ETV Bharat / sports

IPL Eliminator: ବାଙ୍ଗାଲୋର-କୋଲକାତା ଟକ୍କର

author img

By

Published : Oct 11, 2021, 4:48 PM IST

PREVIEW | Clash of two captains: Kohli's RCB faces Morgan's KKR in IPL Eliminator
IPL Eliminator: ବାଙ୍ଗାଲୋର-କୋଲକାତା ଟକ୍କର

ଶାରଜାହ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତାଧୀନ RCB ଓ ଇଆନ ମୋର୍ଗାନଙ୍କ ନେତୃତ୍ବାଧିନ KKR ମଧ୍ୟରେ ଲଢେଇ ହେବ । ଏହି ମ୍ୟାଚ୍‌ର ବିଜେତା ଟିମ, ଦିଲ୍ଲୀ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ଅନ୍ୟପଟେ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଅଧିକ ପଢନ୍ତୁ...

ଶାରଜାହ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ । ଚେନ୍ନାଇ ସୁପର କିଙ୍ଗ୍ସ ରୂପରେ ଟୁର୍ଣ୍ଣାମେଣ୍ଟକୁ ଫାଇନାଲ ଖେଳିବାକୁ ଯାଉଥିବା ପ୍ରଥମ ଟିମ ମିଳିସାରିଥିବାବେଳେ ଦ୍ବିତୀୟ ଟିମ ପାଇଁ ଲଢେଇ ଜାରି ରହିଛି । ଦୌଡରେ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ୩ଟି ଟିମ ରହିଛନ୍ତି । ତେବେ ସୋମବାର ଗୋଟିଏ ଟିମ ଏହି ଦୌଡରୁ ବାଦ୍‌ ପଡିବ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତାଧୀନ RCB ଓ ଇଆନ ମୋର୍ଗାନଙ୍କ ନେତୃତ୍ବାଧିନ KKR ମଧ୍ୟରେ ଲଢେଇ ହେବ । ଏହି ମ୍ୟାଚ୍‌ର ବିଜେତା ଟିମ, ଦିଲ୍ଲୀ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ଅନ୍ୟପଟେ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

ବିରାଟ କୋହଲି ଆଇପିଏଲର ଚଳିତ ସଂସ୍କରଣ ପରେ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିସାରିଛନ୍ତି । ବର୍ଷ ୨୦୧୬ରୁ ପ୍ରଥମେ ସେ ଟିମର ନେତୃତ୍ବ ଭାର ସମ୍ଭାଳିଥିଲେ ଓ ତାଙ୍କ ସମୟରେ ୨୦୧୫ ଓ ୨୦୨୦ରେ ଟିମ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଫଳରେ ଟିମକୁ ବଡ ସଫଳତା ସହ ଅଧିନାୟକ ଭାର ଛାଡିବା ଲକ୍ଷ୍ୟରେ ରହିଛନ୍ତି କୋହଲି ।

ଅନ୍ୟପଟେ ମୋର୍ଗାନଙ୍କ ପାଇଁ ମଧ୍ୟ ସ୍ଥିତି ଆହ୍ବାନପୂର୍ଣ୍ଣ ରହିଛି । କୋଲକାତା ନାଇଟ ରାଇଡର୍ସର ପୂର୍ବ ଗୌରବ ଓ ସମ୍ମାନ ଫେରାଇଆଣିବା ଚ୍ୟାଲେଞ୍ଜ ରହିଛି। ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ମାତ୍ର ୩ ବର୍ଷ ସମୟ ଅବଧି ମଧ୍ୟରେ ଦୁଇଥର ବର୍ଷ ୨୦୧୨ ଓ ୨୦୧୪ ସଂସ୍କରଣର ଆଇପିଏଲ ଟାଇଟେଲ ବିଜେତା ହୋଇଥିଲା KKR ।

ରେକର୍ଡ ଦୃଷ୍ଟିରୁ ସମାନ ଭାବେ ପ୍ରସ୍ତୁତ ଦୁଇ ଟିମ ମଧ୍ୟରେ ଲଢେଇ ହେବ ମାତ୍ର KKRର ପଲ୍ଲା ସାମାନ୍ୟ ଭାରୀ ରହିଛି । ଉଭୟ ଟିମ ୨୮ ଥର ମୁହାଁମୁହିଁ ହୋଇଥିବାବେଳେ, ୧୫ ଥର ବିଜୟୀ ହୋଇଛି KKR ।

ଅନ୍ୟପଟେ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶେଷ ବଲ୍‌ରେ ବିଜୟ ପରେ RCB କ୍ୟାମ୍ପ୍‌ର ଆତ୍ମବିଶ୍ବାସ ବଢିଛି ।

ମୋର୍ଗାନଙ୍କ ଟିମ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାସଲ କରିଥିବା ୮୬ ରନ୍‌ର ବଡ ବିଜୟଧାରାକୁ ଏଲିମିନେଟର ମ୍ୟାଚ୍‌ରେ ବଜାୟ ରଖିବା ଲକ୍ଷ୍ୟରେ ରହିଛି ।

