ETV Bharat / sports

Pant Car Accident: ମୁମ୍ବାଇକୁ ଏୟାରଲିଫ୍ଟ ହେଲେ ପନ୍ତ, ଏବେ ଚିକିତ୍ସା ଦାୟିତ୍ୱ BCCIର

author img

By

Published : Jan 4, 2023, 3:46 PM IST

Updated : Jan 4, 2023, 5:54 PM IST

ଡେରାଡୁନ ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇ ଏଚଏମ ହସ୍ପିଟାଲକୁ ଏୟାରଲିଫ୍ଟ ହେଲେ ଋଷଭ ପନ୍ତ । ବେସରକାରୀ ବିମାନ ବ୍ୟବସ୍ଥା କଲେ BCCI ସଚିବ ଜୟ ଶାହ । ଲିଗାମେଣ୍ଟରେ ଉନ୍ନତମାନର ଚିକିତ୍ସା ପାଇଁ ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ଅଧିକ ପଢନ୍ତୁ

ଋଷଭ ପନ୍ତ
ଋଷଭ ପନ୍ତ

ହାଇଦ୍ରାବାଦ: ମୁମ୍ବାଇର ଏଚଏମ ହସ୍ପିଟାଲରେ ଭର୍ତ୍ତି ହେଲେ ଋଷଭ ପନ୍ତ । ପନ୍ତଙ୍କୁ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଥିଲା । ମୁମ୍ବାଇରେ ପହଁଞ୍ଚିବା ପରେ ତାଙ୍କୁ ଏଚଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଷ୍ଟାର କ୍ରିକେଟରଙ୍କର ଚିକିତ୍ସା ଦାୟିତ୍ବ ବିସିସିଆଇ ବହନ କରିବ । ଏନେଇ ଆଜି (ବୁଧବାର) DDCA ସୂଚନା ଦେଇଛି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘର ( DDCA ) ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାର ଧ୍ୟାନ ଏବେ ବିସିସିଆଇ ନିଜ ହାତକୁ ନେଇଛି । BCCI ସଚିବ ଜୟଶାହା ତାଙ୍କର ସମସ୍ତ ଚିକିତ୍ସା ଉପରେ ଦୃଷ୍ଟି ଦେବେ । ଯଦି ଦରକାର ପଡେ ତାହେଲେ ଉନ୍ନତମାନର ଚିକିତ୍ସା ପାଇଁ BCCI ପନ୍ତଙ୍କୁ ଲଣ୍ଡନ ପଠାଇପାରେ ।"

DDCA ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି ଯେ ପନ୍ତଙ୍କ ଲିଗାମେଣ୍ଟରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ପନ୍ତଙ୍କ ପରିବାର ସହିତ ଏବାବଦରେ ଆଲୋଚନା କରାଯାଇଛି । ତାଙ୍କ ପରିବାରର ପନ୍ତଙ୍କ ଚିକିତ୍ସାରେ ସନ୍ତୁଷ୍ଟ ଅଛନ୍ତି । ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଚିକିତ୍ସା ଦାୟିତ୍ବ BCCI ନିଜ ହାତକୁ ନେଇଛି । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ପନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ପ୍ରଦାନ କରିବେ । ଟ୍ବିଟ କରି DDCA ସୂଚନା ଦେଇଛି ଯେ, ଆଜି ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବା ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ଟ୍ବିଟ କରି ସୂଚନା ଦେଇଥିଲା । 25 ବର୍ଷୀୟ ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି ।

ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଡିସେମ୍ବର ୩୦ ତାରିଖ ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । ଏହାପୂର୍ବରୁ କାରର କାଚ ଭାଙ୍ଗି ବାହାରକୁ ଆସି ଜୀବନ ବଞ୍ଚାଇଥିଲେ ଋଷଭ ପନ୍ତ । ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସେହି ସମୟରେ ଜଣେ ବସ ଚାଳକ ଓ ଜଣେ କଣ୍ଡକ୍ଟର ତାଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ । ଏହାପରେ ଏବାବଦରେ ପୋଲିସକୁ ସୂଚନା ଦେଇଥିଲେ । ସଙ୍ଗେସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

Last Updated :Jan 4, 2023, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.