ETV Bharat / sports

ତେନ୍ଦୁଲକରଙ୍କ ଆସିଲା ଡିପ୍‌ଫେକ୍‌ ଭିଡିଓ, ସୋସିଆଲ ମିଡିଆରେ ବର୍ଷିଲେ

author img

By ETV Bharat Odisha Team

Published : Jan 15, 2024, 4:02 PM IST

Sachin Tendulkar deepfake video: ଝିଅ ସାରାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସଚିନ ତେନ୍ଦୁଲକର । ଏକ୍ସରେ ପୋଷ୍ଟ କରି କ୍ରୋଧ ପ୍ରକାଶ କରିଛନ୍ତି ସଚିନ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଅଧିକ ପଢ଼ନ୍ତୁ

ଡିପ୍‌ଫେକ୍‌ର ଶିକାର ହେଲେ ସଚିନ ତେନ୍ଦୁଲକର
ଡିପ୍‌ଫେକ୍‌ର ଶିକାର ହେଲେ ସଚିନ ତେନ୍ଦୁଲକର

  • These videos are fake. It is disturbing to see rampant misuse of technology. Request everyone to report videos, ads & apps like these in large numbers.

    Social Media platforms need to be alert and responsive to complaints. Swift action from their end is crucial to stopping the… pic.twitter.com/4MwXthxSOM

    — Sachin Tendulkar (@sachin_rt) January 15, 2024 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଟେକ୍ନୋଲୋଜିକୁ ନେଇ ଚିନ୍ତାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । ବର୍ତ୍ତମାନ ଏହି ମହାନ କ୍ରିକେଟର ବଡ଼ ଚିନ୍ତାରେ ଅଛନ୍ତି । ନିକଟରେ ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କର ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଯାହା ସେହି ସମୟରେ ବେଶ ଭାଇରାଲ ହୋଇଥିଲା । ଏବେ କିନ୍ତୁ ଖୋଦ ସଚିନ୍‌ ଏହି ଡିପ୍‌ଫେକ୍‌ର ଶିକାର ହୋଇଥଛନ୍ତି । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି ସଚିନ । ତେବେ ଟେକ୍ନୋଲୋଜିର ଏଭଳି ବ୍ୟବହାର ଭୁଲ ବୋଲି କହିଛନ୍ତି ।

ତେବେ ସୋସିଆଲ୍‌ ମିଡିଆରେ ସଚିନ୍‌ ତେନ୍ଦୁଲକରଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ୍‌ ହେଉଛି । ଏଥିରେ ସେ ଏକ ଗେମିଂ ଆପ୍‌ର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକେ ଟଙ୍କା ରୋଜଗାର କରିପାରିବେ । ଏହି ଭିଡିଓକୁ ସଚିନ ନିଜେ ନକଲି ବୋଲି କହିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଭିଡିଓକୁ ସେୟାର କରି ସେ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ସେ ଲେଖିଛନ୍ତି, "ଏହି ଭିଡିଓଟି ନକଲି ଏବଂ ଆପଣଙ୍କୁ ଧୋକା ଦେବାକୁ ପ୍ରସ୍ତୁତ ହୋଇଛି । ଟେକ୍ନୋଲୋଜିର ଏହି ପ୍ରକାର ଅପବ୍ୟବହାର ସମ୍ପୂର୍ଣ୍ଣ ଭୁଲ୍ । ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି ଆପଣ ଏହିପରି ଭିଡିଓ କିମ୍ବା ଆପ୍‌ କିମ୍ବା ବିଜ୍ଞାପନ ଦେଖନ୍ତି, ତେବେ ତୁରନ୍ତ ସେଗୁଡିକୁ ରିପୋର୍ଟ କରନ୍ତୁ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ସତର୍କ ହେବା ଉଚିତ ଏବଂ ଏଭଳି ଅଭିଯୋଗ ଉପରେ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ । ଏଭଳି କ୍ଷେତ୍ରରେ ସୋସିଆଲ ମିଡିଆ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଯାହାଦ୍ବାରା ଭୁଲ ତଥ୍ୟ ଏବଂ ଖବର ବନ୍ଦ ହୋଇପାରିବ ଏବଂ ଡିପ୍‌ଫେକ୍‌ର ଅପବ୍ୟବହାର ସମାପ୍ତ ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ସୋସିଆଲ ମିଡିଆରୁ ଡିପ୍‌ ଫେକ୍‌ ଭିଡିଓ ହଟାଇବାକୁ ଆଡଭାଇଜରୀ ଜାରି, କୃତଜ୍ଞତା ଜଣାଇଲେ ରଶ୍ମିକା

ଏହି ପୋଷ୍ଟ ସହିତ ଡିପ୍‌ଫେକ୍‌ ଭିଡିଓଟିକୁ ମଧ୍ୟ ସେୟାର କରିଛନ୍ତି ସଚିନ୍‌ । ଏହା ସହିତ ଏହି ପୋଷ୍ଟରେ ବୈଦ୍ୟୁତିକ ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ, କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ମହାରାଷ୍ଟ୍ର ସାଇବର କ୍ରାଇମ୍‌ ବ୍ରାଞ୍ଚକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି ତେନ୍ଦୁଲକର । ତେବେ ତେନ୍ଦୁଲକର ଏଭଳି ଘଟଣାର ଅଭିଯୋଗ କରିବା ଏହା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଅପରାଧକୁ ନେଇ ଲୋକଙ୍କୁ ସଚେତନ କରିଛନ୍ତି ଏହି ମହାନ କ୍ରିକେଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.