ETV Bharat / sports

ବେଙ୍ଗାଲୁରୁ ଟେଷ୍ଟ: ବିଜୟ ଠାରୁ ୬ ୱିକେଟ ଦୂରରେ ଭାରତ

author img

By

Published : Mar 14, 2022, 4:34 PM IST

Updated : Mar 14, 2022, 5:27 PM IST

pink ball test india six wickets away from historical victory at tea
ବେଙ୍ଗାଲୁରୁ ଟେଷ୍ଟ: ବିଜୟ ଠାରୁ ୬ ୱିକେଟ ଦୂରରେ ଭାରତ

ବିଜୟ ଠାରୁ ୬ ୱିକେଟ ଦୂରରେ ଭାରତ । ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍‌ ବଲ୍‌ ଟେଷ୍ଟର ତୃତୀୟ ଦିନରେ ପ୍ରଥମ ସେସନରେ ସିଂହଳ ଟିମର ୩ଜଣ ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି ଭାରତୀୟ ବୋଲର । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ଠାରୁ ମାତ୍ର ୬ ୱିକେଟ ଦୂରରେ ରହିଛି ଭାରତୀୟ ଟିମ । ୪୪୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରୁଥିବା ଭ୍ରମଣକାରୀ ଶ୍ରୀଲଙ୍କା ଟିମ, ତୃତୀୟ ଦିନ ଟ୍ରି ବ୍ରେକ୍‌ ସୁଦ୍ଧା ୧୫୧ ରନରେ ୪ ୱିକେଟ ହରାଇ ସଂଘର୍ଷ କରୁଛି । ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍‌ ବଲ୍‌ ଟେଷ୍ଟର ତୃତୀୟ ଦିନରେ ପ୍ରଥମ ସେସନରେ ସିଂହଳ ଟିମର ୩ଜଣ ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି ଭାରତୀୟ ବୋଲର ।

୨୮/୧ରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା ଟିମ । କ୍ୟାପେଟନ ଦିମୁଥ କରୁଣାରତ୍ନେ ଓ କୁଶଲ ମେଣ୍ଡିସ ଭଲ ବ୍ୟାଟିଂ କରିବା ସହ ୫୦ ରନ୍‌ ପାର୍‌ କରାଇଥିଲେ । ମେଣ୍ଡିସ ଦ୍ରୁତ ରନ୍‌ ସଂଗ୍ରହ କରି ୫୭ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ମେଣ୍ଡିସ ୫୪ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ରବିଚନ୍ଦ୍ରନ ଅଶ୍ବିନ ୱିକେଟ କିପର ପନ୍ତଙ୍କ ଦ୍ବାରା ଷ୍ଟମ୍ପିଂ ଆଉଟ୍‌ କରାଇଥିଲେ । ଫଳରେ ଶ୍ରୀଲଙ୍କା ୯୭ ରନ୍‌ର ଦ୍ବିତୀୟ ୱିକେଟ ହରାଇଥିଲା ।

ଏହାର ପରବର୍ତ୍ତୀ ଓଭରରେ ଆଞ୍ଜେଲୋ ମାଥ୍ୟୁସଙ୍କୁ ଜାଡେଜା ପାଭିଲିୟନ ଫେରାଇଦେବାପରେ ଶ୍ରୀଲଙ୍କା ୯୮/୩ ରେ ସଙ୍କଟରେ ପଡିଥିଲା ।

ଧନଞ୍ଜୟ ଦି ସିଲଭା ପରେ କ୍ୟାପେଟନ କରୁଣାରତ୍ନେଙ୍କ ସହ ମିଶି ଦଳୀୟ ସ୍କୋର ୧୦୦ ପାର୍‌ କରାଇଥିଲେ । ତେବେ ଅଶ୍ବିନ, ଧନଞ୍ଜୟଙ୍କୁ ଆଉଟ୍‌ କରି ଶ୍ରୀଲଙ୍କାକୁ ଆଉଟ ଏକ ଝଟକା ଦେଇଥିଲେ । ପରେ ବ୍ୟାଟିଂ ପାଇଂ ଆସିଥିବା ନିରୋସାନ ଡିକୱାଲା କ୍ୟାପେଟନଙ୍କ ସହ ମିଶି ଟିମର ସ୍କୋର ୧୫୦ ପାର୍‌ କରାଇଥିଲେ । କରୁଣାରତ୍ନେ ନିଜର ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୫୨/୧୦ & ୩୦୩/୯ ଘୋଷଣା ବନାମ ଶ୍ରୀଲଙ୍କା ୧୦୯/୧୦ & ୧୫୧/୪ (ଦିମୁଖ କରୁଣାରତ୍ନେ ୬୭*, କୁଶାଲ ମେଣ୍ଡିସ ୫୪; ରବିଚନ୍ଦ୍ରନ ଅଶ୍ବିନ ୨/୪୦) ।

Last Updated :Mar 14, 2022, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.