ETV Bharat / sports

ପ୍ରେମିକାକୁ ଜୋକର କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାହୁଲ

author img

By

Published : Nov 5, 2022, 10:21 PM IST

ପ୍ରେମିକାକୁ ଜୋକର କହି ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ରାହୁଲ
ପ୍ରେମିକାକୁ ଜୋକର କହି ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ରାହୁଲ

ପ୍ରେମିକା ଆଥିୟା ସେଟ୍ଟୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ କେଏଲ ରାହୁଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରେମିକା ଆଥିୟା ସେଟ୍ଟୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ କେଏଲ ରାହୁଲ । ରାହୁଲ ଏବେ ଟି୨୦ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ପ୍ରାଣପ୍ରିୟା ଆଥିୟାଙ୍କ ଜନ୍ମଦିନରେ ତାଙ୍କ ସାଥିରେ ଜନ୍ମ ଦିନ ସେଲିବ୍ରେସନ କରିବାକୁ ସୁଯୋଗ ନ ପାଇ ଟିକିଏ ମନ ଉଣା କରିଛନ୍ତି ରାହୁଲ । ତେଣୁ ସୋସିଆଲ ମିଡିଆରେ ତାଙ୍କୁ ଜୋକର ବୋଲି ସମ୍ବୋଧନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ବର୍ଷୀୟାନ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା ସେଟ୍ଟୀ । ଆଥିୟା ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ଆଥିୟାଙ୍କ ସହିତ ପ୍ରେମ ମୁହୂର୍ତ୍ତର ଫଟୋ ସେୟାର କରି ରାହୁଲ ସୋସିଆଲ ମିଡିଆରେ ଲେଖିଛନ୍ତି "ଜନ୍ମଦିନର ଶୁଭେଚ୍ଛା ମୋ ଜୋକର, ତୁମେ ସବୁକିଛି ଠିକ୍ କରିଦିଅ ମୋ ପ୍ରେମ ।" ଏହାର ପ୍ରତି ଉତ୍ତରରେ ଆଥିୟା ସେଟ୍ଟୀ ଲେଖିଛନ୍ତି "ଲଭ୍ ୟୁ" ।

କ୍ରିକେଟର ଲୋକେଶ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ପରସ୍ପରକୁ ଦୀର୍ଘ ଦିନ ହେଲା ଡେଟିଂ କରିଆସୁଛନ୍ତି । ଦୀର୍ଘ ଦିନ ପୂର୍ବରୁ ଆଥିୟା ସେଟ୍ଟୀ ଓ ରାହୁଲଙ୍କ ଖୁବ୍ ଶୀଘ୍ର ବିବାହ କରିବା ନେଇ ଗୁଜବ ଉଠିଥିଲା । ତେବେ ଏବାବରେ ସୁନୀଲ ସେଟ୍ଟୀ ଗଣମାଧ୍ୟମକୁ କହିଥିଲେ ଉଭୟଙ୍କ ବିବାହ ବାବଦରେ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସେପଟେ ରାହୁଲ ଟି୨୦ ବିଶ୍ବକପରେ ତିନୋଟି ଇନିଂସରେ ବିଫଳ ରହିବା ପରେ ବାଂଲାଦେଶ ବିପକ୍ଷରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.