ETV Bharat / sports

Asia Cup 2023: ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ପାକିସ୍ତାନ ଯିବେ ଜୟ ଶାହ ! ନିମନ୍ତ୍ରଣ କଲା PCB

author img

By

Published : Aug 19, 2023, 10:55 PM IST

ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ପାକିସ୍ତାନ ଯିବେ ଜୟ ଶାହ !
ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ପାକିସ୍ତାନ ଯିବେ ଜୟ ଶାହ !

ଏସିଆକପ୍‌ ୨୦୨୩ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ । ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବାକୁ ବିସିସିଆଇ ସଚିବ ଜୟ ଶାହଙ୍କୁ ନିମନ୍ତ୍ରଣ କରିଛି ପିସିବି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରେ ଆରମ୍ଭ ହେବ ଏସିଆ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ । ଆୟୋଜକ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ୍‌ । ତେବେ ଏହି ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବା ପାଇଁ ଶୁକ୍ରବାର ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିବିସି) ବିସିସିଆଇ ସମ୍ପାଦକ ତଥା ଏସିସି (ଏସୀୟ କ୍ରିକେଟ୍‌ ପରିଷଦ) ଅଧ୍ୟକ୍ଷ ଜୟ ଶାହଙ୍କୁ ଆମନ୍ତ୍ରଣ କରିଛି । ଶାହଙ୍କ ବ୍ୟତୀତ ଏସିସି ସହିତ ସମ୍ପୃକ୍ତ ଥିବା ଅନ୍ୟାନ୍ୟ ବୋର୍ଡର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିବା ପିବିସି ସୂଚନା ଦେଇଛି ।

ଶାହଙ୍କୁ ପଠାଯାଇଥିବା ନିମନ୍ତ୍ରଣ ନେଇ ଭଲଭାବରେ ଅବଗତ ଥିବା ଜଣେ ପିବିସି ସଦସ୍ୟ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଶାହ ଯେ ପ୍ରକୃତରେ ପାକିସ୍ତାନ ଆସିବେ, ସେନେଇ ବାସ୍ତବ ଆଶା ନରଖି କବେଳ ଔପଚାରିକ ଭାବେ ନିମନ୍ତ୍ରଣ କରାଯାଇଛି । ଆଇସିସି ବୈଠକ ପାଇଁ ଡର୍ବାନ୍‌ରେ ଜୟ ଶାହ ଓ ପିସିବି ଅଧ୍ୟକ୍ଷ ଜାକା ଅଶ୍‌ରଫ୍‌ ପରସ୍ପରକୁ ଭେଟିଥିଲେ । ସେତେବେଳେ ଅଶ୍‌ରଫ୍‌ ଶାହଙ୍କୁ ଏହି ମ୍ୟାଚ୍‌ ଦେଖିବାକୁ ମୌଖିକ ନିମନ୍ତ୍ରଣ ଦେଇଥିଲେ । ଏବେ ତାହାର ଔପଚାରିକ ନିମନ୍ତ୍ରଣ କରାଯାଇଛି ।" ତେବେ ବିସିସିଆଇ ସଚିବ ଜୟ ଶାହ ପିସିବି ଆମନ୍ତ୍ରଣ ଗ୍ରହଣ କରିଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ରିପୋର୍ଟ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: କାହିଁକି ବିଳମ୍ବ ହେଉଛି ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାରଣ

ସୂଚନାଯୋଗ୍ୟ, ଏସିଆ କପ୍‌ ୨୦୨୩ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଏସିଆ କପ୍‌ ପାକିସ୍ତାନ ଆୟୋଜନ କରୁଛି । ହେଲେ ଭାରତ ଏହି ପ୍ରତିଯୋଗିତା ଖେଳିବା ପାଇଁ ପାକିସ୍ତାନ ଯିବାକୁ ରାଜି ହୋଇନଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଓ ବିସିସିଆଇ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଏହାର ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ରାଜି ନହେବାରୁ ବିସିସିଆଇ ସପକ୍ଷରେ ବାଂଲାଦେଶ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ବାହାରିଥିଲେ । ଶେଷରେ ପିସିବି ଓ ଏସିସି ଏହି ପ୍ରତିଯୋଗିତାକୁ ହାଇବ୍ରିଡ୍‌ ମୋଡ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ ଏହି ପ୍ରତିଯୋଗିତା କେବଳ ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ମଧ୍ୟ ଆୟୋଜନ ହେବ । ତେବେ ଭାରତ ଏହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.