ETV Bharat / sports

WPL 2023: ଆରସିବି ମଙ୍ଗ ଧରିବେ ସ୍ମୃତି ମାନ୍ଧନା

author img

By

Published : Feb 19, 2023, 1:06 PM IST

ସ୍ମୃତି ମାନ୍ଧନା ଆରସିବି ଅଧିନାୟିକା
WPL 2023

ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଏହାରି ଭିତରେ ଆରସିବି ତାର ଅଧିନାୟିକା ଘୋଷଣା କରିଛି । ଅଧିକ ପଢନ୍ତୁ smriti-mandhana-appointed-as-captain-of-rcb

ହାଇଦ୍ରାବାଦ: ଆଉ କିଛି ଦିନର ଅପେକ୍ଷା । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରିମିୟର ଲିଗ ଆରମ୍ଭ ହୋଇଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଏହାରି ଭିତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାରୋଲ ସ୍ମୃତି ମାନ୍ଧନାଙ୍କୁ ଦଳର ଅଧିନାୟିକା ଭାବେ ଘୋଷଣା କରିଛି । ଭାରତୀୟ ଦଳର ଉପ ଅଧିନାୟିକା ଥିବା ସ୍ମୃତି ମାନ୍ଧାନା ମହିଳା ଆଇପିଏଲ ପାଇଁ ଆରସିବି ଅଧିନାୟିକା ନିଯୁକ୍ତ ହୋଇଛନ୍ତି ।

ପୁରୁଷ ଆଇପିଏଲରେ ଅରସିବି କିମ୍ବଦନ୍ତୀ ଖେଳାଳୀ ବିରାଟ କୋହଲି ଓ ଫାପ ଡୁପ୍ଲେସି ସ୍ମୃତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପତି ସ୍ମୃତିଙ୍କୁ ଅଧିନାୟିକା ଘୋଷଣା କରାଯିବା ପରେ ଆରସିବି ମ୍ୟାନଜେମେଣ୍ଟକୁ ଧନ୍ୟବାଦ ଦେଇଛନ୍ତି ସ୍ମୃତି । ସେ କହିଛନ୍ତି, ''ମୋତେ ବିରାଟ କୋହଲି ଓ ଫାଫଙ୍କ ଭଳି ଖେଳାଳିଙ୍କ ଦଳରେ ସାମିଲ କରାଯାଇଥିବାରୁ ମୁଁ ଆରିସିବି ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛି ।''

ମାନ୍ଧନା 113ଟି ଟି-20 ମ୍ୟାଚରେ 2651 ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ 123.19 ଓ ଇନିଂସ ପ୍ରତି ହାରାହାରି 27.15 ରନ ରହିଛି । ବିଦେଶରେ ଖେଳାଯାଉଥିବା ଟି-20 ଲିଗ ମଧ୍ୟରୁ ବିବିଏଲରେ ସିଡନୀ ଥଣ୍ଡର୍ସ ଓ ବ୍ରିସବେନ ହିଟ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ଭାରତୀୟ ମହିଳା ଦଳରେ 11ଥର ନେତୃତ୍ବ ନେଇଛନ୍ତି ସ୍ମୃତି । ନିକଟରେ ଆଇସିସି ଓମେନ କ୍ରିକେଟର ଅଫ ଦି ଇୟର ପୁରସ୍କାର ଜିତିଥିଲେ ମାନ୍ଧାନା । ଆରସିବିର ସବୁଠୁ ମହଙ୍ଗା ଖେଳାଳି ଥିବା ସ୍ମୃତି ଦଳର ଅଧିନାୟିକା ହେବା ଆକଳନ କରାଯାଉଥିଲା ।

ଏହା ବି ପଢନ୍ତୁ...ICC Womens T20 World Cup: 11 ରନରେ ହାରିଲା ଭାରତ

ଚଳିତ ଆଇପିଏଲରେ ସ୍ମୃତି ମାନ୍ଧନା ସବୁଠୁ ମୂଲ୍ୟବାନ ଖେଳାଳି । ଫେବୃଆରୀ 13 ତାରିଖରେ ହୋଇଥିଲା ନିଲାମୀ ପ୍ରକ୍ରିୟାରେ 3.4 କୋଟି ଟଙ୍କାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କ୍ରୟ କରିଥିଲା । ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ଆୟୋଜିତ ହୋଇଥିଲା । ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ତାର ଅଧିନାୟକ ଘୋଷଣା କରି ନଥିବାବେଳେ ଆରସିବି ସ୍ମୃତି ମାନ୍ଧନାଙ୍କୁ ଦଳର ନେତୃତ୍ବ ଭାର ଦେଇଛି । ଆଇପିଏଲ ନିଲାମୀରେ 5ଟି ଦଳ ସାମିଲ ହୋଇଛନ୍ତି । ମୋଟ 87 ଜଣ ଖେଳାଳି କ୍ରୟ ହୋଇଛନ୍ତି । ମାର୍ଚ୍ଚ 4ରୁ ମହିଳା ଆଇପିଏଲ ଆରମ୍ଭ ହେବ । ମୋଟ 22ଟି ମ୍ୟାଚ ଖେଳାଯିବ । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଓ ଗୁଜୁରାଟ ଜାଏଣ୍ଟ୍ସ ମଧ୍ୟରେ ହେବ । ମାର୍ଚ୍ଚ 5 ତାରିଖରେ ଦିଲ୍ଲୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଆରସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.