ETV Bharat / sports

Pak vs Aus: ବାବରଙ୍କ ଶତକରେ ପାକିସ୍ତାନ ବିଜୟୀ, ସିରିଜ ବରାବର

author img

By

Published : Apr 1, 2022, 4:23 PM IST

Pak vs Aus: Babar Azam shines as hosts complete record run chase to level ODI series with Australia
Pak vs Aus: ବାବାରଙ୍କ ଶତକରେ ପାକିସ୍ତାନ ବିଜୟୀ, ସିରିଜ ବରାବର

ପାକିସ୍ତାନ କ୍ୟାପଟେ୍‌ନ ବାବର ଆଜମଙ୍କ ଦମଦାର ଶତକ ଓ ଓପନର ଇମାମ-ଉଲ-ହକ୍‌ଙ୍କ ଉପଯୋଗୀ ଇଂନିସ ବଳରେ ଅଷ୍ଟ୍ରେଲିଆକୁ ଦ୍ବିତୀୟ ODI ମ୍ୟାଚ୍‌ରେ ୬ ୱିକେଟରେ ହରାଇଛି ପାକିସ୍ତାନ । ଅଧିକ ପଢନ୍ତୁ

ଲାହୋର(ପାକିସ୍ତାନ): ପାକିସ୍ତାନ କ୍ୟାପଟେ୍‌ନ ବାବର ଆଜମଙ୍କ ଦମଦାର ଶତକ ଓ ଓପନର ଇମାମ-ଉଲ-ହକ୍‌ଙ୍କ ଉପଯୋଗୀ ଇଂନିସ ବଳରେ ଅଷ୍ଟ୍ରେଲିଆକୁ ଦ୍ବିତୀୟ ODI ମ୍ୟାଚ୍‌ରେ ୬ ୱିକେଟରେ ହରାଇଛି ପାକିସ୍ତାନ । ଗୁରୁବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରେକର୍ଡ ରନ୍‌ ଚେଜ୍‌ ସହ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ବରାବର କରିଛି ।

୩୪୯ ରନ୍‌ର ବଡ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ପାଇଁ ଦୁଇ ଓପନର ଫଖର ଜମନ ଓ ଇମାମ ଉଲ୍‌-ହକ୍‌ ପ୍ରଥମ ୱିକେଟ ଯୋଡିରେ ୧୧୮ ରନ୍‌ର ଭାଗିଦାରୀ କରିଥିଲେ । ପରେ ମାର୍କସ ଷ୍ଟୋଇନିସ ୬୭ ରନ୍‌ରେ ବ୍ୟାଟିଂ କରୁଥିବା ଫଖର ଜମନଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ । ପରେ ବ୍ୟାଟିଂ ପାଇଁ ଆସିଥିବା ବାବାର ଆଜମ ଆଉ ଏକ ସ୍ମରଣୀୟ ଇଂନିସ ଖେଳିବା ସହ ଇମାମଙ୍କ ସହ ୧୧୧ ରନ୍‌ର ଭାଗିଦାରୀ କରିଥିଲେ ।

୯୭ ବଲ୍‌ରୁ ୧୦୬ ରନ୍‌ର ଇଂନିସ ଖେଳି ଦ୍ବିତୀୟ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ ଓପନର ଇମାମ । ପରେ ୮୩ ବଲ୍‌ରୁ ୧୧୪ ରନ୍‌ର ଦମଦାର ମ୍ୟାଚ୍‌ ବିଜୟୀ ଶତକୀୟ ଇଂନିସ ବଳରେ ପାକିସ୍ତାନ ବିଜୟୀ ହୋଇଥିଲା । ଶେଷ ୧୭ ବଲ୍‌ରୁ ୨୭ ରନ୍‌ ଆବଶ୍ୟକ କରୁଥିବା ଘରୋଇ ଟିମ ସହଜରେ ହାସଲ କରିନେଇଥିଲା । ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ODI ସିରିଜ ୧-୧ରେ ବରାବର ହୋଇଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ଟ୍ରାଭିସ ହେଡ୍‌ଙ୍କ ୮୯, ଓ ବେନ ମେକଡରମଟଙ୍କ ୧୦୪ ରନ୍‌ର ଶତକୀୟ ଇଂନିସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୮ ରନ୍‌ ସଂଗ୍ରହ କରିଥିଲା ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୩୪୮/୮(ଟ୍ରାଭିସ ହେଡ୍‌ ୮୯, ବେନ ହେକଡରମଟ ୧୦୪; ସାହୀନ ଶାହ ଆଫ୍ରିଦୀ ୪/୬୩) ବନାମ ପାକିସ୍ତାନ ୩୪୯/୪(ଇମାମ-ଉଲ୍‌-ହକ୍‌ ୧୦୬, ବାବାର ଆଜମ ୧୧୪; ଆଡାମ ଜାମ୍ପା ୨/୭୧) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.