ETV Bharat / sports

କେଏଲ ରାହୁଲଙ୍କ ନୂଆ ରେକର୍ଡ, ଦ୍ବିତୀୟ ଭାରତୀୟ ଓ୍ବିକେଟ କିପର ଭାବେ ODIରେ 1000 ରନ ପୂରଣ

author img

By ETV Bharat Odisha Team

Published : Dec 22, 2023, 8:28 AM IST

କେଏଲ ରାହୁଲଙ୍କ ନୂଆ ରେକର୍ଡ
kl rahul odi runs

KL Rahul ODI Runs: ଦିନିକିଆରେ ଏକ ହଜାର ରନ ପୂରଣ କଲେ ରାହୁଲ । ଗୋଟିଏ ବର୍ଷରେ 1000 ରନ କରିବାରେ ଭାରତୀୟ ଟିମ୍‌ର ଦ୍ବିତୀୟ ଓ୍ବିକେଟ କିପର ପାଲଟିଲେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓ୍ବିକେଟ କିପର ଲୋକେଶ ରାହୁଲଙ୍କ ନୂଆ ରେକର୍ଡ । ଭାରତୀୟ ଟିମ୍‌ର ଦ୍ୱିତୀୟ ଓ୍ବିକେଟ୍‌କିପର ଭାବେ ଗୋଟିଏ ବର୍ଷରେ ଦିନିକିଆ ମ୍ୟାଚ୍‌ରେ 1000 ରନ ପୂରଣ କଲେ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ 35 ବଲରେ 21 ରନ୍‌ କରିଥିଲେ ରାହୁଲ । ଚଳିତ ବର୍ଷର 27ତମ ଦିନିକିଆ ଖେଳି ହାରାହାରି 66.25 ଏବଂ ଷ୍ଟ୍ରାଇକ୍ ରେଟ 87.74ରେ ସେ ମୋଟ 1060 ରନ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ଦୁଇଟି ଶତକ ଓ 7ଟି ଅର୍ଦ୍ଧଶତକ ସାମିଲ ରହିଛି । ସର୍ବାଧିକ ସ୍କୋର ହେଉଛି 111 ।

16 ବର୍ଷ ପୂର୍ବେ ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ପ୍ରଥମ ଓ୍ବିକେଟକିପର ଭାବେ ଏହି ରେକର୍ଡ ହାସଲ କରିଥିଲେ । 2007 ମସିହାରେ 33ଟି ଦିନିକିଆ ସିରିଜରେ ସେ 37ଟି ମ୍ୟାଚ୍‌ରେ 1103 ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ 7ଟି ଅର୍ଦ୍ଧଶତକ ସାମିଲ ରହିଛି । 2008ରେ ଧୋନି 57.73 ହାରରେ 1,097 ରନ୍ ସଂଗ୍ରହ କରିଥିଲେ, ଏଥିରେ ଗୋଟିଏ ଶତକ ଏବଂ 8ଟି ଅର୍ଦ୍ଧଶତକ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଇସିସି ରାଙ୍କିଂ ତାଲିକା: ଦିନିକିଆରେ ଶୀର୍ଷ ସ୍ଥାନ ହରାଇଲେ ଗିଲ, ଟି-20 ଟପ୍‌ରେ SKY

2009ରେ ଖେଳାଯାଇଥିବା ଦିନିକିଆ ସିରିଜରେ ହାରାହାରି 70.47ରେ 1198 ରନ୍ କରିଥିଲେ ମହେନ୍ଦ୍ର ସିଂ ଧୋନି । ଏଥିରେ ଦୁଇଟି ଶତକ ଓ 9ଟି ଅର୍ଦ୍ଧଶତକ ସାମିଲ ରହିଛି । 14 ବର୍ଷ ପରେ ଦ୍ୱିତୀୟ ୱିକେଟ୍‌କିପର ଭାବେ କେଏଲ୍ ରାହୁଲ ଦିନିକିଆରେ 1000 ରନ ପୂରଣ କରିବାରେ ସକ୍ଷମ ହୋଇଛନ୍ତି ।

ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଭାରତୀୟ ଦଳ 2-1ରେ ସରିଜ ବିଜୟୀ ହୋଇଥିଲା । ପ୍ରଥମ ବ୍ୟାଟିଂ କରି ଭାରତ 296 ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ଦକ୍ଷିଣ ଆଫ୍ରିକା ବିଜୟ ରନ୍‌ର ପିଛା କରି ମାତ୍ର 218 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତୀୟ ଟିମ୍‌ ପକ୍ଷରୁ ସଞ୍ଜୁ ସାମସନ ଶତକୀୟ ପାଳି ଖେଳିଥିଲେ । ସେହିପରି ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଅର୍ଶଦୀପ ସିଂ 4ଟି ଓ୍ବିକେଟ ନେଇଥିଲେ । ସଞ୍ଜୁ ସାମସନ ପ୍ଲେୟାର ଅଫ୍‌ ଦି ମ୍ୟାଚ ଓ ଅର୍ଶଦୀପ ସିଂ ପ୍ଲେୟାର ଅଫ ଦି ସିରିଜି ଭାବେ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.