ETV Bharat / sports

World Cup 2023: କେଉଁ ଦଳ ସେମିରେ ପ୍ରବେଶ କରିବ ? ସେହୱାଗ କଲେ ଭବିଷ୍ୟବାଣୀ

author img

By

Published : Jul 3, 2023, 6:27 AM IST

ପାଖେଇ ଆସୁଛି ବିଶ୍ବକପ୍‌ ୨୦୨୩ । ଜାଣନ୍ତୁ କେଉଁ ଦଳ ବିଶ୍ବକପ୍‌ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବା ନେଇ ବୀରେନ୍ଦ୍ର ସେହୱାଗ୍‌ ପୂର୍ବନୁମାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଜାଣନ୍ତୁ ସେହୱାଗ୍‌ଙ୍କ ଭବିଷ୍ୟବାଣୀ
ଜାଣନ୍ତୁ ସେହୱାଗ୍‌ଙ୍କ ଭବିଷ୍ୟବାଣୀ

ହାଇଦ୍ରାବାଦ: ଆସନ୍ତା ଦିନିକିଆ ବିଶ୍ବକପ୍‌ ୨୦୨୩ ପାଇଁ ଖେଳସୂଚୀ ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି କାଉଣ୍ଟ୍‌ଡାଉନ୍‌ । ସମସ୍ତଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ବିଶ୍ବକପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ପୂର୍ବତନ ରନର୍ସ୍‌ ଅପ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୫ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ଏହି ହାଇ ଭୋଲ୍‌ଟେଜ୍‌ ବିଶ୍ବକପ୍‌ ମହାକୁମ୍ଭ ।

ଚଳିତ ବର୍ଷ ଭାରତ ବିଶ୍ବକପ ଆୟୋଜନ କରୁଥିବା ବେଳେ ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଘରୋଇ ଦଳ । କ୍ରିକେଟ୍‌ର ଏହି ମହାକୁମ୍ଭ ଆରମ୍ଭ ହେବାକୁ ଆଉ କିଛି ମାସ ବାକି ଥିବାରୁ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି । ଟିମ୍‌ ଗୁଡ଼ିକର ପ୍ରସ୍ତୁତି ଓ କମ୍ବିନେସନ ଉପରେ କ୍ରିକେଟ୍‌ ବିଶେଷଜ୍ଞ ମାନେ ଆଲୋଚନା କରିବାରେ ଲାଗିଛନ୍ତି । ନିକଟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍‌ୱାଗ ଚଳିତ ବର୍ଷ ଦୁଇଟି ଟିମ୍‌ ନିଶ୍ଚିତ ଭାବେ ସେମି ଫାଇନାଲକୁ ଯିବେ ବୋଲି ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି, "ଯଦି ମୋତେ ସେମି ଫାଇନାଲ ପାଇଁ ୪ଟି ଟିମ୍‌ ବାଛିବାକୁ କୁହାଯାଏ, ତେବେ ମୁଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଓ ପାକିସ୍ତାନକୁ ବାଛିବି । ଏମାନେ ସେମି ଫାଇନାଲ ଖେଳିପାରନ୍ତି । କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିଶ୍ଚିତ ଭାବେ ସେମି ଖେଳିବେ ବୋଲି ମୋର ବିଶ୍ବାସ । କାରଣ ସେମାନେ ଏବେ ଯେଉଁଭଳି ଖେଳ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ଅଟକାଇବା ଅନ୍ୟ ଦଳ ପାଇଁ କଷ୍ଟକର । ଏହି ଦୁଇ ଟିମ୍‌ ଚଳିତ ବର୍ଷ ବିଶ୍ବକପ୍‌ ଟ୍ରଫି ପାଇଁ ଦାବିଦାର । ସବ୍‌ କଣ୍ଟିନେଣ୍ଟ୍‌ରେ ମ୍ୟାଚ୍‌ ଜିତିବା କୌଶଳ ଏହି ଦୁଇ ଟିମ ଜାଣିଛନ୍ତି ।"

ଅନ୍ୟପଟେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ ଭାରତ ଓ ଇଂଲଣ୍ଡ ବିପକ୍ଷ ଲଢ଼େଇକୁ ଅପେକ୍ଷା କରିଥିବା କହିଛନ୍ତି । ଏହା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍‌ ଜିତିବାର ସମ୍ଭାବନା ଯଥେଷ୍ଟ ଅଧିକ ଥିବା ସେ କହିଛନ୍ତି । ମୁରଲୀଧରନ କହିଛନ୍ତି, "ମୁଁ ଭାରତ- ଇଂଲଣ୍ଡ ଲଢ଼େଇକୁ ଅପେକ୍ଷା କରିଛି । କିନ୍ତୁ ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ଚଳିତ ବର୍ଷ ବିଶ୍ବକପ ଜିତିବାର ଅଧିକ ସମ୍ଭାବନା ରହିଛି । ଭାରତୀୟ କ୍ରିକେଟରମାନେ ଏଠାରେ ମ୍ୟାଚ୍‌ କେମିତି ଜିତିବାକୁ ହେବ, ତାହାକୁ ବୁଝିଛନ୍ତି । ନିଶ୍ଚିତ ଭାବେ ଏହା ଏକ ଭଲ ମ୍ୟାଚ ହେବ । ମୁଁ ଭାରତ- ଇଂଲଣ୍ଡ ମ୍ୟାଚ ଦେଖିବାକୁ ଚାହେଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.