ETV Bharat / sports

ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

author img

By

Published : Nov 9, 2021, 8:41 PM IST

Sawai Mansingh Stadium to host first-ever T20I on Nov 17
ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ କରିବ ସବାଇ ମାନସିଂ ଷ୍ଟାଡିୟମ, ଜୟପୁର । ନଭେମ୍ବର ୧୭ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯିବ । ଅଧିକ ପଢନ୍ତୁ...

ଜୟପୁର: ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ କରିବ ସବାଇ ମାନସିଂ ଷ୍ଟାଡିୟମ, ଜୟପୁର । ନଭେମ୍ବର ୧୭ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯିବ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । ଟି-୨୦ ଅଧିନାୟକତ୍ବ ଛାଡିବା ପରେ ବିରାଟ କୋହଲି ଜଣେ ନୂଆ କ୍ୟାପଟେନଙ୍କ ଅଧିନରେ ଖେଳିବାକୁ ଯାଉଛନ୍ତି । ଟି-୨୦ ଟିମର ଅଧିନାୟକ ଭାର ରୋହିତ ଶର୍ମା ପ୍ରାୟତଃ ସମ୍ଭାଳିବା ନେଇ ସୂଚନା ରହିଛି ।

ରାଜସ୍ଥାନ କ୍ରିକେଟ ଆସୋସିଏସନ ମ୍ୟାଚ୍‌ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ଷ୍ଟାଡିୟମରେ ଦର୍ଶକଙ୍କୁ ସ୍ବାଗତ ନେଇ ମଧ୍ୟ ଯୋଜନା ରଖିଛି ବୋର୍ଡ ।

ନଭେମ୍ବର ୧୦ରେ ଭାରତୀୟ ଟିମ ଜୟପୁରରେ ପହଞ୍ଚିବ ଓ ତିନିଦିନ କ୍ବାରେଣ୍ଟିନରେ ରହିବ । ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ସବାଇ ମାନସିଂ ଷ୍ଟାଡିୟମରେ ସ୍କ୍ବାଡ ଅଭ୍ୟାସ କରିବ ।

ନ୍ୟୁଜିଲାଣ୍ଡ କ୍ରିକେଟ ଟିମ UAEରେ ଚାଲିଥିବା ଟି-୨୦ ବିଶ୍ବକପ ପରେ ଜୟପୁରରେ ପହଞ୍ଚିବ ଓ କ୍ବାରେଣ୍ଟିନରେ ରହିବ । ଏହାପରେ ଉଭୟ ଟିମ ନଭେମ୍ବର ୧୮ରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ପାଇଁ ରାଞ୍ଚି ଅଭିମୁଖେ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.