ETV Bharat / sports

କ୍ରିକେଟ ଜଗତରେ ଝୁଲଣଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ: ହରମନପ୍ରିତ କୌର

author img

By

Published : Aug 31, 2022, 7:17 AM IST

ହରମନପ୍ରିତ କୌର : କ୍ରିକେଟ ଜଗତରେ ଝୁଲଣ ଗୋସ୍ବାମୀଙ୍କର ସ୍ଥାନ କେହି ନେଇ ପାରିବେ ନାହିଁ
ହରମନପ୍ରିତ କୌର : କ୍ରିକେଟ ଜଗତରେ ଝୁଲଣ ଗୋସ୍ବାମୀଙ୍କର ସ୍ଥାନ କେହି ନେଇ ପାରିବେ ନାହିଁ

ଭାରତୀୟ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ହରମନପ୍ରିତ କୌର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରିତ କୌର ( Harmanpreet Kaur ) କହିଛନ୍ତି "ଭେଟେରାନ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କର (Jhulan Goswami) ଖେଳ ପ୍ରତି ଏକ ଅଲଗା ପ୍ରକାର ଆଗ୍ରହ ରଖିଥାନ୍ତି । ଅନ୍ୟ କେହି ତାଙ୍କର ସ୍ଥାନ ପୁରା କରି ପାରିବେ ନାହିଁ । ୩୯ ବର୍ଷିୟା ଝୁଲଣ ଗୋସ୍ବମୀ ଦୁଇ ଦଶନ୍ଧି କ୍ରିକେଟ କ୍ୟାରିୟରରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ସେ ସବୁ ମ୍ୟାଚ ବହୁତ ଆଗ୍ରହର ସହ ଖେଳିଥାନ୍ତି । ଯେତେବେଳେ ମୁଁ ଭାରତୀୟ ମହିଳା କ୍ରିକେଟରେ ଯୋଗ ଦେଲି ସେତେବେଳେ ସେ କ୍ରିକେଟ ଟିମର ଅଧିନାୟିକା ରହିଥିଲେ । ’’

‘‘ଏହା ମୋ ପାଇଁ ଏକ ମହତ୍ବପୂର୍ଣ୍ଣ କଥା କି ସେ ଯେତେବେଳେ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ଶେଷ ମ୍ୟାଚ ଖେଳି ଅବସର ନେବେ ସେତେବେଳେ କ୍ରିକେଟ ଟିମରେ ମୁଁ ନେତୃତ୍ବ କରିବି । ଯେତେବେଳେ ମୁଁ ଟିମରେ ପ୍ରବେଶ କରିଥିଲି ସେତେବେଳେ ସେ ଖେଳରେ ବହୁତ ଆଗକୁ ମାଡି ଚାଲିଥିଲେ । ମୁଁ ତାଙ୍କ ପାଖରୁ ବହୁତ କିଛି ଶିଖିଛି । ତାଙ୍କର ସ୍ଥାନ କେହି ନେଇ ପାରିବେ ନାହିଁ । "

ଆସନ୍ତା ମାସ ୨୪ ତାରିଖରେ ଅର୍ଥାତ ସେପ୍ଟେମ୍ବର ୨୪ରେ ଇଂଲଣ୍ଡର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ ଝୁଲଣଙ୍କ ବିଦାୟକାଳୀନ ମ୍ୟାଚ୍‌ ହେବ । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିବାରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କର ରେକର୍ଡ ରହିଛି । ସେ 201ଟି ଦିନିକିଆ ମ୍ୟାଚ ଖେଳି 252ଟି ୱିକେଟ ହାସଲ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ପ୍ରତି ଝୁଲଣ ଗୋସ୍ବାମୀଙ୍କର ଅବଦାନ ଅତୁଳନୀୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.