ETV Bharat / sports

ICC ମାନ୍ୟତା: ଶୀର୍ଷରୁ ହଟିଲେ ମିତାଲି, ଝୁଲଣ ନମ୍ବର ୨ ବୋଲର

author img

By

Published : Sep 28, 2021, 5:00 PM IST

Mithali dethroned from top spot, Goswami rises to number two position: ICC ODI rankings
ICC ମାନ୍ୟତା: ଶୀର୍ଷରୁ ହଟିଲେ ମିତାଲି, ଝୁଲଣ ନମ୍ବର ୨ ବୋଲର

ସଦ୍ୟ ପ୍ରକାଶିତ ICC ମହିଳା ବ୍ୟାଟିଂ ମାନ୍ୟତାର ତୃତୀୟ ସ୍ଥାନକୁ ଖସିଆସିଛନ୍ତି ଭାରତୀୟ କ୍ୟାପଟେନ୍‌ ମିତାଲି ରାଜ । ଅଧିକ ପଢନ୍ତୁ...

ଦୁବାଇ: ଭାରତୀୟ କ୍ୟାପଟେନ୍‌ ମିତାଲି ରାଜ ମଙ୍ଗଳବାର ସଦ୍ୟ ପ୍ରକାଶିତ ICC ମହିଳା ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହରାଇଛନ୍ତି । ମହିଳା ଦିନିକିଆ ମାନ୍ୟତାର ତୃତୀୟ ସ୍ଥାନକୁ ଖସିଆସିଛନ୍ତି ମିତାଲି ରାଜ । ତେବେ ବୋଲିଂ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି ।

୩୮ ବର୍ଷୀୟା ମିତାଲି, ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୨୯ ହାରରେ ୮୭ ରନ୍‌ ସଂଗ୍ରହ କରିଥିଲେ । ଫଳରେ ୭୩୮ ପଏଣ୍ଟ ସହ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକୀୟ ଲିଜଲେ ଲି ୭୬୧ ରେଟିଂ ପଏଣ୍ଟ ସହ ନମ୍ବର ୧ ବ୍ୟାଟର ସ୍ଥାନରେ ରହିଛନ୍ତି । ସେହିପରି ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧୧୨ ରନ୍‌ ସଂଗ୍ରହ କରିଥିବା ଅଷ୍ଟ୍ରେଲୀୟ ଖେଳାଳି ଆଲେସ ହେଲି ୭୫୦ ରେଟିଂ ପଏଣ୍ଟ ସହ ବ୍ୟାଟିଂ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଅନ୍ୟତମ ଭାରତୀୟ ଖେଳାଳି ଭାବେ ଓପନର ସ୍ମୃତି ମାନ୍ଧାନା ୭୧୦ ରେଟିଂ ପଏଣ୍ଟ ସହ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.