ETV Bharat / sports

ବିଶ୍ବର ପ୍ରଥମ ମହିଳା କ୍ରିକେଟର, ODIରେ ୨୫୦ ୱିକେଟ ହାସଲ କଲେ ଝୁଲଣ

author img

By

Published : Mar 16, 2022, 3:54 PM IST

ବିଶ୍ବର ପ୍ରଥମ ମହିଳା କ୍ରିକେଟର, ODIରେ ୨୫୦ ୱିକେଟ ହାସଲ କଲେ ଝୁଳଣ
ବିଶ୍ବର ପ୍ରଥମ ମହିଳା କ୍ରିକେଟର, ODIରେ ୨୫୦ ୱିକେଟ ହାସଲ କଲେ ଝୁଳଣ

ଦିନିକିଆ କ୍ୟାରିଅରରେ ଏକ ନୂଆ ମାଇଲଷ୍ଟୋନ ଛୁଇଁଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀ । ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବରେ ଦିନିକିଆ ମ୍ୟାଚ୍‌ରେ ୨୫୦ ୱିକେଟ ନେଇଛନ୍ତି ଝୁଲଣ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦିନିକିଆ କ୍ୟାରିଅରରେ ଏକ ନୂଆ ମାଇଲଷ୍ଟୋନ ଛୁଇଁଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀ । ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବରେ ଦିନିକିଆ ମ୍ୟାଚ୍‌ରେ ୨୫୦ ୱିକେଟ ନେଇଛନ୍ତି ଝୁଲଣ । ବୁଧବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଝୁଲଣ ଗୋସ୍ବାମୀ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

ନିକଟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦ ୱିକେଟ ହାସଲ କରିବା କୀର୍ତ୍ତିମାନ ହାସଲ କରିଥିଲେ । ୱେଷ୍ଟ-ଇଣ୍ଡିଜ୍‌ ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଖାଲି ସେତିକି ନୁହେଁ ବିଶ୍ବକପରେ ସବୁଠାରୁ ଅଧିକ ୱିକେଟ ହାସଲ କରିବା ରେକର୍ଡ ମଧ୍ୟ ଝୁଲଣଙ୍କ ନାମରେ ରହିଛି ।

ବୁଧବାର ICC ମହିଳା କ୍ରିକେଟ ଦିନିକିଆ ବିଶ୍ବକପର ୧୫ଶ ଲିଗ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଭାରତକୁ ଇଂଲଣ୍ଡଠାରୁ ୪ ୱିକେଟରେ ପରାଜିତ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ମାତ୍ର ୩୬ ଓଭର ଖେଳି ୧୩୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଜବାବରେ ଇଂଲଣ୍ଡ ମାତ୍ର ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ଏହି ମ୍ୟାଚରେ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀ ଗୋଟିଏ ୱିକେଟ ହାସଲ କରି ୨୫୦ ୱିକେଟ ହାସଲ କରିବାରେ ବିଶ୍ବର ପ୍ରଥମ ମହିଳା କ୍ରିକେଟର ହୋଇ ପାରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, "କେବେ ଭାବିନଥିଲି ଏଭଳି ଏକ ରେକର୍ଡ ହାସଲ କରି ପାରିବି । ମୁଁ ଖୁସି ଅଛି । କିନ୍ତୁ ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲେ, ଅଧିକ ଖୁସି ଲାଗିଥାଆନ୍ତା ।"

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.