ETV Bharat / sports

ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍‌କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା

author img

By

Published : Aug 1, 2023, 7:43 AM IST

Etv Bharat
Etv Bharat

ଆୟର୍ଲାଣ୍ଡ ସିରିଜରେ ଭାରତର ନେତୃତ୍ବ ନେବେ ଯଶପ୍ରୀତ ବୁମରା । 15 ଜଣିଆ ଦଳ ଘୋଷଣା କଲା ବିସିସିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଗଷ୍ଟ 18 ତାରିଖରୁ ଆୟର୍ଲାଣ୍ଡ ସହ ଆରମ୍ଭ ହେବ ତିନି ମ୍ୟାଚ ବିଶିଷ୍ଟ ଟି 20 ସିରିଜ । ଏହା ପୂର୍ବରୁ ସୋମବାର ବିସିସିଆଇ ଘୋଷଣା କରିଛି 15 ଜଣିଆ ଦଳ । ଭାରତୀୟ ଟିମର ନେତୃତ୍ବ ନେବେ ଦ୍ରୁତ ବୋଲର ଯଶପ୍ରୀତ ବୁମରା । ଦୀର୍ଘ 10 ମାସ ପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରି ଆୟର୍ଲ୍ୟାଣ୍ଡ ସିରିଜ ପାଇଁ ଅଧିନାୟକ ଭାର ସମ୍ଭାଳିବେ । ସେହିପରି ଉପ ଅଧିନାୟକ ଭାର ତୁଲାଇବେ ଋତୁରାଜ ଗାଏକ୍‌ୱାଡ । ଏହି 15 ଜଣିଆ ଦଳ ଆୟର୍ଲାଣ୍ଡ ଗସ୍ତ କରିବେ।

  • NEWS 🚨- @Jaspritbumrah93 to lead #TeamIndia for Ireland T20Is.

    Team - Jasprit Bumrah (Capt), Ruturaj Gaikwad (vc), Yashasvi Jaiswal, Tilak Varma, Rinku Singh, Sanju Samson (wk), Jitesh Sharma (wk), Shivam Dube, W Sundar, Shahbaz Ahmed, Ravi Bishnoi, Prasidh Krishna, Arshdeep…

    — BCCI (@BCCI) July 31, 2023 " class="align-text-top noRightClick twitterSection" data=" ">

ଭାରତୀୟ ଦଳରେ ବୁମରାଙ୍କ ସମେତ ଅନେକ ଯୁବ ଖେଳାଳିଙ୍କୁ ଆୟର୍ଲାଣ୍ଡ ସିରିଜ ପାଇଁ ଦଳରେ ସ୍ଥାନ ଦିଆଯାଇଛି । ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଓ୍ବାସିଂଟନ ସୁନ୍ଦର ଓ ରିଙ୍କୁ ସିଂଙ୍କୁ ମଧ୍ୟ ସ୍ଥାନ ମିଳିଛି । ଆୟର୍ଲାଣ୍ଡ ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଗିଲ ଓ ଇଶାନ କିଶାନଙ୍କୁ ଦଳରେ ସ୍ଥାନ ମିଳିପାରି ନଥିବା ବେଳେ କେହି ବରିଷ୍ଠ ଖେଳାଳିଙ୍କ ନାମ ମଧ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ-ICC ODI World Cup 2023: ଭାରତରେ ICC ପ୍ରତିନିଧି ଦଳ, ସମସ୍ତ ଷ୍ଟାଡିୟମ୍‌ର ହେବ ଅନୁଧ୍ୟାନ

ପିଠିରେ ଯନ୍ତ୍ରଣା ଯୋଗୁଁ ଟି-20 ବିଶ୍ବକପରୁ ବାଦ ପଡିଥିଲେ ବୁମରା । ଏହାପରେ ଫିଟ୍‌ ହେବା ଲାଗି ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଟ୍ରେନିଂ ଜାରି ରଖିଥିଲେ । ଆଉ ଏବେ ସେ ପୁରା ଫିଟ ଅଛନ୍ତି । ସେ ଆୟର୍ଲାଣ୍ଡ ସିରିଜ ଖେଳିବା ସହ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ଖେଳିବାର ଆଶା ଉଜ୍ଜୀବିତ ମଧ୍ୟ ହୋଇଛି । ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଜୈସ୍ବାଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଜୈସ୍ବାଲ ଶତକ ଅର୍ଜନ କରିଥିଲେ । ଆଇପିଏଲ ମ୍ୟାଚ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ତେଣୁ ଆୟର୍ଲାଣ୍ଡ ସିରିଜରେ ଯଶସ୍ବୀ ଜୟସ୍ବାଲ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ଅଗଷ୍ଟ 18ରରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । 20 ଓ 23ରେ ଦ୍ବିତୀୟ, ତୃତୀୟ ମ୍ୟାଚ ଖେଳାଯିବ ।

15 ଜଣିଆ ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍‌ୱାଡ (ଉପ ଅଧିନାୟକ), ଯଶସ୍ବୀ ଜୈସ୍ବାଲ, ରିଙ୍କୁ ସିଂ, ତିଳକ ବର୍ମା, ସଞ୍ଚୁ ସାମନ (ଓ୍ବିକେଟ କିପର) , ଶିବମ ଦୁବେ, ଜିତେଶ ଶର୍ମା(ଓ୍ବିକେଟ କିପର), ଓ୍ବାସିଂଟନ ସୁନ୍ଦର, ସାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଅଭେସ ଖାନ, ମୁକେଶ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.