RCB ପାଖରେ କୋହଲିଙ୍କ ବ୍ୟତୀତ, ଏବି ଡି ଭିଲିୟର୍ସ, ଗ୍ଳେନ ମାକ୍ସୱେଲ, ଦେବଦତ୍ତ ପାଦିକ୍କଲଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି । ଶ୍ରୀକର ଭାରତ ମଧ୍ୟ ଟିମର ଭରସା ଜିତିଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାରତ, ୩ନମ୍ବର ସ୍ଥାନରେ ବ୍ୟାଟିଂ ଆସି ପୂର୍ବ ମ୍ୟାଚ୍‌ରେ ୫୨ ବଲ୍‌ରୁ ୭୮ରନ୍‌ର ଦମଦାର ଇଂନିସ ଖେଳିଥିଲେ । ମାକ୍ସୱେଲ ଚଲିକତ ସଂସ୍କରଣରେ RCB ପାଇଁ ବରଦାନ ସାବ୍ୟସ୍ତ ହୋଇଛନ୍ତି । ଅଷ୍ଟ୍ରେଲୀୟ ପାୱର ହିଟରଙ୍କ ନାମରେ ଟୁର୍ଣ୍ଣାମେଣ୍ଟରେ ଏଯାବତ ୪୯୮ ରନ୍‌ ରହିଛି । ସେହିପରି ବୋଲିଂରେ ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହ୍ୟା-ଟ୍ରିକ୍‌ ୱିକେଟ ସମେତ ୧୪ ମ୍ୟାଚ୍‌ରୁ ୩୦ ୱିକେଟ ହାସଲ କରି ପ୍ରଭାବୀ ରହିଛନ୍ତି । ମହମ୍ମଦ ସିରାଜ ଓ ଜର୍ଜ ଗାର୍ଟନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ୟୁଜଭେନ୍ଦ୍ର ଚହଲ ମଧ୍ୟ ଚଳିତ ସଂସ୍କରଣରେ ୧୬ ୱିକେଟ ହାସଲ କରିସାରିଛନ୍ତି ।

ଅନ୍ୟପଟେ KKR ମଧ୍ୟ ବୋଲିଂରେ ବେଶ ଶକ୍ତିଶାଳୀ ରହିଛି । ଲୁକି ଫର୍ଗୁସନ, ଶିବମ ମାବି, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ଓ ସାକିବ-ଅଲ ହସନଙ୍କ ପ୍ରଦର୍ଶନ ଗତ ମ୍ୟାଚ୍‌ରେ ପ୍ରଭାବୀ ରହିଥିଲା ।

ବ୍ୟାଟିଂରେ ଶୁଭମନ ଗିଲ୍‌, ଭେଙ୍ଗଟସ ଆୟର, ରାହୁତ ତ୍ରିପାଠୀ, ନୀତିଶ ରାଣାଙ୍କ ପ୍ରଦର୍ଶନ ଉପରେ ଟିମ ନିର୍ଭର କରିବ । ତେବେ ଧୀମା ଶାରଜାହ ପିଚ୍‌ରେ ହର୍ଷଲ ପଟେଲଙ୍କ ମାପଚୁପ ବୋଲିଂ ଓ ଚହଲଙ୍କ ଯାଦୁକରୀ ସ୍ପିନକୁ କିପରି ସାମ୍ନା କରୁଛନ୍ତି ତାହା ରୋମାଞ୍ଚକର ହେବ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ନବଦୀପ ସାଇନି, ଗ୍ଳେନ ମାକ୍ସୱେଲ, ଡାନ ଖ୍ରୀଷ୍ଟିଆନ, ରଜତ ପଟିଦାର, ଦୁଷ୍ମନ୍ତ ଚମୀରା, ପବନ ଦେଶପାଣ୍ଡେ, ମହମ୍ମଦ ସିରାଜ, ହର୍ଷଲ ପଟେଲ, ମହମ୍ମଦ ଆଝାରୁଦ୍ଦିନ, ସଚିନ ବେବି, ୱାହିନ୍ଦୁ ହସରଙ୍ଗା, ଜର୍ଜ ଗାର୍ଟନ, ୟୁଜଭେନ୍ଦ୍ର ଚହଲ, ଶାହାବାଜ ଅହମ୍ମଦ, ଦେବଦତ୍ତ ପାଦିକ୍କଲ, କେଲ ଜେମିଏସନ, ସୁୟାସ ପ୍ରଭୁଦେଶାଇ, କେଏଶ ଭାରତ, ଟିମ ଡେଭିଡ, ଆକାଶ ଦୀପ, ଏବି ଡି ଭିଲିୟର୍ସ ।

କୋଲକାତା ନାଇଟ ରାଇଡର୍ସ: ଇଆନ ମୋର୍ଗାନ(କ୍ୟାପେଟନ୍‌), ଦିନେଶ କାର୍ତ୍ତିକ, ଗୁରକିରତ ସିଂ ମନ୍‌, କରୁଣ ନାଏର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଶୁଭମନ ଗିଲ୍‌, ହରଭଜନ ସିଂହ, କମଲେସ ନାଗରକୋଟି, କୁଲଦୀପ ଯାଦବ, ଲୁକି ଫର୍ଗୁସନ, ପବନ ନେଗି, ଏମ ପ୍ରସିଦ୍ଧ କ୍ରୀଷ୍ଣା, ସନ୍ଦୀପ ୱାରିଅର, ଶିବମ ଦୁବେ, ଟିମ ସାଉଦୀ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ, ବେନ କଟିଙ୍ଗ୍‌, ସାକିବ ଅଲ ହସନ, ସୁନୀଲ ନାରିନ, ଭେଙ୍କଟସ ଆୟର, ସେଲଡନ ଜାକସନ, ଟିମ ସୈଫର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.