ETV Bharat / sports

IND vs BAN 2nd ODI: ସିରିଜ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବାଂଲାଦେଶ, ଭାରତ ପାଇଁ କର ବା ମର ସ୍ଥିତି

author img

By

Published : Dec 6, 2022, 10:17 PM IST

Updated : Dec 7, 2022, 8:52 AM IST

IND vs BAN 2nd ODI:  ସିରିଜ୍ ଜିତିବା ଲକ୍ଷ୍ୟରେ ବାଂଲାଦେଶ, ଭାରତ ପାଇଁ କର ବା ମର ସ୍ଥିତି
IND vs BAN 2nd ODI: ସିରିଜ୍ ଜିତିବା ଲକ୍ଷ୍ୟରେ ବାଂଲାଦେଶ, ଭାରତ ପାଇଁ କର ବା ମର ସ୍ଥିତି

ଟିମ୍ ଇଣ୍ଡିଆ ବର୍ଷ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାସ୍ତ ହୋଇଥିଲା । ଯଦି ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଉତ୍ତମ ନ ରହେ ତାହେଲେ ଇତିହାସ ପୁଣି ଥରେ ଦୋହରାଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି(ବୁଧବାର) ବାଂଲାଦେଶକୁ ଦ୍ବିତୀୟ ଦିନିକିଆରେ ଭେଟିବ ଭାରତ । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି । ତେବେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପାଇଁ ମେନ୍ ଇନ୍ ବ୍ଲୁ ଅପ୍ରାଣ ଉଦ୍ୟମ କରିବ । ତେବେ ଏହି ଦ୍ବିତୀୟ ଦିନିକିଆରେ ଅଭିଜ୍ଞ ଖେଳାଳିଙ୍କ ନିକଟରୁ ଉତ୍ତମ ପ୍ରଦର୍ଶନ ନେଇ ଆଶା ରଖାଯାଇଛି ।

ଟିମ୍ ଇଣ୍ଡିଆ ବର୍ଷ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷରେ ଏକ ଦ୍ବିପାକ୍ଷିକ ସିରିଜ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଖେଳିଥିଲା । ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦଳ ୨-୧ରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ଥିବା ବେଳେ ତୃତୀୟ ମ୍ୟାଚଟି ଭାରତ ଜିତିଥିଲା । ଯଦି ଆଜି ତଥା ଦ୍ବିତୀୟ ଦିନିକିଆରେ ଅଲରାଉଣ୍ଡର ସାକିବ ଅଲ ହାସନ ଏବଂ ହସନ ମିରାଜଙ୍କର ପ୍ରଥମ ଦିନିକିଆ ଭଳି ଚମତ୍କାର ରହେ ତାହେଲେ ଇତିହାସ ପୁଣି ଥରେ ଦୋହାରାଇବାର ସମ୍ଭାବନା ରହିଛି ।

ପ୍ରଥମ ଦିନିକିଆରେ ଲୋକେଶ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟରଙ୍କର ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ଭାରତୀୟ ବ୍ୟାଟରଙ୍କ ମୁଖ୍ୟ ସମସ୍ୟା ଏହା ରହିଥିଲା କି ଖେଳ ଆରମ୍ଭରୁ ବହୁତ ଡଟ୍ ବଲ ଖେଳିଥିଲେ । ମେନ୍ ଇନ୍ ବ୍ଲୁ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସକ୍ଷମ ହୋଇପାରିନଥିଲା । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ୧୮୬ ରନ୍ କରି ଅଲଆଉଟ ହୋଇଥିଲା । ରାହୁଲ ୭୦ ବଲରୁ ୭୩ ରନ ଇନିଂସ ଖେଳିଥିଲେ । ସେପଟେ ଦିନିକିଆ ବିଶ୍ବକପକୁ ଆହୁରି ଦଶ ମାସ ବାକି ରହିଛି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ କି ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ନେଇ ମେନ୍ ଇନ୍ ବ୍ଲୁର ଦୃଷ୍ଟିକୋଣ କଣ ରହିଛି ।

ସେପଟେ ମୀରପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ବ୍ୟାଟିଂ ଅର୍ଡର ପାଇଁ ପିଚ୍ ଠିକ୍ ନଥିଲା । ହେଲେ ଏତେ ମାତ୍ରାରେ ଖରାପ ରହିନଥିଲା କି ଦିନିକିଆ ମ୍ୟାଚରେ ଦଳୀୟ ସ୍କୋର ବୋର୍ଡ ୧୮୬ ରନ୍ ରହିବ । ଆଗକୁ ଦିନିକିଆ ବିଶ୍ବକପ ଖେଳାଯିବା ସତ୍ତ୍ବେ ଏହି ଦିନିକିଆ ସିରିଜରେ ସଞ୍ଜୁ ସାମସନ ଓ ଶୁଭମନ ଗିଲଙ୍କ ପରି ଯୁବ ଖେଳାଳିଙ୍କୁ ଦଳରୁ ବାଦ ଦେବା ତତ୍କାଳୀନ ଚୟନ ସମିତି ନିର୍ଣ୍ଣୟ ଉପରେ ଆଙ୍ଗୁଠି ଉଠିଛି । ସେପଟେ ରଜତ ପଟିଦାର ଏବଂ ରାହୁଲ ତ୍ରୀପାଠୀଙ୍କୁ ଏହି ସିରିଜରେ ସାମିଲ କରାଯାଇଛି । ହେଲେ ଏହା ସ୍ପଷ୍ଟ ହୋଇପାରିନାହିଁ କି ଦଳ ଏହି ଯୁବ ଖେଳାଳିଙ୍କୁ କେବେ ସୁଯୋଗ ଦେବ । କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ଯଦି କୌଣସି ଦଳରେ କୌଣସି ରଣନୀତି ପରିବର୍ତ୍ତନ ନ କରିବେ ତାହେଲେ ଦଳକୁ ସିରିଜ୍ ଜିତିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

Last Updated :Dec 7, 2022, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.