ETV Bharat / sports

Asia Cup 2023 : ଚିହିଁକି ଉଠିଲା PCB, ODI ବିଶ୍ୱକପ୍‌ ପାଇଁ ଭାରତ ନଆସିବାକୁ ଦେଲା ଧମକ !

author img

By

Published : Feb 5, 2023, 7:32 PM IST

ଭାରତ ବନାମ ପାକିସ୍ତାନ
ଭାରତ ବନାମ ପାକିସ୍ତାନ

ଏସିଆ କପ ଆୟୋଜନ ପାକିସ୍ତାନରୁ ଅନ୍ୟ ଭେନ୍ୟୁକୁ ସ୍ଥାନାନ୍ତରିତ ହେଲେ ପାକିସ୍ତାନ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଥମିବାର ନାଁ ଧରୁନି ଏସିଆ କପ ଆୟୋଜନ ବିବାଦ । ବାହାରିନ ବୈଠକ ପରେ ଏସିଆ କପକୁ ନେଇ ବିବାଦୀୟ ବୟାନ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏସିଆ କପ ଆୟୋଜନ ପାକିସ୍ତାନରୁ ଅନ୍ୟ ଭେନ୍ୟୁକୁ ସ୍ଥାନାନ୍ତରିତ ହେଲେ ପାକିସ୍ତାନ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ । ଗତକାଲି(ଶନିବାର) ଏସିଆ କପ ଆୟୋଜନ ବାବଦରେ ବାହାରିନରେ ଏକ ବୈଠକ ବସିଥିଲା । ଏହି ବୈଠକରେ BCCI ସଚିବ ତଥା ACC ସଭାପତି ଜୟ ଶାହା ସ୍ପଷ୍ଟ କରିଥିଲେ ଯେ ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ଏସିଆ କପ ୨୦୨୩ର ଭେନ୍ୟୁ ଏକ ନିରପେକ୍ଷ ଜାଗାକୁ ସ୍ଥାନାନ୍ତରିତ କରାଯିବ । ତେବେ ଏସିଆ କପ ୨୦୨୩ କେଉଁଠାରେ ଆୟୋଜନ କରାଯିବ ତାହା ମାର୍ଚ୍ଚରେ ଘୋଷଣା କରାଯିବ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି ।

ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ତଥା ଏସିୟ କ୍ରିକେଟ ପରିଷଦର ସଭାପତି ଜୟ ଶାହଙ୍କ ସହିତ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀଙ୍କ ସହିତ ବାହାରିନରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏସିଆ କପ୍‌ ୨୦୨୩କୁ ଦୃଷ୍ଟିରେ ରଖି ବୈଠକ ଡାକିଥିଲେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ । ଏହି ବୈଠକରେ ମୂଳ ଉଦ୍ଦେଶ୍ୟ ଏସିଆ କପ୍‌ର ଆୟୋଜନକୁ ନେଇ ଆଲୋଚନା ରହିଥିଲା । ତେବେ ଏହି ବୈଠକରେ ଯୋଗ ଦେଇ BCCI ସଚିବ ତଥା ACC ସଭାପତି ଜୟ ଶାହ ନିଜର ଚୂଡାନ୍ତ ନିଷ୍ପତ୍ତି ଶୁଣାଇଥିଲେ । ସେ କହିଥିଲେ ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ । ଏସିଆ କପ୍‌ ୨୦୨୩ର ଆୟୋଜନକୁ ଅନ୍ୟ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ତେବେ ଏହି ବୈଠକ ପରେ କୁହାଯାଉଛି ଏସିଆ କପ ୨୦୨୩ର ଆୟୋଜନ ନେଇ UAEକୁ ବିକଳ୍ପ ସ୍ଥାନ ଭାବରେ ନିଆଯାଇଛି । ହେଲେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହଁ ।

ANI ନ୍ୟୁଜ ଏଜେନ୍ସି ମୁତାବିକ, ଏଘଟଣା ବାବଦରେ ଏକ ସୂତ୍ର କହିଛି "ACCର ଏହି ନିଷ୍ପତ୍ତିରେ PCB ଖୁସି ନଥିବା ଜଣାପଡିଛି । ଯଦି ଏସିଆ କପକୁ ଅନ୍ୟ ନିରେପେକ୍ଷ ଜାଗାକୁ ସ୍ତାନାନ୍ତରିତ କରାଯାଏ ତାହାଲେ ପାକିସ୍ତାନ ଦିନିକିଆ ବିଶ୍ବକପ ୨୦୨୩ ଖେଳିବା ପାଇଁ ଭାରତ ଯାତ୍ରା କରିବ ନାହିଁ ।" ୨୦୨୩ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଥିଲା । ତେବେ ଏ ବାବଦରେ ACC ଅଧ୍ୟକ୍ଷ ତଥା BCCI ସଚିବ ଜୟ ଶାହ କହିଥିଲେ ଯେ, ଭାରତୀୟ ଟିମ୍‌ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ଖେଳିବାକୁ ଯିବନାହିଁ ବୋଲି କହିଥିଲେ ସେ । ଏହାକୁ ନେଇ BCCIକୁ ପାଲଟା ଜବାବ ଦେଇଥିଲା PCB । ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା କହିଥିଲେ ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ତାହେଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.