ETV Bharat / sports

ICC Awards; ଆଇସିସି ପୁରସ୍କାର ଦୌଡରେ ସ୍ମୃତି ମାନ୍ଧାନା

author img

By

Published : Dec 31, 2021, 9:12 AM IST

ଆଇସିସି ପୁରସ୍କାର ଦୌଡରେ ସ୍ମିତି ମାନ୍ଧାନା
ଆଇସିସି ପୁରସ୍କାର ଦୌଡରେ ସ୍ମିତି ମାନ୍ଧାନା

ଭାରତୀୟ ମହିଳା କ୍ରିକେଟର ଓପନର ସ୍ମୃତି ମାନ୍ଧାନାଙ୍କ ନାମ ଆଇସିସି ମହିଳା ଟି-୨୦ ପ୍ଲେୟାର ଅଫ ଦି ଇୟର ୨୦୨୧ ପୁରସ୍କାର ପାଇଁ ସୁପାରିସ ହୋଇଛି (smriti mandhana named icc womens t20 cricketer )। ଅଧିକ ପଢନ୍ତୁ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମହିଳା କ୍ରିକେଟର ଟି-୨୦ରେ ପ୍ଲେୟାର ଅଫ ଦି ଇୟର ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଭାରତୀୟ ମହିଳା କ୍ରିକେଟର ଓପନର ସ୍ମୃତି ମାନ୍ଧାନାଙ୍କ ନାମ ଆଇସିସି ମହିଳା ଟି-୨୦ ପ୍ଲେୟାର ଅଫ ଦି ଇୟର ୨୦୨୧ ପୁରସ୍କାର ପାଇଁ ସୁପାରିସ ହୋଇଛି (smriti mandhana named icc womens t20 cricketer )। ମାନ୍ଧାନାଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡରେ ଇଂଲଣ୍ଡ କ୍ରିକେଟର ଟାମି ବିମଣ୍ଟ ଓ ନାଟ୍ ସ୍କିଭର ଏବଂ ଆୟର୍ଲାଣ୍ଡର ଗାବି ଲୁଇସ୍ ଏହି ଦୌଡରେ ରହିଛନ୍ତି । ଚଳିତ ବର୍ଷ ମାନ୍ଧାନାଙ୍କ ପ୍ରର୍ଦଶନ ଉଚ୍ଚକୋଟୀର ଥିଲା ।

୨୦୨୧ରେ ମାନ୍ଧାନା ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ମ୍ୟାଚରେ ୩୧. ୮୭ ଆଭରେଜରେ ୨୫୫ ରନ କରିଛନ୍ତି । ସେଥିରେ ଦୁଇ ଅର୍ଦ୍ଧଶତକ ସାମିଲ ଅଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ଟି-୨୦ରେ ଭାରତ ୧୧୩ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ସ୍ମୃତି ୨୮ ବଲରେ ୪୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରିଥିଲେ । ଯାହାଫଳରେ ଭାରତ କ୍ଲିନ ସୁଇପ ପରାଜୟରୁ ବର୍ତ୍ତିଥିଲା ।

ଏହାବାଦ ଇଂଲଣ୍ଡ ବିପକ୍ଷ ଟ୨୦ ସିରିଜରେ ଟପ ରନ ସ୍କୋରର ହୋଇଥିଲେ ମାନ୍ଧାନା । ଟି୨୦ ଫାଇନାଲରେ ସେ ୫୧ ବଲରୁ ୭୦ ରନ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଫାଇନାଲରେ ମାନ୍ଧାନା ବର୍ଷରେ ତାଙ୍କର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଭାରତ ୧୪ ରନରେ ପରାସ୍ତ ହୋଇଥିଲା ।

ଏହା ବି ପଢନ୍ତୁ...ICC Awards; ଶ୍ରେଷ୍ଠ ଟେଷ୍ଟ ଖେଳାଳି ଦୌଡରେ ଅଶ୍ବିନୀ

ପ୍ରକାଶ ଥାଉ କି, ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ୪ ଜଣିଆ ତାଲିକା ପ୍ରକାଶ ପାଇଛି । ତାଲିକାରେ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କ ନାମ ସ୍ଥାନ ପାଇଛି । ଆସନ୍ତା ଜାନୁଆରୀ ୨୪ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.