ETV Bharat / sports

Blind T20 World Cup 2022: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ

author img

By

Published : Dec 7, 2022, 5:04 PM IST

Blind T20 World Cup 2022: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ
Blind T20 World Cup 2022: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ

ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ । ଭାରତରେ ଖେଳାଯାଉଥିବା ଦୃଷ୍ଟିହୀନ ଟି20 ବିଶ୍ବକପ ପାଇଁ ପାକିସ୍ତାନର ୩୪ ଖେଳାଳି ଓ ଅଧିକାରୀମାନଙ୍କୁ ଭାରତୀୟ ଗୃହ ମନ୍ତ୍ରଣାଳୟ ଭିସା ମଞ୍ଜୁରୀ କରିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ । ଭାରତୀୟ ଗୃହ ମନ୍ତ୍ରଣାଳୟ ୩୪ ପାକିସ୍ତାନ ଖେଳାଳିଙ୍କ ନାମରେ ଭିସା ଜାରି କରିବା ପାଇଁ ଅନୁମତି ପ୍ରଦାନ କରିଛି । ଭାରତରେ ଖେଳାଯାଉଥିବା ଦୃଷ୍ଟିହୀନ ଟି20 ବିଶ୍ବକପ ପାଇଁ ପାକିସ୍ତାନର ୩୪ ଖେଳାଳି ଓ ଅଧିକାରୀମାନେ ଏନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାପରେ ଭାରତୀୟ ଗୃହ ମନ୍ତ୍ରଣାଳୟ ଦୃଷ୍ଟିହୀନ କ୍ରିକେଟ ଟିମର ୩୪ ଖେଳାଳି ଓ ଅଧିକାରୀଙ୍କୁ ଭିସା ପାଇଁ ମଞ୍ଜୁରୀ ଦେଇଛି । ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ କାଉନସିଲ ( Pakistan Blind Cricket Council ) ମଙ୍ଗଳବାର ଭାରତ ନାମରେ ଅଭିଯୋଗ ଆଣିଥିଲା କି ଭାରତରେ ଖେଳାଯାଉଥିବା ଦୃଷ୍ଟିହୀନ ଟି20 ବିଶ୍ବକପ ପାଇଁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପାକିସ୍ତାନ ସ୍କ୍ବାଡକୁ ଭିସା ମଞ୍ଜୁରୀ ଦେଇନାହିଁ । ଯେଉଁ କାରଣରୁ ଖେଳାଳିମାନଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଛି ।

Blind T20 World Cup 2022: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ
Blind T20 World Cup 2022: ପାକିସ୍ତାନ ଖେଳାଳିଙ୍କୁ ଭିସା ଅନୁମତି ଦେଲା ଭାରତ

ଭାରତରେ ଖେଳାଯାଉଥିବା ଦୃଷ୍ଟିହୀନ ଟି20 ବିଶ୍ବକପର ସେମିଫାଇନାଲ ମ୍ୟାଚ ଓ ଫାଇନାଲ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ । ସେହିପରି ଏହାର ଲିଗ୍ ମ୍ୟାଚ ଗୁଡିକ ଫରିଦାବାଦ, ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର, କୋଚି ଏବଂ କଟକ ଓଡିଶାରେ ଖେଳାଯିବ । ୭ ଟି ଟିମ୍ ୨୪ ମ୍ୟାଚ୍ ଖେଳିବା ନେଇ ଖେଳସୂଚୀ ଧାର୍ଯ୍ୟ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଥର ଡିଫେଣ୍ଡିଂ ଚମ୍ପିଆନ୍ ତଥା ଆୟୋଜକ ଭାରତ ସହିତ, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ତାନ, ନେପାଳ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଭାଗ ନେଇଛନ୍ତି । ଡିସେମ୍ବର ୧୭ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ ।

ଭାରତ ହାସଲ କରିଛି ଦୁଇଟି ବିଶ୍ବକପ

ଭାରତର ଦୃଷ୍ଟିହୀନ କ୍ରିକେଟ ସଂଘର ମହାସଚିବ ଶ୍ରୀ ଡ. ଜୋନ୍ ଡେବିଡ୍ ବିଶ୍ବକପ ବାବଦରେ କହିଛନ୍ତି କି, ଭାରତ ବର୍ଷ ୨୦୧୨ ଏବଂ ୨୦୧୭ରେ ଦୁଇଥର ଦୃଷ୍ଟିହୀନ ବିଶ୍ବକପ ଜିତିବାରେ ସଫଳ ରହିଛି । ଏହା ଭାରତୀୟ ଖେଳାଳିଙ୍କ ପାଇଁ ଏକ ଗର୍ବର ବିଷୟ । ଚଳିତ ବିଶ୍ବକପ ପାଇଁ ବଛାଯାଇଥିବା ସ୍କ୍ବାଡରେ ବହୁତ ଦକ୍ଷ ଖେଳାଳିଙ୍କୁ ଚୟନ କରାଯାଇଛି । ଭାରତକୁ ପୁଣି ଆଉ ଏକ ବିଶ୍ବକପ ଭେଟି ଦେବାକୁ ସେମାନେ ଦକ୍ଷତା ରଖିଛନ୍ତି । ଦୃଷ୍ଟିହୀନ ଟି୨୦ ବିଶ୍ବକପ ୨୦୨୨ ଭାରତର ୯ ଟି ସହରରେ ୨୪ ଟି ମ୍ୟାଚ୍ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.