ETV Bharat / sports

ରାଜସ୍ଥାନକୁ ଜୋରଦାର ଝଟ୍‌କା, ଆଇପିଏଲରୁ ଆର୍ଚର ଆଉଟ୍‌

author img

By

Published : Apr 23, 2021, 8:06 PM IST

Jofra Archer ruled out for 2021 IPL
ରାଜସ୍ଥାନକୁ ଜୋରଦାର ଝଟ୍କା‌, ଆଇପିଏଲରୁ ଆର୍ଚର ଆଉଟ୍‌

ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପରେ ଦ୍ବିତୀୟ ଇଂଲଣ୍ଡ ଖେଳାଳି ଓ ରାଜସ୍ଥାନ ରୟାଲ୍ସ ଟିମର ସଦସ୍ୟ ଭାବେ ଆଇପିଏଲ 2021ରୁ ବାଦ୍‌ ପଡିଲେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଜାଇଜ ରାଜସ୍ଥାନ ରୟାଲ୍ସକୁ ଆଉ ଏକ ବଡ ଝଟକା । ଚଳିତ ଆଇପିଏଲରୁ ବାଦ ପଡିଲେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର । ଆଇପିଏଲ 2021 ପାଇଁ ଆର୍ଚର ଭାରତ ଆସିବେ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛି, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ।

26 ବର୍ଷୀୟ ଆର୍ଚର କହୁଣୀରେ ଆଘାତ ଯୋଗୁଁ ଆଇପିଏଲର ପ୍ରଥମ କିଛି ମ୍ୟାଚରୁ ବାଦ ପଡିଥିଲେ । ମାତ୍ର ଆର୍ଚରଙ୍କ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ଫେରିବେ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

ଆସନ୍ତା ସପ୍ତାହରୁ ଅଭ୍ୟାସ ଆରମ୍ଭ କରିବେ ଓ କାଉଣ୍ଟି ଟିମ ସସେକ୍‌ସ ପକ୍ଷରୁ ପୂର୍ଣ୍ଣ ଅଭ୍ୟାସ ଆରମ୍ଭ କରିବେ । ସୁସ୍ଥ ହେବାକୁ କିଛି ସମୟ ଲାଗିବା ଓ ପରେ କେଉଁ ମ୍ୟାଚ ଖେଳିବାକୁ ଫିଟ୍‌ ହେବେ ବୋର୍ଡ ସ୍ଥିର କରିବ ।

ଫଳରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପରେ ଦ୍ବିତୀୟ ଇଂଲଣ୍ଡ ଖେଳାଳି ଓ ରାଜସ୍ଥାନ ରୟାଲ୍ସ ଟିମର ସଦସ୍ୟ ଭାବେ ବାଦ୍‌ ପଡିଛନ୍ତି ଆର୍ଚର । ଚଳିତ ସଂସ୍କରଣରେ ରାଜସ୍ଥାନର ପ୍ରଥମ ମ୍ୟାଚରେ ଆର୍ଚରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଆର୍ଚର ଓ ଷ୍ଟୋକ୍ସଙ୍କ ବିନା ରାଜସ୍ଥାନ ଏଯାବତ ଖେଳିଥିବା 4ଟି ମ୍ୟାଚରେ ମାତ୍ର ଗୋଟିଏରେ ବିଜୟୀ ହୋଇପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.