ETV Bharat / sports

IPL ମ୍ୟାଚ୍‌ ଖେଳିବାରେ ଜାଡେଜାଙ୍କ ଡବଲ ସେଞ୍ଚୁରୀ, ଡୁପ୍ଲେସିସ୍‌ଙ୍କ ସେଞ୍ଚୁରୀ

author img

By

Published : Oct 15, 2021, 8:25 PM IST

Ravindra Jadeja plays his 200th IPL match
IPL ମ୍ୟାଚ୍‌ ଖେଳିବାରେ ଜାଡେଜାଙ୍କ ଡବଲ୍‌ ସେଞ୍ଚୁରୀ, ଡୁପ୍ଲେସିସ୍‌ଙ୍କ ସେଞ୍ଚୁରୀ

ଚେନ୍ନାଇ ସୁପର କିଙ୍ଗ୍ସ(CSK) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୨୦୦ତମ ଓ ବ୍ୟାଟର ଫାଫ୍‌ ଡୁ ପ୍ଲେସିସ୍‌ ୧୦୦ତମ ଇଣ୍ଡିଆନ ପ୍ରିମିୟର ଲିଗ(IPL) ମ୍ୟାଚ୍‌ ଖେଳୁଛନ୍ତି । ଅଧିକ ପଢନ୍ତୁ...

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ(CSK) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ବ୍ୟାଟର ଫାଫ୍‌ ଡୁ ପ୍ଲେସିସ୍‌ ନିଜ ସଫଳତମ ଆଇପିଏଲ କ୍ୟାରିୟରରେ ନୂଆ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଶୁକ୍ରବାର ଜାଡେଜା ୨୦୦ତମ ଓ ଡୁପ୍ଲେସିସ୍‌ ୧୦୦ତମ ଇଣ୍ଡିଆନ ପ୍ରିମିୟର ଲିଗ(IPL) ମ୍ୟାଚ୍‌ ଖେଳୁଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ IPL 2021ର ଫାଇନାଲ ମାଚ୍‌ ଖେଳାଯାଉଛି ।

ଡୁପ୍ଲେସିସ ଏହି ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଛନ୍ତି । ୧୫ ମ୍ୟାଚ୍‌ରୁ ୫୪୭ ରନ୍‌ ସଂଗ୍ରହ କରିସାରିଥିବାବେଳେ, IPL କ୍ୟାରିୟରରେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ୨୮୪୯ ରନ୍‌ ନିଜ ନାମରେ କରିସାରିଛନ୍ତି ।

ଅନ୍ୟପଟେ ଜାଡେଜା ୨୨୭ ରନ୍‌ ସଂଗ୍ରହ କରିଥିବାବେଳେ ଚଳିତ ସଂସ୍କରଣରେ ୧୧ ୱିକେଟ ମଧ୍ୟ ହାସଲ କରିସାରିଛନ୍ତି । ସଂପୂର୍ଣ୍ଣ IPL କ୍ୟାରିୟରରେ ଭାରତୀୟ ଷ୍ଟାର ଅଲରାଉଣ୍ଡରଙ୍କ ନାମରେ ୨୩୮୬ ରନ୍‌ ଓ ୧୨୫ ୱିକେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.