ETV Bharat / sports

IPL 2021: ଟସ୍‌ ଜିତିଲେ କୋହଲି, SRHକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ

author img

By

Published : Oct 6, 2021, 7:25 PM IST

Updated : Oct 6, 2021, 7:41 PM IST

IPL 2021: ଟସ୍‌ ଜିତିଲେ କୋହଲି, SRHକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ
IPL 2021: ଟସ୍‌ ଜିତିଲେ କୋହଲି, SRHକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । IPL 2021ର ଆଜି ୫୨ତମ ମ୍ୟାଚ୍‌ ଖେଳାଯିବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବରୁ ହିଁ ପ୍ଲେ-ଅଫ୍‌ ପାଇଁ ସ୍ଥାନ ପକ୍କା କରି ସାରିଛି । ସେପଟେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍‌ରୁ ବାଦ ପଡ଼ିଛି ।

ବର୍ତ୍ତମାନ ସୁଦ୍ଧା ଉଭୟ ୧୨ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରେ ୮ଟି ମ୍ୟାଚରେ ବିଜୟ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଛି । ସେପଟେ ସନରାଇଜର୍ସ ହାଇଦ୍ରାବାଦ ୧୦ଟି ମ୍ୟାଚରେ ପରାଜିତ ହୋଇ ଅଷ୍ଟମ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଦ୍ବିତୀୟ ଇନିଂସରେ ଏହି ପିଚ୍‌ ବ୍ୟାଟସ୍‌ମ୍ୟାନଙ୍କୁ ସୁହାଉଛି । ଏଥିପାଇଁ SRHର ଟାର୍ଗେଟର ପିଛା କରିବାକୁ RCB ପସନ୍ଦ କରିବ ବୋଲି କହିଛନ୍ତି କୋହଲି । ଏହି ମ୍ୟାଚ ପାଇଁ ବାଙ୍ଗାଲୋର ଦଳ ଅପରିବର୍ତ୍ତିତ ରହିଛି । ସେପଟେ ସ୍କୋରବୋର୍ଡରେ ବଡ଼ ସ୍କୋର କରି ବାଙ୍ଗାଲୋର ଉପରେ ଚାପ ପକାଇବାକୁ ହାଇଦ୍ରାବାଦ ଚେଷ୍ଟା କରି ବୋଲି କହିଛନ୍ତି କେନ ୱିଲିୟମସନ୍‌ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡ଼ାନ୍ତ ଏକାଦଶ

ବିରାଟ କୋହିଲି, ଦେବଦତ୍ତ ପାଦ୍ଦିକଲ୍‌, ଗ୍ଲେନ ମାକ୍ସୱେଲ୍‌, ଏବି ଡିଭିଲିୟର୍ସ, ଡାନିଏଲ ଖ୍ରୀଷ୍ଟିଆନ, ଶାହବାଜ ଅହମ୍ମଦ, ଶ୍ରୀକର ଭରତ, ଜର୍ଜ ଗାର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜିବେନ୍ଦ୍ର ଚହଲ ।

ସନ୍‌ରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଜେଶନ ରୟ, ରିଦ୍ଧିମାନ ଶାହା, କେନ ୱିଲିୟମସନ୍‌, ପ୍ରିୟମ ଗର୍ଗ, ଅଭିଶେକ ଶର୍ମା, ଅବ୍‌ଦୁଲ ସମାଦ, ଜେଶନ ହୋଲ୍‌ଡର୍‌, ରାଶିଦ ଖାନ, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କାଉଲ, ଉମରାନ ମଲିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 6, 2021, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.