ETV Bharat / sports

IPL 2021: କୋହଲିଙ୍କ ୱିକେଟ ଲକ୍ଷ୍ୟ ଥିଲା କହିଲେ ନାରିନ୍

author img

By

Published : Oct 12, 2021, 4:11 PM IST

Really enjoyed getting Virat, tying his team down: Sunil Narine
IPL 2021: କୋହଲିଙ୍କ ୱିକେଟ ଲକ୍ଷ୍ୟ ଥିଲା କହିଲେ ନାରିନ୍

KKR ଅଲରାଉଣ୍ଡର ସୁନୀଲ ନାରିନ ଏଲିମିନେଟର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ୱିକେଟ ସମେତ ଗ୍ଳେନ ମାକ୍ସୱେଲ, ଏବି ଡିଭିଲିୟର୍ସ ଓ ଶ୍ରୀକର ଭରତଙ୍କୁ ପାଭିଲିୟନ ପଠାଇ ଏଲିମିନେଟର ମ୍ୟାଚ୍‌ରେ RCB ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । ଅଧିକ ପଢନ୍ତୁ...

ଶାରଜାହ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିପକ୍ଷ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିବା କୋଲକାତା ନାଇଟ ରାଇଡର୍ସ(KKR) ଅଲରାଉଣ୍ଡର ସୁନୀଲ ନାରିନ କହିଛନ୍ତି, ବିରାଟ କୋହଲିଙ୍କ ୱିକେଟ ଦଖଲ କରିବା ଦ୍ବାରା ଆନନ୍ଦ ମିଳିଛି ।

କୋହଲିଙ୍କ ବ୍ୟତୀତ ନାରିନ, ଗ୍ଳେନ ମାକ୍ସୱେଲ, ଏବି ଡିଭିଲିୟର୍ସ ଓ ଶ୍ରୀକର ଭରତଙ୍କ ୱିକେଟ ମଧ୍ୟ ହାସଲ କରିଥିଲେ । ଦୁଇ ଥରର ଚମ୍ପିଆନ୍‌ ଟିମ କୋଲକାତାକୁ ଗୁରୁତ୍ବପୂର୍ଣ୍ଣ ଏଲିମିନେଟର ମ୍ୟାଚ୍‌ରେ ୬ ୱିକେଟରେ ବିଜୟୀ କରାଇବାରେ ପ୍ରମୁଖ ଯୋଗଦାନ କରିଥିଲେ ।

ମ୍ୟାଚ୍‌ ପରେ ନାରିନ କହିଥିଲେ,"ସମସ୍ତ ୱିକେଟର ଆନନ୍ଦ ନେଇଥିଲି ମାତ୍ର କୋହଲିଙ୍କ ୱିକେଟ ହାସଲ କରିବା ଲକ୍ଷ୍ୟ ଥିଲା । ପ୍ରଥମ ବଲ୍‌ରୁ ପ୍ରସ୍ତୁତ ରହିଥାଏ । କୌଣସି ଦିନ ଆଶା ଅନୁଯାୟୀ ସଫଳ ମିଳେନାହିଁ । ନିଜର ପ୍ରଦର୍ଶନ ଦ୍ବାରା ଟିମ ବିଜୟୀ ହେଲେ ଅଧିକ ଖୁସି ଅନୁଭବ ହୁଏ ।''

KKR କ୍ୟାପଟେନ ଇଆନ ମୋର୍ଗାନ ମଧ୍ୟ ନାରିନ ବୋଲିଂ ସହିତ ବ୍ୟାଟିଂର ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.