ETV Bharat / sports

12 ଲକ୍ଷ ଟଙ୍କା ଜୋରିମାନା ଗଣିଲେ ରୋହିତ ଶର୍ମା

author img

By

Published : Apr 21, 2021, 6:51 PM IST

12 ଲକ୍ଷ ଟଙ୍କା ଜରିମାନା ଗଣିଲେ ରୋହିତ ଶର୍ମା
12 ଲକ୍ଷ ଟଙ୍କା ଜରିମାନା ଗଣିଲେ ରୋହିତ ଶର୍ମା

ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମାଙ୍କ ଠୁ 12 ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅଧିକ ପଢ଼ନ୍ତୁ...

ଚେନ୍ନାଇ: ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ଆଇପିଏଲ 2021ର 13ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ମୁମ୍ବାଇକୁ 6 ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଧିମା ଓଭର ବୋଲିଂ ଯୋଗୁଁ ରୋହିତ ଶର୍ମାଙ୍କଠୁ 12 ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି।

ଏହାକୁ ନେଇ ଆଇପିଏଲ କର୍ତ୍ତୃପକ୍ଷଙ୍କ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ନିୟମ ମୁତାବକ ଧିମା ଓଭର ବୋଲିଂ ପାଇଁ ସର୍ବନିମ୍ନ 12 ଲକ୍ଷ ଟଙ୍କା ଆଦାୟ କରିବାର ପ୍ରାବଧାନ ରହିଛି। ସେପଟେ ରୋହିତ ଶର୍ମା ମଧ୍ୟ ନିଜ ଭୁଲ ସ୍ବିକାର କରିଛନ୍ତି। ଏହାପୂର୍ବରୁ କ୍ୟାପେଟନ କୁଲ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଧିମା ଓଭର ବୋଲିଂ ପାଇଁ ଦଣ୍ଡିତ ହୋଇଥିଲେ।

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ମାତ୍ର 9 ରନରେ ହିଁ ଦଳ ତାର ପ୍ରଥମ ୱିକେଟ ହରାଇଥିଲା । ଡି କକ୍ ମାତ୍ର 1 ରନ କରି ଆଉଟ ହୋଇଥିଲେ । 84 ରନ ବେଳକୁ ଦଳ 6ଟି ୱିକେଟ ହରାଇ ସଂଙ୍କଟରେ ପଡିଯାଇଥିଲା । ଅମିତ ମିଶ୍ରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଦଳକୁ 137 ରନରେ ଅଟକାଇ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ସେପଟେ 138ରନ ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । 8 ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର 123ରନରେ ପହଞ୍ଚିଥିଲା । ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିୟନ୍ତ୍ରଣକୁ ଆସିଥିଲା ମ୍ୟାଚ । 19 ଓଭର ଗୋଟିଏ ବଲରେ 4 ୱିକେଟ ହରାଇ ଦିଲ୍ଲୀ ମ୍ୟାଚକୁ ହାତେଇ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.