ETV Bharat / sports

ଆଇପିଏଲ୍‌ରେ ଜିନ୍ଦଲ ଗ୍ରୁପ୍‌ କିଣିବ କଟକ ଟିମ !

author img

By

Published : Oct 21, 2021, 8:32 PM IST

_OCA secretary says will welcome if anyone prepares a IPL team for Cuttack or Odisha
ଆଇପିଏଲ୍‌ରେ ଜିନ୍ଦଲ ଗ୍ରୁପ୍‌ କିଣିବ କଟକ ଟିମ !

ଜିନ୍ଦଲ ଗ୍ରୁପ IPL ଟିମ କିଣିବା ନେଇ OCA ସମ୍ପାଦକ ସଞ୍ଜୟ ବେହେରା କହିଲେ, କେହି ଯଦି କଟକରୁ କିମ୍ବା ଓଡିଶା ଟିମ ପ୍ରସ୍ତୁତ କରେ ସ୍ବାଗତ କରିବୁ । ସବୁ ଦୃଷ୍ଟିକୋଣରୁ ବାରବାଟୀ ହେବ ଆଦର୍ଶ ଭେନ୍ୟୁ । ଅଧିକ ପଢନ୍ତୁ...

କଟକ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ୧୫ତମ ସଂସ୍କରଣ ଅର୍ଥାତ ଆଗାମୀ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ନିଜର ଏକ ଟିମ ପ୍ରସ୍ତୁତ କରିପାରେ ଜିନ୍ଦଲ ଗ୍ରୁପ । ଜିନ୍ଦଲ ଗ୍ରୁପ୍‌ ପର IPL ଟିମ ନେଇ ଚର୍ଚ୍ଚା ଜୋର ଧରିଛି । ଜିନ୍ଦଲ ଯଦି କଟକ ଟିମ ପ୍ରସ୍ତୁତ କରେ ତେବେ ବାରବାଟୀ ହେବ ଆଦର୍ଶ ଭେନ୍ୟୁ ।

ଆସନ୍ତା ସଂସ୍କରଣର IPL ରେ ଦୁଇଟି ନୂଆ ଟିମ ସାମିଲ ହେବା ପାଇଁ ଯାଉଛନ୍ତି । ୮ଟି ବଦଳରେ ୧୦ ଟିମ ଏହି ମେଗା ଟି-୨୦ ଲିଗ୍‌ରେ ଅଂଶଗ୍ରହଣ କରିବେ । ତେବେ ଏହି ଦୁଇ ନୂଆ ଟିମ ଟେଣ୍ଡର ପ୍ରକ୍ରିୟାରେ ସ୍ଥିରହେବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପ୍ରକ୍ରିୟା ଆରମ୍ଭ କରିସାରିଛି ।

ଅନେକ ବଡ଼ ବଡ଼ କମ୍ପାନୀ IPL ଟିମ ମାଲିକାନା ହାତେଇବାକୁ ଆଗ୍ରହୀ ଥିବା ଜଣାପଡିଛି । ଏହି କ୍ରମରେ ଜିନ୍ଦଲ କଟକ ନାମରେ ଏକ ଟିମ କିଣିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି ।

ଏହି ଚର୍ଚ୍ଚା ନେଇ OCA ସଂପାଦକ ସଞ୍ଜୟ ବେହେରା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । 'ଆମେ ବି ଶୁଣୁଛୁ, କିନ୍ତୁ ଏନେଇ ଆମ ସହିତ କେହି ଆଲୋଚନା କରି ନାହାଁନ୍ତି । ଯଦି କେହି କଟକ ବା ଓଡ଼ିଶା ପାଇଁ ଟିମ ପ୍ରସ୍ତୁତ କରନ୍ତି, ଆମେ ତାକୁ ସ୍ବାଗତ କରିବୁ । ବାରବାଟୀ ସବୁ ଦୃଷ୍ଟିକୋଣରୁ ଏକ ଆଦର୍ଶ ଭେନ୍ୟୁ। କଟକ ପାଇଁ ଏକ IPL ଟିମ ଲାଗି ଆମେ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛୁ' କହିଛନ୍ତି ଓଡିଶା କ୍ରିକେଟ ସଂଘର ସମ୍ପାଦକ ।

ପୂର୍ବରୁ ବିଶ୍ବର ଲୋକପ୍ରିୟ ଫୁଟବଲ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଏହି କାରଣରୁ ବୋଧହୁଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସେପ୍ଟେମ୍ବର ୨୧ରେ ଟେଣ୍ଡର ନିମନ୍ତ୍ରଣ(ITT) କିଣିବା ଅବଧିକୁ ଅକ୍ଟୋବର ୫ ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.