ETV Bharat / sports

ପ୍ରଥମ ଶ୍ରେଣୀ କ୍ରିକେଟରେ ଆଣ୍ଡରସନଙ୍କ 1000 ୱିକେଟ

author img

By

Published : Jul 5, 2021, 8:38 PM IST

ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସୋମବାର ପ୍ରଥମ ଶ୍ରେଣୀ କ୍ରିକେଟରେ 1000 ୱିକେଟ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

James Anderson registers 1000 scalps in first-class cricket
ପ୍ରଥମ ଶ୍ରେଣୀ କ୍ରିକେଟରେ ଆଣ୍ଡରସନଙ୍କ 1000 ୱିକେଟ

ମାଞ୍ଚେଷ୍ଟର: ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସୋମବାର ପ୍ରଥମ ଶ୍ରେଣୀ କ୍ରିକେଟରେ 1000 ୱିକେଟ ପୂରଣ କରିଛନ୍ତି । କେଣ୍ଟ୍‌ ବିପକ୍ଷ ଚଳିତ କାଉଣ୍ଟି ମ୍ୟାଚ୍‌ରେ ଲାନସାୟର ପକ୍ଷରୁ ଖେଳି ଏହି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ଭେଟେରାନ ଇଂଲିସ ବୋଲର ।

ଟିମର ଜାକ କ୍ରାୱଲେ, ଜୋର୍ଡନ କକ୍ସ, ଓଲିଭର ରବିନସନ, ଜାକ ଲିନିଙ୍ଗ୍‌ ହେଇନୋ କୁନ, ମାଟ୍‌ ମିଲନେସ ଓ ହେରୀ ପୋଡମୋରେଙ୍କୁ ଆଉଟ କରି ଆଣ୍ଡରସନ କେଣ୍ଟ୍‌କୁ ପ୍ରଥମ ଇଂନିସରେ 34/8ରେ ପହଞ୍ଚାଇ ଦେଇଥିଲେ । ଆଣ୍ଡରସନ ପ୍ରଥମ ଶ୍ରେଣୀ କ୍ରିକେଟରେ କୁନ୍‌ଙ୍କୁ 1000ତମ ଶିକାର କରିଥିଲେ ।

ଜୁନ ମାସରେ ଆଣ୍ଡରସନ ପୂର୍ବତନ କ୍ୟାପଟେନ ଆଲିଷ୍ଟାର କୁକ୍‌ଙ୍କୁ ଅତିକ୍ରମ କରିବା ସହ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ ।

କ୍ରିକେଟର ଲମ୍ବା ଫର୍ମାଟରେ କୁକ୍‌ ଇଂଲଣ୍ଡ ପକ୍ଷରୁ 161ଟି ମ୍ୟାଚ ଖେଳିସାରିଥିବାବେଳେ, ଆଣ୍ଡରସନଙ୍କ ନାମରେ 162ଟି ମ୍ୟାଚ ଖେଳିଛନ୍ତି । ଅନ୍ୟତମ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ 147ଟି ମ୍ୟାଚ ଖେଳି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.