ETV Bharat / sports

କୋହଲିଙ୍କ କ୍ୟାପଟେନ ପଦ ଛାଡିବା ନେଇ ଏମିତି କହିଲେ BCCI ବସ୍‌

author img

By

Published : Oct 23, 2021, 8:53 PM IST

Sourav ganguly on virat kohli leaving T20 captaincy, we haven't build pressure on him it was his decision
କୋହଲିଙ୍କ କ୍ୟାପଟେନ ପଦ ଛାଡିବା ନେଇ ଏମିତି କହିଲେ BCCI ବସ୍‌

ଟି-୨୦ ବିଶ୍ବକପ ପରେ ବିରାଟ କୋହଲି ଟି-୨୦ କ୍ୟାପଟେନ ଛାଡିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଅଧିକ ପଢନ୍ତୁ...

ଦୁବାଇ: ଟି-୨୦ ବିଶ୍ବକପ ପରେ ବିରାଟ କୋହଲି ଟି-୨୦ କ୍ୟାପେଟନ ଛାଡିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଗାଙ୍ଗୁଲି କହିଛନ୍ତି, ଏହି ନିଷ୍ପତ୍ତି ବିରାଟ କୋହଲିଙ୍କର ଥିଲା । ବୋର୍ଡ ତାଙ୍କ ଉପରେ କୌଣସି ଚାପ ପକାଇନଥିଲା ।

ଗାଙ୍ଗୁଲି ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, "ମୁଁ ଏଥିରେ ଚକିତ ହୋଇଥିଲି । ବୋଧହୁଏ ସେ ଇଂଲଣ୍ଡ ବିପକ୍ଷ ସିରିଜ ପରେ ଏହି ନିଷ୍ପତ୍ତି କରିଥିଲେ । ଏହା ତାଙ୍କର ନିଷ୍ପତ୍ତି ଥିଲା । ନା ତାଙ୍କ ସହିତ ବୋର୍ଡ ପକ୍ଷରୁ କଥାବାର୍ତ୍ତା କରାଯାଇଥିଲା ନା ଚାପ ପକାଯାଇଥିଲା । ଆମେ କାହାରି ଉପରେ ଚାପ ପକାଉନାହୁଁ । ମୁଁ ବି ଖେଳାଳି ରହିଛି, ଏପରି କାର୍ଯ୍ୟ କେବେ କରିବି ନାହିଁ ।"

କୋହଲି କହିଥିଲେ "ଏବେ ବହୁତ କ୍ରିକେଟ ଖେଳାଯାଉଛି, ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ତିନୋଟି ଫର୍ମାଟରେ ନେତୃତ୍ବ ସହଜ ନୁହେଁ । ମୁଁ ବି ପାଞ୍ଚ ବର୍ଷ କ୍ୟାପଟେନ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.