ETV Bharat / sports

ICC Under 19 Womens T20 World Cup: ଭାରତ ଆଗରେ ୧୦୮ ରନ୍ ଟାର୍ଗେଟ, ପାରଶଭିଙ୍କୁ ୩ ୱିକେଟ

author img

By

Published : Jan 27, 2023, 3:26 PM IST

Updated : Jan 27, 2023, 3:45 PM IST

ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ନ୍ୟୁଜିଲାଣ୍ଡ

ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୦୭ ରନ କରିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ଆଜି (ଶୁକ୍ରବାର) ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ସେମିଫାଇନାଲ ମ୍ୟାଚ ଜିତିବାକୁ ଭାରତକୁ ୧୦୮ ରନ ଆବଶ୍ୟକ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୦୭ ରନ କରିଛି । ପାରଶଭି ଚୋପ୍ରା ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି ।

ଭାରତ ଟସ ଜିତି ଅଧନାୟିକା ସେଫାଳି ବର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଅଣ୍ଡର ୧୯ ମହିଳା କିୱି ଦଳ । ଆରମ୍ଭରୁ ଓପନିଂ ଯୋଡି ଭାରତୀୟ ବୋଲଙ୍କ ଶିକାର ହୋଇ ପାଭଲିୟନ ଲେଉଟିଥିଲେ । ଦୁଇ ଓପନର ଆନ୍ନା ବ୍ରାୱନିଙ୍ଗ ଏବଂ ଏମା ମ୍ୟାକଲିଓଡ କ୍ରମଶଃ ୧ ରନ ଓ ୨ ରନ କରି ପାଭଲିୟନ ଲେଉଟିଥିଲେ । ଏହା ପରେ ପ୍ଲିମର ଏବଂ ଇଶାବେଲା ଗେଜଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲେ । ଉଭୟଙ୍କ ଦମଦାର ପାଳି ବଳରେ ନ୍ୟୁଜିଲାଣ୍ଡ ୧୦୭ ରନ କରିବାରେ ସକ୍ଷମ ହୋପାରିଥିଲା । ପ୍ଲିମର ୩୨ ବଲରୁ ୨ ଟି ଚୌକା ସହିତ ସର୍ବାଧିକ ୩୫ ରନ ଇନିଂସ ଖେଳିଥିଲେ । ସେହିପରି ଇଶାବେଲା ଗେଜ ୨୨ ବଲରୁ ୪ ଟି ଚୌକା ସହିତ ୨୬ ରନ ର ଇନିଂସ ଖେଳିଥିଲେ । ୬.୫ ଓଭରରେ ଇଶାବେଲା ଗେଜ ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ବ୍ୟାକଫୁଟକୁ ପଳାଇଥିଲା । ଏହା ପରେ ଅନ୍ୟ କୌଣସି ବ୍ୟାଟର ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ ।

ଭାରତୀୟ ବୋଲର ଦମଦାର ବୋଲିଂ କରି ନ୍ୟୁଜିଲାଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ ଖସାଇବାରେ ସଫଳ ରହିଥିଲେ । ନ୍ୟୁଜିଲାଣ୍ଡର ଇଜି ଶାର୍ପ ୧୩ ରନ ଏବଂ କେଲି ନାଇଟ ୧୨ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟଙ୍କୁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ଇମା ଇରୱିନ ୩ ରନ, କାଟେ ଇରୱିନ ୨ ରନ, ପିଆଜେ ଲୋଗେନବେର୍ଗ ୪ ରନ, ନତାଶା କୋଡିଏର ୩ ରନ କରିଥିଲେ । ସେପଟେ ଭାରତୀୟ ବୋଲର ସେମିଫାଇନାରେ ଶୃଙ୍ଖଳିତ ବୋଲିଂ କରିଥଲେ । ପାରଶଭି ଚୋପ୍ରା ଜବରଦସ୍ତ ବୋଲିଂ କରି ସର୍ବାଧିକ ୩ ଟି ଅକ୍ତିଆର କରିଥିଲେ । ସେ ୪ ଓଭର ବୋଲିଂ କରି ୨୦ ରନ ବ୍ୟୟ କରିଛନ୍ତି । ସେହିପରି ତିତାସ ସାଧୁ, ମନ୍ନତ କାଶ୍ୟପ, ଅଧିନାୟିକା ସେଫାଳି ବର୍ମା, ଅର୍ଚ୍ଚନା ଦେବୀ ଗୋଟିଏ ୱିକେଟ ନେଇଥିଲେ । ୱମେନ୍ ଇନ୍ ବ୍ଲୁ ୧୦୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated :Jan 27, 2023, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.