରେ ରଖି ଦିନିକିଆ ଫର୍ମାଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିଥିଲେ । ଏହା ସହିତ ସେ କ୍ରିକେଟର ଅନ୍ୟ ଦୁଇଟି ଫର୍ମାଟ ଟେଷ୍ଟ ଓ ଟି୨୦ରେ ପୁରା ଧ୍ୟାନ ଦେବା ନେଇ ମଧ୍ୟ କହିଥିଲେ । ସେ ୧୦୫ ଟି ଦିନିକିଆ ମ୍ୟାଚ ଖେଳି ତିନୋଟି ଶତକ ଓ ୨୧ ଟି ଅର୍ଦ୍ଧଶତକ ସହିତ ୨୯୨୪ ରନ ସଂଗ୍ରହ କରିଛନ୍ତି ।

ଇୟାନ ମୋର୍ଗାନ
ଇୟାନ ମୋର୍ଗାନ

ଇୟାନ ମୋର୍ଗାନ ( Eoin Morgan )

ବର୍ଷ ୨୦୧୯ରେ ଇଂଲଣ୍ଡକୁ ବିଶ୍ବ ବିଜୟୀ କରାଇଥିବା ଅଧିନାୟକ ଇୟୋନ ମର୍ଗାନ ନିଜର ଖରାପ ଫର୍ମ ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରି ୧୬ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଥିଲେ । ମର୍ଗାନ ଟି୨୦, ଦିନିକିଆ ଓ ଟେଷ୍ଟକୁ ମିଶାଇ ୧୦ ହଜାରରୁ ଉର୍ଦ୍ଧ୍ବ ରନ ସଂଗ୍ରହ କରିଛନ୍ତି । ଇୟୋନ ମର୍ଗାନ ବର୍ଷ ୨୦୦୬ରେ ଆୟାରଲାଣ୍ଡ ତରଫରୁ ପ୍ରଥମେ ଖେଳିଥିଲେ । ଏହାର ତିନି ବର୍ଷ ପରେ ୨୦୦୯ ମସିହାରେ ଇଂଲିସ ଟିମ ତରଫରୁ ଖେଳିବା ଆରମ୍ଭ କରିଥିଲେ । ସେ ୧୬ ଟି ଟେଷ୍ଟ ମ୍ୟାଚ ଖେଳି ଦୁଇଟି ଶତକ ଏବଂ ୩ ଟି ଅର୍ଦ୍ଧଶତକ ସହିତ ୭୦୦ ରନ ସଂଗ୍ରହ କରିଛନ୍ତି । ସେହିପରି ୨୪୮ ଟି ଦିନିକିଆ ମ୍ୟାଚ ଖେଳି ୧୪ ଟି ଶତକ ଏବଂ ୪୭ ଟି ଅର୍ଦ୍ଧଶତକ ବଳରେ ସେ ୭୭୦୧ ରନ ସଂଗ୍ରହ କରିଛନ୍ତି । ଟି୨୦ ଫର୍ମାଟରେ ୧୫ ଟି ମ୍ୟାଚ ଖେଳି ୧୪ ଟି ଅର୍ଦ୍ଧଶତକ ସହିତ ୨୪୫୮ ରନ ସଂଗ୍ରହ କରିଛନ୍ତି ।

ମହମ୍ମଦ ହଫିଜ
ମହମ୍ମଦ ହଫିଜ

ମହମ୍ମଦ ହଫିଜ ( Mohammad Hafeez )

