ETV Bharat / sports

World Cup 2023: ଭାରତ ଗସ୍ତ ନେଇ ପାକ୍ ପିଏମଙ୍କ ଅନୁମତି ଲୋଡିଲା PCB

author img

By

Published : Jul 3, 2023, 8:59 AM IST

world cup
pcb writes to pakistan pm travel to india

ଦିନିକିଆ କ୍ରିକେଟ ବିଶ୍ବକପ 2023 ପାଇଁ ପାକିସ୍ତାନର ଭାରତ ଗସ୍ତ ନେଇ କେତେବେଳେ ଦ୍ବନ୍ଦ ତ ପୁଣି କେତେବେଳେ ଆଗ୍ରହ ଦେଖିବାକୁ ମିଳୁଛି । ପିସିବି ବିଶ୍ବକପ ପାଇଁ ଭାରତ ଗସ୍ତ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡିଥିବା ଏକ ରିପୋର୍ଟରୁ ଜଣାପଡିଛି ।

ନୂଆଦିଲ୍ଲୀ: ପିସିବି ତାର ନିଷ୍ପତ୍ତି ଉପରେ ସ୍ଥିର ରହିପାରୁନାହିଁ କି ମନ ଉପରେ ନିୟନ୍ତ୍ରଣ ରଖିପାରୁନାହିଁ । ଚଳିତ ବର୍ଷ ଅକ୍ଟୋବର 5ରୁ ନଭେମ୍ବର 19 ଯାଏଁ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ବକପ ନେଇ ଭାରତ ଗସ୍ତ ପାଇଁ ପିସିବି ପାକ୍ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡିଥିବା ରିପୋର୍ଟରୁ ଜଣାପଡିଛି । ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ପିସିବି ଚିଠି ଲେଖି ଅନୁମତି ମାଗିଥିବା ଜଣାପଡିଛି ।

ପାକିସ୍ତାନ ସରକାରଙ୍କ ବିନା ଅନୁମତିରେ ପାକିସ୍ତାନ ଆଗାମୀ ବିଶ୍ବକପରେ ଭାଗ ନେଇପାରିବ ନାହିଁ । ତେଣୁ ଏବେଠୁ ପିସିବି ସରକାରୀ ଅନୁମତି ପାଇଁ ପ୍ରୟାସ ଆରମ୍ଭ କରିଛି । ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଭିତରେ ଜୁନ 26 ତାରିଖରେ ପିସିବି ଲେଖିଥିବା ଚିଠିରେ ଜାତୀୟ ଦଳ ଭାବେ ବିଶ୍ବକପ ପାଇଁ ଭାରତ ଗସ୍ତ ଲାଗି ପରାମର୍ଶ ଲୋଡିଛି । ଚିଠିରେ ମ୍ୟାଚ କାର୍ଯ୍ୟସୂଚୀ ଦର୍ଶାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ପାକିସ୍ତାନ ତାର 9ଟି ଲିଗ ମ୍ୟାଚ 5ଟି ସହରରେ ଖେଳିବ । ଯେଉଁଥିରେ ଅକ୍ଟୋବର 15 ତାରିଖରେ ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମ୍ୟାଚ ଖେଳାଯିବ ।

ରିପୋର୍ଟରେ କୁହାଯାଇଛି କି, ସରକାରଙ୍କ ପାଇଁ ଉତ୍ତର ଦେବାକୁ କୌଣସି ସମୟ ସୀମା ନାହିଁ ମାତ୍ର ସରକାରଙ୍କ ଅନୁମତି ବିନା ପିସିବି ଭାରତ ଯାତ୍ରା କରିବ ନାହିଁ । ବିଶ୍ବକପ କ୍ରୀଡାସୂଚୀ ଘୋଷଣା ପରେ ତୁରନ୍ତ ଆମେ ଆଇସିପି ( Inter-Provincial Coordination) ମନ୍ତ୍ରଣାଳୟ ଜରିଆରେ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ଚିଠି ଲେଖିଛୁ । ତାର ନକଲ ବୈଦେଶିକ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ପଠାଇଛୁ ।

ଏହା ବି ପଢନ୍ତୁ...ICC World Cup 2023: ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି, ସୁରକ୍ଷା ଯାଞ୍ଚ କରିବ ପ୍ରତିନିଧି ଦଳ

ଏହା ବି ପଢନ୍ତୁ...World Cup 2023: କେଉଁ ଦଳ ସେମିରେ ପ୍ରବେଶ କରିବ ? ସେହୱାଗ କଲେ ଭବିଷ୍ୟବାଣୀ

ଆଇସିସି ବିଶ୍ବକପ ପାଇଁ କ୍ରୀଡାସୂଚା ଘୋଷଣା ସରିଛି । ଭାରତରେ ପାକିସ୍ତାନ 5ଟି ସହରରେ ତାର ସମସ୍ତ ଲିଗ ମ୍ୟାଚ ଖେଳିବ । କିନ୍ତୁ ଏ ପର୍ଯ୍ୟନ୍ତ ପାକ୍ ବିଶ୍ବକପରେ ଭାଗ ନେବା ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ବନ୍ଦରେ ରହିଛି । ସେପଟେ ଦିନିକିଆ ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଖେଳିବାକୁ ଥିବା ଷ୍ଟାଡିୟମ୍‌ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତକୁ ଆସିବ ବୋଲି ଜଣାପଡ଼ିଛି । ଷ୍ଟାଡିୟମ୍‌ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ଦଳକୁ ଭାରତରେ ଖେଳିବା ପାଇଁ ଅନୁମତି ପାଇଁ ପିସିବିକୁ ସୁପାରିଶ କରିବେ ପାକିସ୍ତାନ ସରକାର । 2016 ପୁରୁଷ ଟି-ଟ୍ବେଣ୍ଟି ବିଶ୍ବକପ ପରେ ପାକିସ୍ତାନ ଭାରତ ଗସ୍ତ କରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.