ETV Bharat / sports

ଟି୨୦ରେ ୧୦୦ ମ୍ୟାଚ୍‌ ଖେଳିବାରେ ମାନ୍ଧନା ଦ୍ବିତୀୟ ଭାରତୀୟ

author img

By

Published : Oct 10, 2022, 6:55 PM IST

ଟି୨୦ରେ ୧୦୦ ଟି ମ୍ୟାଚ ଖେଳିବାରେ ଦ୍ବିତୀୟ ଭାରତୀୟ ହେଲେ ସ୍ମୃତି ମାନ୍ଧନା
ଟି୨୦ରେ ୧୦୦ ଟି ମ୍ୟାଚ ଖେଳିବାରେ ଦ୍ବିତୀୟ ଭାରତୀୟ ହେଲେ ସ୍ମୃତି ମାନ୍ଧନା

ଟି୨୦ ଫର୍ମାଟରେ ୧୦୦ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସ୍ମୃତି ମାନ୍ଧନା ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ( smriti mandhna ) ଆଉ ଏକ ସଫଳତା । ଟି୨୦ ଫର୍ମାଟରେ ୧୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସେ ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ( Smriti Mandhna Playing 100th T20 Match becomes Second Indian Player ) । ଏସିଆ କପରେ ଥାଇଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବା ପରେ ଏହା ଏକ ବିଶେଷ ଅନୁଭୂତି ବୋଲି କହିଛନ୍ତି ସ୍ମୃତି ମାନ୍ଧନା ।

ଟି୨୦ ଫର୍ମାଟରେ ୧୦୦ରୁ ଉର୍ଦ୍ଧ୍ବ ମ୍ୟାଚ୍‌ ଖେଳିବାରେ ଅଧିନାୟିକା ହରମନପ୍ରୀତ କୌର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର । ଏପର୍ଯ୍ୟନ୍ତ ସେ ୧୩୫ଟି ଟି୨୦ ମ୍ୟାଚ୍‌ ଖେଳି ୨,୬୪୭ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଥିବାବେଳେ ୮ଟି ଅର୍ଦ୍ଧଶତକ ରହିଛି । ଏହା ସହିତ ସେ ୩୨ଟି ୱିକେଟ ହାସଲ କରିଛନ୍ତି । ସେପଟେ ଟି୨୦ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବାରେ ଭାରତର ଦ୍ବିତୀୟ ମହିଳା କ୍ରିକେଟର ହୋଇଛନ୍ତି ସ୍ମୃତି ମାନ୍ଧନା । ସେ ଏପର୍ଯ୍ୟନ୍ତ ୧୦୦ଟି ମ୍ୟାଚ୍‌ ଖେଳି ୨,୩୭୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୭ଟି ଅର୍ଦ୍ଧଶତକ ରହିଥିବାବେଳେ ୮୬ ରନ୍‌ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ।

ସେହିପରି ଟି୨୦ ଫର୍ମାଟରେ ଏପର୍ଯ୍ୟନ୍ତ ନ୍ୟୁଜଲାଣ୍ଡର ସୁଜି ବିଟ୍ସ ୧୩୬ଟି ମ୍ୟାଚ୍‌ ଖେଳିବାରେ ବିଶ୍ବରେ ପ୍ରଥମ ମହିଳା କ୍ରିକେଟର ହୋଇପାରିଛନ୍ତି । ସେହିପରି ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର ଏପର୍ଯ୍ୟନ୍ତ ୧୩୫ଟି ଟି୨୦ ମ୍ୟାଚ୍‌ ଖେଳିବାରେ ବିଶ୍ବରେ ଦ୍ବିତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ସେହିପରି ଇଂଲଣ୍ଡର ଡାନିଏଲ ୱାଏଟ ମଧ୍ୟ ୧୩୫ଟି ମ୍ୟାଚ୍‌ ଖେଳିଛନ୍ତି । ଅଷ୍ଟ୍ରେଲିଆର ଅଲିଶା ହେଲି ୧୩୨ଟି ମ୍ୟାଚ ଖେଳିବାରେ ଚତୁର୍ଥ ସ୍ଥାନରେ ରହିଥିବାବେଳେ ୱେଷ୍ଟଇଣ୍ଡିଜର ଡିଣ୍ଡ୍ରା ଡୋଟିନ ୧୨୭ଟି ମ୍ୟାଚ୍‌ ଖେଳି ଟି୨୦ ଫର୍ମାଟରେ ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.