ETV Bharat / entertainment

ସୋସିଆଲ ମିଡିଆରୁ ଡିପ୍‌ ଫେକ୍‌ ଭିଡିଓ ହଟାଇବାକୁ ଆଡଭାଇଜରୀ ଜାରି, କୃତଜ୍ଞତା ଜଣାଇଲେ ରଶ୍ମିକା

author img

By ETV Bharat Odisha Team

Published : Nov 8, 2023, 1:22 PM IST

Updated : Nov 29, 2023, 1:09 PM IST

Deepfake Video: ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ଘଟଣା । ଆକ୍ସନ ମୋଡରେ କେନ୍ଦ୍ର ସରକାର । 36 ଘଣ୍ଟା ମଧ୍ୟରେ ଫେକଭିଡିଓକୁ ଟ୍ରାକିଂ ସହ ଭିଡିଓ ସୋସିଆଲ ପ୍ଲାଟଫର୍ମରୁ ହଟାଇବାକୁ ଆଡଭାଇଜରୀ ଜାରି କଲା କେନ୍ଦ୍ର । ତେବେ ସରକାରଙ୍କ ଏହି ତ୍ବରିତ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଲେ ଅଭିନେତ୍ରୀ । ଅଧିକ ପଢନ୍ତୁ,

ସୋସିଆଲ ପ୍ଲାଟଫର୍ମରୁ ଭିଡିଓ ହଟାଇବାକୁ କେନ୍ଦ୍ରର ଆଡଭାଇଜରୀ, ତ୍ବରିତ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଲେ ରଶ୍ମିକା
ସୋସିଆଲ ପ୍ଲାଟଫର୍ମରୁ ଭିଡିଓ ହଟାଇବାକୁ କେନ୍ଦ୍ରର ଆଡଭାଇଜରୀ, ତ୍ବରିତ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଲେ ରଶ୍ମିକା

ହାଇଦ୍ରାବାଦ: ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ଘଟଣା ନେଇ ତତ୍ପରାତ ଦେଖାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏଭଳି ତ୍ବରିତ ପଦକ୍ଷେପ ପାଇଁ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୃତଜ୍ଞତା ଜଣାଇଛନ୍ତି । ମଙ୍ଗଳବାର ଦିନ ଏକ ସରକାରୀ ବିବୃତ୍ତି ଅନୁଯାୟୀ, ବଡ଼ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଭୁଲ ତଥ୍ୟ, ଡିପ୍‌ ଫେକ ନିୟମ ଭାଙ୍ଗୁଥିବା ଭଳି ଭିଡିଓ ରିପୋର୍ଟ ହେବାର 36 ଘଣ୍ଟା ମଧ୍ୟରେ ଏହାକୁ ହଟାଇବାକୁ କେନ୍ଦ୍ର ଆଡଭାଇଜରୀ ଜାରି କରିଛି ।

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ AI ଜେନେରେଟେଡ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯାହା ପରେ ଅନେକ ସେଲିବ୍ରିଟିଙ୍କ ସମେତ ରାଜନେତା ଏନେଇ କ୍ଷୋଭ ପ୍ରକାଶ କରିବା ସହ ଏଭଳି କରିଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଥିଲେ । ଏନେଇ ଅଭିନେତ୍ରୀ ମଧ୍ୟ ଟ୍ୱିଟ୍ କରି ଘଟଣା ଉପରେ ପ୍ରତିକ୍ରିୟା ଦେଇଥିଲେ । ନିନ୍ଦା କରିବା ସହ AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ବ୍ୟବହାର ଉପରେ ନିୟମାବଳୀ ଆଣିବାକୁ ଦାବି କରିଥିଲେ । ଯାହା ପରେ କେନ୍ଦ୍ର IT ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସରେ ପୋଷ୍ଟ କରି ଡିପଫେକ୍‌ ଭିଡିଓକୁ ସୂଚନାର ସବୁଠାରୁ ହାନିକାରକ ରୂପ ବୋଲି ବିବେଚନା କରିଥିଲେ । ସୋସିଆଲ ପ୍ଲାଟଫର୍ମକୁ ସେମାନଙ୍କ ଦାୟିତ୍ବ ମଧ୍ୟ ମନେ ପକାଇଥିଲେ ।

IT ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଏକ ଆଡଭାଇଜରୀ ଜାରି କରି ଭୁଲ ତଥ୍ୟ, ନିୟମ କିମ୍ବା ଉପଭୋକ୍ତା ଚୁକ୍ତିନାମାକୁ ଉଲ୍ଲଂଘନ କରୁଥିବା ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିବୃତ୍ତିରେ ଦର୍ଶାଯାଇଛି ଯେ IT ନିୟମ 2021 ଅନୁଯାୟୀ ନିର୍ଦ୍ଦିଷ୍ଟ ନିୟମ ଏବଂ ନିୟମ ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ବିରୁଦ୍ଧରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି ଏହିପରି କୌଣସି ବିଷୟବସ୍ତୁ ନେଇ ରିପୋର୍ଟ କରାଯାଏ, ତେବେ ଏହାକୁ 36 ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଏବଂ IT ନିୟମ 2021 ଦ୍ବାରା ନିର୍ଦ୍ଧାରିତ ସମୟ ସୀମାକୁ ପାଳନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ବିଷୟବସ୍ତୁ କିମ୍ବା ସୂଚନାକୁ ମଧ୍ୟ ଅକ୍ଷମ କରାଯିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ବିଗ ବି' ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ରଶ୍ମିକା

ସୂଚନା ଥାଉ କି, ରଶ୍ମିକା ମନ୍ଦାନାଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜାରା ପଟେଲଙ୍କ ମୁହଁ ପରିବର୍ତ୍ତେ ଏଡିଟ୍‌ କରାଯାଇ ରଶ୍ମିକାଙ୍କ ମୁହଁ ଯୋଡା ଯାଇଥିଲା । ଏହା ଭାଇରାଲ ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଥିଲେ । ଏବଂ ରଶ୍ମିକାଙ୍କୁ ସମର୍ଥନ ଜଣାଇଥିଲେ । ଅମିତାଭ ବଚ୍ଚନ, ମୃଣାଲ ଠାକୁର, ନାଗା ଚୈତନ୍ୟ ଭଳି ଅନେକ ସେଲିବ୍ରିଟି ସମର୍ଥନ କରିଥିଲେ ।

Last Updated : Nov 29, 2023, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.