SA vs IND: ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ବାଡ୍‌ରେ ଡିକକ୍‌, ରବାଡା ଓ ନର୍କିଆ

author img

By

Published : Dec 7, 2021, 7:35 PM IST

South Africa go with tried and tested for India series; Magala, Rickelton get maiden call-up

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ମଙ୍ଗଳବାର ଭାରତ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଶକ୍ତିଶାଳୀ ସ୍କ୍ବାଡ୍‌ ଘୋଷଣା । ଅଧିକ ପଢନ୍ତୁ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ମଙ୍ଗଳବାର ଭାରତ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଶକ୍ତିଶାଳୀ ସ୍କ୍ବାଡ୍‌ ଘୋଷଣା କରିଛି । ICC ଟେଷ୍ଟ ଚାମ୍ପିଆନସିପ୍‌ ଅନ୍ତର୍ଗତ ଡିସେମ୍ବର ୨୬ରୁ ଜାନୁଆରୀ ୧୫ ମଧ୍ୟରେ ଏହି ସିରିଜ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଜାତୀୟ ଚୟନକର୍ତ୍ତା କମିଟି ଚଳିତ ବର୍ଷ ଜୁନ୍‌ରେ ୱେଷ୍ଟଇଣ୍ଡିଜ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜ ପାଇଁ ଚୟନ କରିଛନ୍ତି ଓ ଅନ୍ୟ ୩ଜଣଙ୍କୁ ସାମିଲ କରିଛନ୍ତି । କାଗିସୋ ରବାଡା, କ୍ବିଣ୍ଟାନ ଡିକକ୍‌, ଆନରିଚ୍‌ ନର୍କିଆଙ୍କ ଭଳି ଷ୍ଟାର ଖେଳାଳି ଟେଷ୍ଟ ସ୍କ୍ବାଡ୍‌ରେ ରହିଛନ୍ତି ।

ସିରିଜର ପ୍ରଥମ ଟେଷ୍ଟ ସେଞ୍ଚୁରିଆନରେ ଖେଳାଯିବ । ସେହିପରି ଜାନୁଆରୀ ୩ରୁ ଜୋହାନ୍ସବର୍ଗରେ ଦ୍ବିତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ ଟାଉନ୍‌ରେ ତୃତୀୟ ଟେଷ୍ଟ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: ପଠାନଙ୍କ ବଡ ବୟାନ, ଦେଶର ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ କୋହଲି

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌: ତେମ୍ବା ବାଭୁମା(ଭାଇସ କ୍ୟାପଟେନ), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), କାଗିସୋ ରବାଡା, ସାରେଲ ଏରୱି, ବେଉରନ ହେଣ୍ଡ୍ରିକ୍‌ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ଐଡେନ ମାର୍କ୍ସ, ୱିଆନ ମୁଲଦର, ଆନରିଚ ନର୍କିଆ, କିଗାନ ପିଟରସନ, ରସି ଭନ ଡର ଡସନ, କେଏଲ ଭେରିୟେନ, ମାର୍କୋ ଜନସନ, ଗ୍ଳେଣ୍ଟନ ଷ୍ଟରମନ, ପ୍ରେନେଲନ ସୁବ୍ରାୟେନ, ସିସାନ୍ଦା ମଗଲା, ରିଆନ ରିକେଲଟନ, ଡୁଆନେ ଓଲିଭିଅର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.