ETV Bharat / sports

ମାଳଦୀପରୁ ଇଂଲଣ୍ଡ ଗସ୍ତ କରିବେ IPLରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟର

author img

By

Published : May 12, 2021, 7:20 PM IST

ମାଳଦୀପରୁ ଇଂଲଣ୍ଡ ଗସ୍ତ କରିବେ IPLରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟର
ମାଳଦୀପରୁ ଇଂଲଣ୍ଡ ଗସ୍ତ କରିବେ IPLରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟର

ଚଳିତ ସପ୍ତାହ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ କ୍ରିକେଟର ଇଲଂଣ୍ଡ ଗସ୍ତ କରିବେ । ଏହାକୁ ନେଇ ଦଳର ମୁଖ୍ୟ କୋଚ ଗାରୀ ଷ୍ଟେଡ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ..

ନୂଆଦିଲ୍ଲୀ: ଆଇପିଏଲ 2021 ଅଧାରୁ ସ୍ଥଗିତ ହେବାପରେ ମାଳଦୀପରେ ରହିଥିଲେ ନ୍ୟୁଜିଲାଣ୍ଡ କ୍ରିକେଟର । ତେବେ ସେଠାରେ କ୍ବାରେଣ୍ଟିନ ଅବଧି ଶେଷ କରିବା ପରେ ଚଳିତ ସପ୍ତାହ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ କ୍ରିକେଟର ଇଲଂଣ୍ଡ ଗସ୍ତ କରିବେ । ଏହାକୁ ନେଇ ଦଳର ମୁଖ୍ୟ କୋଚ ଗାରୀ ଷ୍ଟେଡ ସୂଚନା ଦେଇଛନ୍ତି । ଅଧିନାୟକ କେନ ୱିଲିୟମଙ୍କ ସହ 4 ଜଣ କ୍ରିକେଟର ମାଳଦୀପରେ କ୍ବାରେଣ୍ଟିନରେ ରହିଥିଲେ ।

ଇଂଲଣ୍ଡ ସହ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ ନ୍ୟୁଜିଲାଣ୍ଡ । ଆଇପିଏଲ ସ୍ଥଗିତ ହେବାପରେ କେନ ୱିଲିୟମ, ମିଚେଲ ସାଣ୍ଟନର, କାୟର ଜାମିସନ ଓ ଫିଜିଓ ଟମି ସିମସେକ ମାଳଦୀପରେ ଆଇସୋଲେସନରେ ରହିଥିଲେ । ଜୁନ 2 ତାରିଖରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହାପରେ ଭାରତ ବିପକ୍ଷରେ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ ।

ତେବେ ମାଳଦୀପକୁ ମଧ୍ୟ କୋରୋନା ସଂକ୍ରମଣ ଯୋଗୁଁ ଇଂଲଣ୍ଡ ସରକାର ରେଡ୍ ଲିଷ୍ଟରେ ସାମିଲ କରିଛନ୍ତି । ଏଥିପାଇଁ ନ୍ୟୁଜିଲାଣ୍ଡ କ୍ରିକେଟର ସିଧାସଳଖ ଇଂଲଣ୍ଡ ଯାତ୍ରା କରିପାରିବେ ନାହିଁ । ଏହାସହ ଇଂଲଣ୍ଡରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ପୁନଃ କ୍ବାରେଣ୍ଟିନରେ ରହିବାକୁ ହେବ । ସେପଟେ ଆଇପିଏଲ ସ୍ଥଗିତ ହେବା ପରେ ଟ୍ରେଣ୍ଟ ବୋଲ୍ଟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ସେ ଦୁଇ ଟିକିଆ ଟେଷ୍ଟ ସିରିଜରେ ସାମିଲ ହୋଇ ପାରିବେ ନାହିଁ । ଭାରତ ବିପକ୍ଷରେ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ସେ ଯୋଗ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.