ETV Bharat / sports

ICC T20 Women's Rankings: ସ୍ମୃତି ମାନ୍ଧନା ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଟର

author img

By

Published : Sep 20, 2022, 8:37 PM IST

ICC T20 Womens Rankings : ସ୍ମୃତି ମାନ୍ଧନା ବିଶ୍ବର ଦ୍ବିତୀୟ ଶ୍ରେଷ୍ଠ ବ୍ୟାଟର
ICC T20 Womens Rankings : ସ୍ମୃତି ମାନ୍ଧନା ବିଶ୍ବର ଦ୍ବିତୀୟ ଶ୍ରେଷ୍ଠ ବ୍ୟାଟର

ଆଇସିସି ( International Cricket Council ) ଟି-୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଉଠିଲେ ସ୍ମୃତି ମାନ୍ଧନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ମହିଳା ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ନୂଆ ( Star Batter Smriti Mandhana ) ରେକର୍ଡ । ଆଇସିସି ( International Cricket Council ) ଟି-୨୦ ମାନ୍ୟତାରେ ହାସଲ କରିଲେ ଦ୍ବିତୀୟ ମାନ୍ୟତା ( Achieved a career best world number two rank in T20Is ) । ମଙ୍ଗଳବାର ଜାରି ହୋଇଛି ଆଇସିସି ମହିଳା ଟି-୨୦ର ନୂତନ ବ୍ୟାଟିଂ ମାନ୍ୟତା । ଯେଉଁଥିରେ ସ୍ମୃତି ମାନ୍ଧନା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବଶ୍ରେଷ୍ଠ ମାନ୍ୟତା ତଥା ଆଇସିସି ମହିଳା ଟି-୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିବରେ ସଫଳ ହୋଇପାରିଛନ୍ତି । ଇଂଲଣ୍ଡ ମହିଳା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ସ୍ମୃତି ମାନ୍ଧନାଙ୍କର ଦମଦାର ପ୍ରଦର୍ଶନ ଜାରି ରହିଥିଲା । ତାଙ୍କର ସେହି ଦମଦାର ପ୍ରଦର୍ଶନ କାରଣରୁ ସେ ଆଇସିସି ଦ୍ବାରା ଜାରି ହୋଇଥିବା ନୂତନ ମାନ୍ୟତା ବ୍ୟାଟିଂ ତାଲିକାରେ ସେ ଦ୍ବିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୯୯ ବଲରୁ ୧୦ ଟି ଚୌକା ଏବଂ ଗୋଟିଏ ଛକା ସହିତ ୯୧ ରନର ଇନିଂସ ଖେଳି ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନ ଜାହିର କରି ବିଶ୍ବର ଶ୍ରେଷ୍ଠ ଟି-୨୦ ବ୍ୟାଟର ହୋଇପାରିଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷରେ ପୂର୍ବରୁ ଖେଳାଯାଇଥିବା ତିନୋଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜରେ ସ୍ମୃତି ମାନ୍ଧନା ୧୧୧ ରନ କରିଥିଲେ । ତାଙ୍କର ଏହି ଦମଦାର ପ୍ରଦର୍ଶନ ତାଙ୍କ କ୍ୟାରିୟରକୁ କ୍ରିକେଟ ଆଇସିସି ମାନ୍ୟତାକୁ ଉପରକୁ ଉଠାଇବାରେ ସହାୟକ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.