ETV Bharat / sports

ଅଷ୍ଟ୍ରେଲିଆ-ପାକିସ୍ତାନ ପ୍ରଥମ ଟେଷ୍ଟ ଡ୍ର

author img

By

Published : Mar 9, 2022, 6:36 AM IST

Shafique, Imam hit tons on final day as first Test between Pakistan and Australia ends in a draw
ଅଷ୍ଟ୍ରେଲିଆ-ପାକିସ୍ତାନ ପ୍ରଥମ ଟେଷ୍ଟ ଡ୍ର

ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ପ୍ରଥମ ଇଂନିସରେ ପାକିସ୍ତାନ ୪୭୬ ରନର୍‌ ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୫୯ ରନ୍‌ କରିଥିଲେ । ଦ୍ବିତୀୟ ଇଂନିସରେ ପାକିସ୍ତାନ ୨୫୨ ରନ୍‌ କରିଥିଲା । ଅଧିକ ପଢନ୍ତୁ

ରାୱଲପିଣ୍ଡି: ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ମଙ୍ଗଳବାର ମ୍ୟାଚ୍‌ର ଶେଷ ଦିନରେ ଭ୍ରମଣକାରୀ କଙ୍ଗାରୁ ଟିମର ବୋଲରଙ୍କ ଉପରେ ସଂପୂର୍ଣ୍ଣ ପ୍ରଭାବୀ ସାବ୍ୟସ୍ତ ହେବାସହ ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ ଦୁଇ ପାକିସ୍ତାନୀ ଓପନର । ଅବଦୁଲ୍ଲା ସାଫିକ ଅପରାଜିତ ୧୩୬ ଓ ଇମାମ-ଉଲ୍‌-ହକ ଅପରାଜିତ ୧୧୧ ରନ୍‌ର ଇଂନିସ ଖେଳିଥିଲେ ।

ପ୍ରଥମ ଇଂନିସରେ ପାକିସ୍ତାନ ୪୭୬ ରନର୍‌ ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୫୯ ରନ୍‌ କରିଥିଲେ । ଦ୍ବିତୀୟ ଇଂନିସରେ ପାକିସ୍ତାନ ୨୫୨ ରନ୍‌ କରିବା ପରେ ମ୍ୟାଚ୍‌ ଅମୀମାସିଂତ ଭାବେ ଶେଷ ହୋଇଥିଲା ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୪୭୬/୪ ଇଂନିସ ଘୋଷଣା(ଆଝାର ଅଲ୍ଲୀ ୧୮୫, ଇମାମ-ଉଲ୍‌-ହକ୍‌ ୧୫୭; ପାଟ କମିନ୍ସ ୧-୬୨) ଓ ୨୫୨/୦(ଅବଦୁଲ୍ଲା ସାଫିକ ୧୩୬ ଅପରାଜିତ, ଇମାମ-ଉଲ୍‌-ହକ ୧୧୧ ଅପରାଜିତ) ଅମୀମାସିଂତ ଅଷ୍ଟ୍ରେଲିଆ ୪୫୯(ଉମାନ ଖାୱାଜା ୯୭, ମାର୍ନସ ଲାବୁସାନ ୯୦; ନାଉମାନ ଅଲି ୬-୧୦୭) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.