ପାକିସ୍ତାନର ଅନୁଭବୀ ଅଲରାଉଣ୍ଡର ମହମ୍ମଦ ହଫିଜ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଘୋଷଣା କରିବା ସହିତ ୧୮ ବର୍ଷର ଲମ୍ବା କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଥିଲେ । ସେ ପାକିସ୍ତାନ ତରଫରୁ ତିନୋଟି ବିଶ୍ବକପ ଏବଂ ଛଅଟି ଟି୨୦ ବିଶ୍ବକପ ଖେଳିଛନ୍ତି । ସେହିପରି ୫୫ ଟି ଟେଷ୍ଟ ମ୍ୟାଚ, ୨୧୮ ଟି ଦିନିକିଆ ମ୍ୟାଚ ଏବଂ ୧୧୯ ଟି ଟି୨୦ ମ୍ୟାଚରେ ପାକିସ୍ତାନ ତରଫରୁ ପ୍ରତିନିଧିତ୍ବ କରିଛନ୍ତି ମହମ୍ମଦ ହଫିଜ । ସେ ଏହି ତିନୋଟି ଫର୍ମାଟରେ ପାଖାପାଖି ୧୨ ହାଜରରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏହା ସହିତ ସେ ୩୨ ଥର ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ତାଙ୍କ ନାମରେ ରେକର୍ଡ ରହିଛି । ବର୍ଷ ୨୦୦୩ରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ସେ କ୍ରିକେଟ ଦୁନିଆରେ ପାଦ ଥାପିଥିଲେ ।

ଲେଣ୍ଡେଲ ସିମନ୍ସ ( Lendl Simmons )

ୱେଷ୍ଟଇଣ୍ଡିଜର କ୍ରିକେଟର ଲେଣ୍ଡେଲ ସିମନ୍ସ ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ବର୍ଷ ୨୦୦୬ରେ ପାକିସ୍ତାନ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ଡେବ୍ୟୁ କରିଥିଲେ । ବର୍ଷ ୨୦୧୬ରେ ଟି୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜକୁ ଚମ୍ପିଆନ କରାଇବା ଦିଗରେ ଲେଣ୍ଡେଲ ସିମନ୍ସ ମହତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ସେ ୮ ଟି ଟେଷ୍ଟ ମ୍ୟାଚରୁ ୨୭୮ ରନ କରିଛନ୍ତି । ୬୮ ଟି ଦିନିକିଆ ମ୍ୟାଚରୁ ଦୁଇ ଟି ଶତକ ଓ ୧୬ ଟି ଅର୍ଦ୍ଧଶତକ ସହିତ ୧୯୫୮ ରନ ସଂଗ୍ରହ କରିଛନ୍ତି । ଟି୨୦ରେ ୬୮ ଟି ମ୍ୟାଚରୁ ୯ ଟି ଅର୍ଦ୍ଧଶତକ ସହ ୧୫୨୭ ରନ ସଂଗ୍ରହ କରିଛନ୍ତି ।

ଆରୋନ ଫିଞ୍ଚ
ଆରୋନ ଫିଞ୍ଚ

ଆରୋନ ଫିଞ୍ଚ ( Aaron Finch )

ଅଷ୍ଟ୍ରେଲିଆର ଦମଦାର କ୍ରିକେଟର ଆରୋନ ଫିଞ୍ଚ ଟେଷ୍ଟ ଏବଂ ଟି୨୦ ଫର୍ମାଟରେ ଅଧିକ ଫୋକସ କରିବା ପାଇଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଅଷ୍ଟ୍ରେଲିଆ ତରଫରୁ ୧୪୬ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୧୭ ଟି ଶତକ ଓ ୩୦ ଟି ଅର୍ଦ୍ଧଶତକ ସହିତ ୫୪୦୬ ରନ ସଂଗ୍ରହ କରିଛନ୍ତି ।

ମହିଳା କ୍ରିକେଟର

ମିତାଲି ରାଜ
ମିତାଲି ରାଜ

ମିତାଲି ରାଜ ( Mithali Raj )

ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ମିତାଲି ରାଜ ଚଳିତ ବର୍ଷ ଜୁନ ୮ ତାରିଖରେ କ୍ରିକେଟ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ମହିଳା କ୍ରିକେଟ ଦୁନିଆରେ ମିତାଲି ରାଜ ତାଙ୍କ ପ୍ରତିଭାର ଅନେକ ଛାପ ଛାଡିଛନ୍ତି । ବର୍ଷ ୧୯୯୯ରେ ସେ ୧୬ ବର୍ଷ ବୟସରୁ କ୍ରିକେଟ ଦୁନିଆରେ ପାଦ ଥାପିଥିଲେ । ସେ ଟିମ ଇଣ୍ଡିଆ ତରଫରୁ ୧୨ ଟି ଟେଷ୍ଟ, ୨୩୨ ଟି ଦିନିକିଆ ଏବଂ ୮୯ ଟି ଟି୨୦ ମ୍ୟାଚ ଖେଳିଛନ୍ତି । ମିତାଲି ରାଜଙ୍କ ଅଧିନାୟକତ୍ବରେ ଭାରତ ବିଶ୍ବକପରେ ଦୁଇଥର ଉପବିଜେତା ରହିଛି । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ମିତାଲି ବିଶ୍ବର ବିଶ୍ବର ସର୍ବାଧିକ ରନ ସଂଗ୍ରହ କରିଥିବା କ୍ରିକେଟର । ସେ ୭ ଟି ଶତକ ଏବଂ ୬୪ଟି ଅର୍ଦ୍ଧଶତକ ସହିତ ୭୮୦୫ ରନ ସଂଗ୍ରହ କରିଛନ୍ତି ।

ଝୁଲଣ ଗୋସ୍ବାମୀ
ଝୁଲଣ ଗୋସ୍ବାମୀ

ଝୁଲଣ ଗୋସ୍ବାମୀ ( Jhulan Goswami )

କିମ୍ବଦନ୍ତୀ କ୍ରିକେଟର ଝୁଲଣ ଗୋସ୍ବାମୀ ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ କ୍ରିକେଟ ଦୁନିଆରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ । ଚକଦା ଏକ୍ସପ୍ରେସ ନାମରେ ଜଣାଶୁଣା ଏହି ଲିଜେଣ୍ଡ କ୍ରିକେଟର କ୍ରିକେଟ ଦୁନିଆର ସବୁଠୁ ଅଧିକ ୱିକେଟ ହାସଲ କରିଥିବା କ୍ରିକେଟର । ବର୍ଷ ୨୦୦୨ ଜାନୁଆରୀ 6 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ରିକେଟ କ୍ୟାରିୟରରେ ୨୮୪ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୩୫୫ ଟି ୱିକେଟ ହାତେଇଛନ୍ତି । ମହିଳା ବିଶ୍ବକପରେ ସର୍ବାଧିକ ୪୩ ଟି ୱିକେଟ ହାତେଇଥିବା ରେକର୍ଡ ଝୁଲଣ ଗୋସ୍ବାମୀଙ୍କ ନାମରେ ରହିଛି । ଏହା ସହିତ ସେ ୩ ଟି ଅର୍ଦ୍ଧଶତକ ସହିତ ୧୯୨୪ ରନ ମଧ୍ୟ ସଂଗ୍ରହ କରିଛନ୍ତି ।

ରାହେଲ ହେନ୍ସ ( Rachael Haynes )

ଅଷ୍ଟ୍ରେଲିଆ ବ୍ୟାଟର ରାହେଲ ହେନ୍ସ ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ରାହେଲ ହେନ୍ସ ଗୋଟିଏ ଦଶକରୁ ଅଧିକ ସମୟ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମରେ ପ୍ରତିନିଧିତ୍ବ କରିଛନ୍ତି । ଟେଷ୍ଟ, ଦିନିକିଆ ଏବଂ ଟି୨୦ ମ୍ୟାଚରେ ଖେଳି ସେ ୩୮୧୮ ରନ ସଂଗ୍ରହ କରିଛନ୍ତି ।

୨୦୨୨ରେ କ୍ରିକେଟରୁ ଅବସର ଗ୍ରହଣ କରିଥିବା ମହିଳା କ୍ରିକେଟର ହେଲେ ଦକ୍ଷିଣ ଆଫ୍ରିକାର ମିଗ୍ନାନ ଡୁ ପ୍ରୀଜ, ଇଂଲଣ୍ଡର କୈଥରୀନ ବ୍ରଣ୍ଟ ଏବଂ ଅନ୍ୟା ଶର୍ବଶୋଲ, ନ୍ୟୁଜିଲାଣ୍ଡର କେଟୀ ମାର୍ଟିନ ଏବଲ ଏମି ସୈଟରଥୱେଟ ଏବଂ ୱେଷ୍ଟ ଇଣ୍ଡିଜର ଡିଆଣ୍ଡ୍ର ଡୋଟିନ ମଧ୍ୟ ସାମିଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.