ETV Bharat / sports

ଜୋର୍‌ ଧରିଲା ଚର୍ଚ୍ଚା, ବିବାହ କରିପାରନ୍ତି ଆଥିଆ-ରାହୁଲ

author img

By

Published : Apr 20, 2022, 7:56 PM IST

ଜୋର୍‌ ଧରିଲା ଚର୍ଚ୍ଚା, ବିବାହ କରି ପାରନ୍ତି ଆଥିଆ-ରାହୁଲ
ଜୋର୍‌ ଧରିଲା ଚର୍ଚ୍ଚା, ବିବାହ କରି ପାରନ୍ତି ଆଥିଆ-ରାହୁଲ

ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ ରାହୁଲ । ସେ ତାଙ୍କ ବାନ୍ଧବୀ ତଥା ତଥା ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଟିମ୍‌ ଇଣ୍ଡିଆର ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ ରାହୁଲ । ସେ ତାଙ୍କ ବାନ୍ଧବୀ ତଥା ତଥା ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଶେଷ ଆଡ଼କୁ ଦୁହେଁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ ମୁତାବକ ବିବାହକୁ ନେଇ ରାହୁଲ ଓ ଆଥିଆଙ୍କ ପରିବାରବର୍ଗ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦକ୍ଷିଣ ଭାରତୀୟ ଢାଞ୍ଚାରେ ଉଭୟ ବିବାହ କରିବେ । ତେବେ କେ.ଏଲ୍‌ ରାହୁଲ କିମ୍ବା ଆଥିଆ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଭାବରେ ଘୋଷଣା କରି ନାହାନ୍ତି ।

ଗତବର୍ଷ ଇନ୍‌ଷ୍ଟାଗ୍ରାମରେ ରାହୁଲ ଓ ଆଥିଆ ନିଜ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ୨୦୧୯ରୁ ଉଭୟ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେହି ସମୟରେ ଏହି ଖବର ହେଡଲାଇନ୍‌ରେ ରହିଥିଲା । ତେବେ ଦୁଇବର୍ଷ ପର୍ଯ୍ୟନ୍ତ ଉଭୟ ଦୁହିଁଙ୍କ ସମ୍ପର୍କ ବିଷୟରେ କାହାରିକୁ ଜଣାଇନଥିଲେ । ନିକଟରେ ଆଥିଆ ସେଟ୍ଟୀଙ୍କ ସହ ତାଙ୍କ ବାପା ସୁନୀଲ ସେଟ୍ଟୀ ଓ ପରିବାର ପୁଣେ ଡି.ୱାଇ ପାଟିଲ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଙ୍କୁ ଚିୟର କରିବାକୁ ପହଞ୍ଚିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.