ETV Bharat / sports

ସାଇ ସୁଦର୍ଶନ ଓ ରାହୁଲଙ୍କ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ଆଗରେ ଲକ୍ଷ୍ୟ ୨୧୨

author img

By ETV Bharat Odisha Team

Published : Dec 19, 2023, 8:22 PM IST

Updated : Dec 19, 2023, 8:31 PM IST

ଦକ୍ଷିଣ ଆଫ୍ରିକା ଆଗରେ ଲକ୍ଷ୍ୟ ୨୧୨
ଦକ୍ଷିଣ ଆଫ୍ରିକା ଆଗରେ ଲକ୍ଷ୍ୟ ୨୧୨

SA vs IND 2nd ODI: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଦିନିକିଆରେ ଫେଲ୍‌ ମାରିଲେ ଅଧିକାଂଶ ଭାରତୀୟ ଷ୍ଟାର ବ୍ୟାଟର । କେବଳ ସାଇ ସୁଦର୍ଶନ ଓ କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୨୧୧ ରନରେ ସମସ୍ତ ୱିକେଟ୍‌ ହରାଇଛି । ଅଧିକ ପଢ଼ନ୍ତୁ

କ୍ବେବେରା: ଦ୍ବିତୀୟ ଦିନିକିଆରେ ଫେଲ୍‌ ମାରିଲେ ଅଧିକାଂଶ ଭାରତୀୟ ବ୍ୟାଟର । ନବାଗତ ସାଇ ସୁଦର୍ଶନ ଓ ଅଧିନାୟକ କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୪୬.୨ ଓଭରରେ ୨୧୧ ରନ କରି ସମସ୍ତ ୱିକେଟ୍‌ ହରାଇଛି । ସୁଦର୍ଶନ ଓ ରାହୁଲଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟର ୨୦ ରନ ମଧ୍ୟ କରିବାକୁ ସକ୍ଷମ ହୋଇନଥିଲେ । ଡେବ୍ୟୁଟାଣ୍ଟ ରିଙ୍କୁ ସିଂହ କେବଳ ୧୭ ରନ୍‌ ହିଁ କରିପାରିଥିଲେ । ତେବେ ସିରିଜ୍‌ ବଞ୍ଚାଇବାକୁ ହେଲେ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ବିଜୟ ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ ଦେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାରକ୍ରମ । ହେଲେ ପୂର୍ବ ମ୍ୟାଚ୍‌ ପରି ଆଜି ମଧ୍ୟ ବଡ଼ ଇନିଂସ୍‌ ଖେଳିବାରେ ବିପଳ ହୋଇଥିଲେ ଯୁବ ଓପନର ଋତୁରାଜ ଗାଏକ୍‌ୱାଡ୍‌ । ସେ କେବଳ ୪ ରନ କରି ଆଉଟ୍‌ ହୋଇଥିଲେ । ତୀଲକ ବର୍ମା ମଧ୍ୟ କେବଳ ୧୦ ରନ ହିଁ କରିପାରିଥିଲେ । ତେବେ ଗତ ମ୍ୟାଚ୍‌ରେ ଡେବ୍ୟୁ କରି ପ୍ରଥମ ଇନିଂସ୍‌ରେ ହିଁ ହିରୋ ସାଜିଥିବା ସାଇ ସୁଦର୍ଶନ ଆଜି ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଛନ୍ତି । ସେ ୮୩ ବଲରୁ ୭ ଚୌକା ଓ ଗୋଟିଏ ଛକା ବଳରେ ୬୨ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ । ଅଧିନାୟକ କେଏଲ୍‌ ରାହୁଲ ମଧ୍ୟ ୭ ଚୌକା ବଳରେ ୫୬ ରନର ଅଧିନାୟକ ପାଳି ଖେଳିଥିଲେ । ସଞ୍ଜୁ ସାମ୍‌ସନ କେବଳ ୧୨ ରନ କରି ଆଉଟ୍‌ ହେବାପରେ ଆଜି ଡେବ୍ୟୁ କରିଥିବା ରିଙ୍କୁ ସିଂହ ୧୪ ବଲରୁ ୧୭ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଶେଷକୁ ୧୮ ରନର ବେଶ ଉପଯୋଗୀ ବ୍ୟାଟିଂ କରିଥିଲେ ଅର୍ଶଦୀପ ସିଂହ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ମଧ୍ୟ ସକ୍ଷମ ହୋଇନଥିଲେ । ଫଳରେ ୪୬.୨ ଓଭରରେ କେବଳ ୨୧୧ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...୨ୟ ଦିନିକିଆରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା; ପ୍ରଥମେ ବ୍ୟାଟିଂ କରିବ ଭାରତ, ଡେବ୍ୟୁ କଲେ ରିଙ୍କୁ ସିଂହ

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ନନ୍ଦ୍ରେ ବର୍ଗେର୍‌ ସର୍ବାଧିକ ୩ଟି ସଫଳତା ଅକ୍ତିଆର କରିଥିଲେ । ବ୍ୟୁରନ ହେଣ୍ଡ୍ରିକ୍ସ ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରି ଘରୋଇ ଦଳକୁ ମଜବୁତ ସ୍ଥିତିରେ ରଖିବାରେ ସହାୟକ ହୋଇଥିଲେ । ଲିଜାର୍ଡ ୱିଲିୟମ୍ସ ଓ ଅଧିନାୟକ ଆଡେନ୍‌ ମାରକ୍ରମ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ତେବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ବେଳେ ସିରିଜ୍‌ ବଞ୍ଚାଇବାକୁ ଦକ୍ଷିଣ ଆଫ୍ରିକାକୁ ୨୧୨ ରନ୍‌ ଆବଶ୍ୟକ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 19, 2023, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.