Ind Vs SA 2nd T20: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ସିରିଜ ସିଲ ଲକ୍ଷ୍ୟରେ ଭାରତ

author img

By

Published : Oct 2, 2022, 10:47 AM IST

Ind Vs SA 2nd T20

ଗୌହାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ଭାରତ 1-0ରେ ଆଗୁଆ ରହିଛି । ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି (ରବିବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମୁକାବିଲା ଜିତି ଭାରତ 1-0ରେ ଆଗୁଆ ରହିଛି । ଆଜିର ଏହି ମୁକାବିଲାରେ ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ ଦଳ । ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ଥିବା ରୋହିତ ବାହିନୀ ପାଖରେ ପ୍ରଥମ ଘରୋଇ ଟି-ଟ୍ବେଣ୍ଟି ସିରିଜ ବିଜୟ ପାଇଁ ସୁଯୋଗ ରହିଛି । ଗୌହାଟୀରେ ସନ୍ଧ୍ୟା 7ଟାରୁ ଆରମ୍ଭ ହେବ ମ୍ୟାଚ । ସେପଟେ ଦକ୍ଷିଣ ଆଫ୍ରିକା ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ ହୋଇଛି । ଆଜିର ମ୍ୟାଚ ଜିତି ଦଳକୁ ସିରିଜରୁ ଫେରିବାକୁ ହେବ ।

ପ୍ରଥମ ମୁକାବିଲାରେ ଭାରତର ଶୃଙ୍ଖଳିତ ବୋଲିଂ ଓ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଅର୍ଶଦୀପ ସିଂଙ୍କ 3 ୱିକେଟ ଅକ୍ତିଆର କରିବା ଦଳ ପାଇଁ ବିଜୟରେ ସହାୟକ ହୋଇଥିଲା । ସେହିପରି ବ୍ୟାଟିଂରେ ସୂର୍ଯ୍ୟକୁମାର ଏବଂ ଲୋକେଶ ରାହୁଲଙ୍କ ଦମ୍‌ଦାର୍‌ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ତାଙ୍କ ବ୍ୟାଟିଂରୁ ସେହିପରି ସଫଳ ଇନିଂସ ଆଶା କରାଯାଉଛି । ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟି-ଟ୍ବେଣ୍ଟିରେ ବିଫଳ ହୋଇଥିଲେ ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ପରେ ପେସ ବୋଲର ବୁମରା ଆହତ ହୋଇ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ବୁମରାଙ୍କ ଅନୁପସ୍ଥିତିରେ ଦଳକୁ ସିରାଜ ସଫଳ କରିବେ ବୋଲି ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଅସ୍ତବ୍ୟସ୍ତ କରି ପକାଇଥିଲେ ଭାରତୀୟ ବୋଲର । ମୁକାବିଲାରେ ହିରୋ ସାଜିଥିବା ଅର୍ଶଦୀପ ସିଂଙ୍କ ପୂର୍ବ ପ୍ରଦର୍ଶନ ବଜାୟ ରହୁ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଟିମ ଇଣ୍ଡିଆର ଦଳ ପରିବର୍ତ୍ତନ ସମ୍ଭାବନା କମ ରହିଛି ।

ଏହା ବି ପଢନ୍ତୁ...ଟି୨୦ ବିଶ୍ବକପରୁ ଏଯାଏଁ ବାଦ୍‌ ପଡିନାହାନ୍ତି ବୁମରା: ସୌରଭ ଗାଙ୍ଗୁଲି

ଦକ୍ଷିଣ ଆଫ୍ରିକା ପ୍ରଥମ ମୁକାବିଲାରେ ସବୁ ବିଭାଗରେ ଫେଲ ମାରିଥିଲା । ଦଳୀୟ ସ୍କୋର 100ରେ ପହଞ୍ଚିବା କଷ୍ଚକର ହୋଇଥିଲା । ଖାସ କରି ବ୍ୟାଟିଂ ବିଭାଗ ଭାରତୀୟ ବୋଲରଙ୍କ ଘାତକ ସୁଇଂର ସାମ୍ନା କରିପାରିନଥିଲା । ସିରିଜକୁ ଫେରିବାକୁ ଦେଲେ ଦଳକୁ ଆଜି ଉଭୟ ବିଭାଗରେ ଉନ୍ନତି ଆଣିବାକୁ ଦେବ । ନଚେତ ସିରିଜ ହାତରୁ ଯିବାଟା ନିଶ୍ଚିନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.