ETV Bharat / sports

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ନେତୃତ୍ୱ ନେଇପାରନ୍ତି ଧାୱନ

author img

By

Published : Sep 12, 2022, 11:03 PM IST

ଦକ୍ଷିଣ ଆଫ୍ରିକା ସିରିଜର ନେତତ୍ବ ନେଇ ପାରନ୍ତି ଧାୱନ
ଦକ୍ଷିଣ ଆଫ୍ରିକା ସିରିଜର ନେତତ୍ବ ନେଇ ପାରନ୍ତି ଧାୱନ

ବିସିସିଆଇର ( Board of Control for Cricket in India ) ଜଣେ ବରିଷ୍ଠ ଅଧିକରୀ ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି କି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଆଗାମୀ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ଭାରତ ତରଫରୁ ନେତୃତ୍ବ ନେଇପାରନ୍ତି ଶିଖର ଧାୱନ ( Indian opener Shikhar Dhawan will lead India in the upcoming ODI series against South Africa ) । ବିସିସିଆଇର ( Board of Control for Cricket in India ) ଜଣେ ବରିଷ୍ଠ ଅଧିକରୀ ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି କି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇପାରେ । କାରଣ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବ କପର ପାଇଁ କ୍ରିକେଟରଙ୍କୁ ବିଶ୍ରାମ ଦିଆଯାଇପାରେ ( The captaincy will be handed over to Dhawan as T20 World Cup-bound players are likely to be rested ) ।

ଆଇସିସି ଟି-୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ସିହତ ବିସିସିଆଇର ବରିଷ୍ଠ ଅଧିକାରୀ ଆହୁରି ମଧ୍ୟ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି କି ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ଭାର ସମ୍ଭାଳି ପାରନ୍ତି ଭିଭିଏସ ଲକ୍ଷ୍ମଣ ( VVS Laxman is likely to be with the team as a coach in absence of head coach Rahul Dravid ) ।

ମ୍ୟାନ ଇନ ବ୍ଲୁ ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ଟି-୨୦ ମ୍ୟାଚ ୨୮ ତାରିଖରେ ଥିରୁଅନନ୍ତପୁରମରେ ( Greenfield International Stadium, Thiruvananthapuram ) ଖେଳାଯିବ । ସେହିପରି ଗୌହାଟିରେ ( Barsapara Cricket Stadium, Guwahati ) ଦ୍ବିତୀୟ ଟି-୨୦ ମ୍ୟାଚ ଅକ୍ଟୋବର ୨ ତାରିଖରେ ହେବ ।

ସେହିପରି ଇନ୍ଦୋରରେ (Holkar Cricket Stadium, Indore ) ତୃତୀୟ ଟି-୨୦ ମ୍ୟାଚ ଅକ୍ଟୋବର ୪ ତାରିଖରେ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ଲକ୍ଷ୍ନୌରେ ( Bharat Ratna Shri Atal Bihari Vajpayee Ekana Cricket Stadium, Lucknow ) ଅକ୍ଟୋବର ୬ ତାରିଖରେ ଖେଳାଯିବ । ସେହିପରି ରାଞ୍ଚିରେ ( JSCA International Stadium Complex, Ranchi ) ଦ୍ବିତୀୟ ଦିନିକିଆ ଅକ୍ଟୋବର ୯ ତାରିଖରେ ଏବଂ ଦିଲ୍ଲୀରେ ( Arun Jaitley Stadium, Delhi ) ତୃତୀୟ ଦିନିକିଆ ଅକ୍ଟୋବର ୧୧ ତାରିଖରେ ଖେଳାଯିବାର ଖେଳସୂଚୀ ଧାର୍ଯ୍ୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.