ETV Bharat / sports

କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ICC ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର

author img

By

Published : Dec 14, 2022, 12:24 PM IST

କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ଆଇସିସି ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର
କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ହାସଲ କଲେ ମାନ୍ଧନା, ଆଇସିସି ମାନ୍ୟତାରେ ତୃତୀୟ ସ୍ଥାନରେ ସ୍ଥିର

ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା କ୍ୟାରିୟରରେ ବ୍ୟାଟିଂ ତାଲିକାରେ ସର୍ବଶ୍ରେଷ୍ଠ ୭୪୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ଅଙ୍କ ହାସଲ କଲେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା । ସେ ତାଙ୍କ କ୍ୟାରିୟରରେ ବ୍ୟାଟିଂ ତାଲିକାରେ ସର୍ବଶ୍ରେଷ୍ଠ ୭୪୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ୪୯ ବଲରୁ ୯ଟି ଚୌକା ଓ ୪ଟି ଛକା ସହିତ ୭୯ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ଯାହା ତାଙ୍କୁ ସେଦିନର ପ୍ଲେୟର ଅଫି ଦି ମ୍ୟାଚ୍ ଚୟନ କରାଯାଇଥିବା ବେଳେ ଆଇସିସି ମାନ୍ୟତା ରେଟିଂରେ ୧୧ ପଏଣ୍ଟ ହାସଲ କରିବାରେ ସହାୟକ ହୋଇପାରିଛି ।

ମଙ୍ଗଳବାର ଜାରି ହୋଇଛି ଆଇସିସି ଟି୨୦ ମାନ୍ୟତା । ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ସ୍ମୃତି ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି । ସେପଟେ ଭାରତ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ବ୍ୟାଟର ତାହାଲିଆ ମୈକଗ୍ରା ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ କ୍ରମଶଃ ୪୦ ଓ ୭୦ ରନ କରିଥିଲେ ତାହାଲିଆ । ଯାହା ସେ ଅନ୍ତର୍ଜାତୀୟ ମହିଳା କ୍ରିକେଟ ଟି୨୦ ଫର୍ମାଟରେ ଶ୍ରେଷ୍ଠ ବ୍ୟାଟର ହୋଇପାରିଛନ୍ତି ।

ଭାରତୀୟ ବ୍ୟାଟର ଶେଫାଳି ବର୍ମା ଓ ଜେମିମା ରେଡ୍ରିଗସ ଆଇସିସି ମାନ୍ୟତା ଟପ୍ ଟେନରେ ନିଜ ନାମକୁ ସ୍ଥିର କରିପାରିଛନ୍ତି । ଜେମିମା ଗୋଟିଏ ସ୍ଥାନରୁ ଉପରକୁ ଉଠି ଛଅ ସ୍ଥାନରେ ପହଁଞ୍ଚିଛନ୍ତି । ସେହିପରି ଆଇସିସିର ବୋଲିଂ ମାନ୍ୟରେ ଦିପ୍ତି ଶର୍ମା ଓ ରେଣୁକା ସିଂହ ଠାକୁର କ୍ରମଶଃ ତୃତୀୟ ଓ ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.