ETV Bharat / sports

IPL 2022: ମୁମ୍ବାଇର ଲଗାତର ପରାଜୟ ପରେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢାଇଲେ ନୀତା ଆମ୍ବାନୀ

author img

By

Published : Apr 11, 2022, 2:15 PM IST

Mumbai Indian
Mumbai Indian

ଚଳିତ ଆଇପିଏଲରେ କିନ୍ତୁ ଦଳର ଖରାପ ପ୍ରଦର୍ଶନ ରହିଛି । ଏକଦା ଯିଏ ପଏଣ୍ଟ ଟେବୁଲ ଶୀର୍ଷରେ ରହୁଥିଲା ବର୍ତ୍ତମାନ ଶେଷରେ ରହିଛି । ଚଳିତ ସଂସ୍କରଣରେ ଦଳର ଲଗାତାର ପରାଜୟ ହୋଇଛି । ଏହାପରେ ଦଳ ସହ କଥା ହୋଇ ସେମାନଙ୍କ ଆତ୍ମବିଶ୍ବାସ ବଢାଇଛନ୍ତି ନୀତା ଆମ୍ବାନୀ ଓ ଆକାଶ ଆମ୍ବାନୀ । ଅଧିକ ପଢନ୍ତୁ

ମୁମ୍ବାଇ: ଆଇପିଏଲର ଶକ୍ତିଶାଳୀ ଟିମ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ତାର ଏକ ଛାପ ଛାଡିଛି । ଚଳିତ ଆଇପିଏଲରେ କିନ୍ତୁ ଦଳର ଖରାପ ପ୍ରଦର୍ଶନ ରହିଛି । ଏକଦା ଯିଏ ପଏଣ୍ଟ ଟେବୁଲ ଶୀର୍ଷରେ ରହୁଥିଲା ବର୍ତ୍ତମାନ ଶେଷରେ ରହିଛି । ଚଳିତ ସଂସ୍କରଣରେ ଦଳର ଲଗାତାର ପରାଜୟ ହୋଇଛି । ଏହାପରେ ଦଳ ସହ କଥା ହୋଇ ସେମାନଙ୍କ ଆତ୍ମବିଶ୍ବାସ ବଢାଇଛନ୍ତି ନୀତା ଆମ୍ବାନୀ ଓ ଆକାଶ ଆମ୍ବାନୀ ।

ନୀତା କହିଛନ୍ତି ଯେ, ସେ ସମସ୍ତଙ୍କ ଉପରେ ବିଶ୍ବାସ ଅଛି । ଦଳ ନିଶ୍ଚିତ ଭାବେ ଆଗକୁ ବଢିବ । ଏହା ତାଙ୍କର ମନ କହୁଛି । ଏବେ ସେମାନେ କେବଳ ଆଗକୁ ଯିବେ । ନିଜ ଉପରେ ବିଶ୍ବାସ ରଖିବା ସବୁଠାରୁ ବେଶୀ ଜରୁରୀ । ନୀତା ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ସେମାନେ ଅନେକ ଥର ଏପରି ସ୍ଥିତି ଦେଇ ଗତି କରିଛନ୍ତି । ଆଗକୁ ମଧ୍ୟ ବଢିଛନ୍ତି । ଖେଳାଳିଙ୍କ ଉପରେ ତାଙ୍କର ଭରସା ରହିଛି । ଜଣେ ଅନ୍ୟ ଜଣଙ୍କୁ ସହଯୋଗ କଲେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ନୀତା ।

ସେହିପରି ଆକାଶ ଆମ୍ବାନୀ ଫୋନରେ କଥା ହୋଇ କହିଛନ୍ତି, ସମସ୍ତେ ଜାଣି ରଖିବା ଦରକାର କି ତୁମେ ସମସ୍ତେ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତିନିଧିତ୍ବ କରୁଛ । ପୂର୍ବରୁ ମଧ୍ୟ ଆମେ ଏପରି ପରିସ୍ଥିତି ଦେଇ ଗତି କରିଛୁ । ଆମେ ମୁକାବିଲା କବି ସେଥିରୁ ବାହାରିଛେ। ମୋର ମୁମ୍ବାଇ ସ୍କ୍ବାର୍ଡ ଉପରେ ଯଥେଷ୍ଟ ଭରସା ଅଛି । ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏକ ହୋଇ ଖେଳିଲେ ଏ ପରିସ୍ଥିତିରୁ ଉଧୁରି ପାରିବା ଓ ସମସ୍ତଙ୍କ ଉପରେ ମୋର ଭରସା ଅଛି ବୋଲି କହିଛନ୍ତି ଆକାଶ ଆମ୍ବାନୀ ।

ସେହିପରି କ୍ରିକେଟ ପରିଚାଳକ ନିର୍ଦ୍ଦେଶକ ଜାହିର ଖାନ ମଧ୍ୟ ଦଳର ମନୋବଳ ବଢାଇଛନ୍ତି । ସେ କହିଛନ୍ତି ହାର କି ଜିତ ଆମେ ଏକାଠି ରହିବା । କ୍ରିକେଟର ହିସାବରେ ପରାଜୟ ଦୁଃଖ ହେବ ହେଲେ ମନୋବଳ ହାରିବା ନାହିଁ । ଫଳାଫଳ କିଛି ବି ହେଉ ଆମକୁ ଆମ ବେଷ୍ଟ ଦେବାକୁ ପଡିବ । ଆମ ପାଖରେ ଦକ୍ଷ ଖେଳାଳି ଅଛନ୍ତି । ସମସ୍ତେ ଜାଣନ୍ତି ଦଳ ପାଇଁ କଣ ଦରକାର । ଚାପ ମଧ୍ୟରେ ଖେଳିଥିବା ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ ଚାପମୁକ୍ତ ହୋଇ ଖେଳିବାକୁ କହିଛନ୍ତି ଜାହିର ଖାନ ।

ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟରେ ଏବେ ସୁଦ୍ଧା ୪ଟି ମ୍ୟାଚ୍ ଖେଳିଛି ମୁମ୍ବାଇ । 5ଥର ଚମ୍ପିଅନ ହୋଇଥିବା ଦଳ ଗୋଟିଏ ବି ଜିତି ନାହିଁ । ଟିମ ପାଇଁ ବିଜୟ ସ୍ବାଦ ଚାଖିବା ସ୍ବପ୍ନ ହୋଇଛି । ଲଗାତରା ପରାଜୟ ପରେ ପଏଣ୍ଟ ଟେବୁଲ ତଳଆଡୁ ଦ୍ବିତୀୟରେ ରହିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.