ETV Bharat / sports

WWC: ଝୁଲଣ ମହିଳା ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର

author img

By

Published : Mar 12, 2022, 5:17 PM IST

Jhulan Goswami becomes highest wicket-taker in Women's World Cup history
WWC: ଝୁଲଣ ମହିଳା ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର

ଇତିହାସ ରଚିଲେ ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ । ରବିବାର ମହିଳା କ୍ରିକେଟ ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ଗୋସ୍ବାମୀ । ଅଧିକ ପଢନ୍ତୁ

ହାମିଲଟନ: ଇତିହାସ ରଚିଲେ ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ । ରବିବାର ମହିଳା କ୍ରିକେଟ ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ଗୋସ୍ବାମୀ । ଏହି ସଫଳତା ସେ ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ହାସଲ କରିଛନ୍ତି । ଚଳିତ ICC ମହିଳା କ୍ରିକେଟ ବିଶ୍ବକପ ଟୁର୍ନାମେଣ୍ଟରେ ଭାରତୀୟ ଟିମର ୩ୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ରହିଥିଲା । ଏହି ମ୍ୟାଚ୍‌ରେ ଗୋସ୍ବାମୀ ୱେଷ୍ଟଇଣ୍ଡିଜ ସ୍ପିନର ଅନିସା ମହମ୍ମଦଙ୍କୁ ଆଉଟ୍‌ କରି ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି ।

ମହିଳା କ୍ରିକେଟ ବିଶ୍ବକପ ଟୁର୍ନାମେଣ୍ଟରେ ଝୁଲଣଙ୍କ ୪୦ତମ ଶିକାର ରହିଥିଲେ ଅନିସା । ଫଳରେ ଅଷ୍ଟ୍ରେଲିଆର ଲିନ ଫୁଲଷ୍ଟନଙ୍କ ରେକର୍ଡ ଭଙ୍ଗ କରିଥିଲେ ଭେଟେରାନ ଭାରତୀୟ ବୋଲର । ୧୯୮୮ରୁ ଏହି ରେକର୍ଡ ଲିନଙ୍କ ନାମରେ ରହିଥିଲା ।

ମାର୍ଚ୍ଚ ୨୨, ୨୦୦୫ରେ ପ୍ରାୟ ୧୭ ବର୍ଷ ତଳେ ଗୋସ୍ବାମୀ, ଶ୍ରୀଲଙ୍କାର ଇନୋକା ଗଲାଗେଦରାଙ୍କୁ ଆଉଟ୍‌ କରି ନିଜର ପ୍ରଥମ ବିଶ୍ବକପ ୱିକେଟ ହାସଲ କରିଥିଲେ । ଏହାପରଠାରୁ ସେ ୪୦ଜଣ ଭିନ୍ନ ବ୍ୟାଟ୍‌ରଙ୍କୁ ଆଉଟ୍‌ କରିଛନ୍ତି । ମଜାଦାର କଥା ହେଉଛି, କୌଣସି ବ୍ୟାଟ୍‌ରଙ୍କୁ ବିଶ୍ବକପରେ ଗୋସ୍ବାମୀ ଦୁଇଥର ଆଉଟ୍‌ କରିପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.