ETV Bharat / sports

ପାକିସ୍ତାନୀ ମହିଳା ଟିମ କ୍ୟାପେଟନ ମାରୁଫଙ୍କୁ ମାନ୍ଧାନାଙ୍କ ପ୍ରଶଂସା

author img

By

Published : Mar 8, 2022, 6:43 AM IST

Smriti Mandhana praises Bismah Maroof for 'inspiring' post-pregnancy comeback after India-Pakistan clash
ପାକିସ୍ତାନୀ ମହିଳା ଟିମ କ୍ୟାପେଟନ ମାରୁଫଙ୍କୁ ମାନ୍ଧାନାଙ୍କ ପ୍ରଶଂସା

କିଛି ମାସ ତଳେ ମାଆ ହୋଇଥିଲେ ମଧ୍ୟ ସଫଳ କ୍ରିକେଟ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନୀ ମହିଳା ଟିମ କ୍ୟାପେଟନ ବିଶମାହ ମାରୁଫଙ୍କୁ ଭାରତୀୟ ଓପନର ସ୍ମୃତି ମାନ୍ଧାନାଙ୍କ ପ୍ରଶଂସା । ଅଧିକ ପଢନ୍ତୁ

ମାଉଣ୍ଟ ମାଉଙ୍ଗନୁଇ(ନ୍ୟୁଜିଲାଣ୍ଡ): ଭାରତୀୟ ମହିଳା ଟିମର ଓପନର ସ୍ମୃତି ମାନ୍ଧାନା ପାକିସ୍ତାନ କ୍ୟାପଟେନ ବିଶମାହ ମାରୁଫଙ୍କୁ ପ୍ରଶଂସା କରିଛନ୍ତି । କିଛି ମାସ ତଳେ ମାଆ ହୋଇଥିବା ସତ୍ତ୍ବେ ମାରୁଫଙ୍କ ସଫଳ କ୍ରିକେଟ ପ୍ରତ୍ୟାବର୍ତ୍ତନ ମାନ୍ଧାନାଙ୍କୁ ପ୍ରଭାବିତ କରିଛି ।

Smriti Mandhana praises Bismah Maroof for 'inspiring' post-pregnancy comeback after India-Pakistan clash
ପାକିସ୍ତାନୀ ମହିଳା ଟିମ କ୍ୟାପେଟନ ମାରୁଫଙ୍କୁ ମାନ୍ଧାନାଙ୍କ ପ୍ରଶଂସା

ସୋମବାର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାନ୍ଧାନା, ମାରୁଫଙ୍କ ଉଦ୍ଦେଶ୍ୟରେ ପ୍ରଂଶସାମୂଳକ ବାର୍ତ୍ତା ଲେଖିଛନ୍ତି । କ୍ରିକେଟ ପ୍ରତି ଥିବା ପ୍ରତିବଦ୍ଧତା ବାସ୍ତବିକ ପ୍ରେରଣାଦାୟୀ ବୋଲି କହିଛନ୍ତି ମାନ୍ଧାନା ।

ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ବିଶ୍ବକପ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିଥିଲା । ପାକିସ୍ତାନ ବିପକ୍ଷେ ୧୦୭ ରନ୍‌ର ବିଜୟ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ମ୍ୟାଚ୍‌ ଶେଷହେବାପରେ ଭାରତୀୟ ଖେଳାଳିଙ୍କୁ ମାରଫଙ୍କ କୁନି ଝିଅ ସହିତ ଫଟୋ ଉଠାଇବା ଦେଖିବାକୁ ମିଳିଥିଲା । ଏହି ଫଟୋ ସମସ୍ତଙ୍କ ହୃଦୟ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ୍‌ ସଂଗ୍ରହ କରିଥିଲ । ଜବାବରେ ପାକିସ୍ତାନୀ ଟିମ ୧୩୭ ରନ୍‌ରେ ସୀମିତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.