ETV Bharat / sports

ସର୍ଜରୀ ପାଇଁ ବିଦେଶ ଯାଇ କ୍ଲବରେ ପାର୍ଟି କରୁଛନ୍ତି ରାହୁଲ, ଟ୍ରୋଲ କଲେ ଫ୍ୟାନ୍ସ

author img

By

Published : May 29, 2023, 6:51 AM IST

ଷ୍ଟ୍ରିପ୍‌ କ୍ଲବ୍‌ର ଫଟୋ ସେୟାର କରି ଟ୍ରୋଲ ହେଲେ ରାହୁଲ
ଷ୍ଟ୍ରିପ୍‌ କ୍ଲବ୍‌ର ଫଟୋ ସେୟାର କରି ଟ୍ରୋଲ ହେଲେ ରାହୁଲ

ଆଇପିଏଲ ମ୍ୟାଚ୍‌ ସମୟରେ ଆହତ ହୋଇ ଅସ୍ତ୍ରୋପଚାର ପାଇଁ ବିଦେଶରେ ଅଛନ୍ତି କେଏଲ ରାହୁଲ । ଏହାରି ମଧ୍ୟରେ ଏକ କ୍ଲବରେ ପାର୍ଟି କରୁଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କ ଆକ୍ରଶର ଶିକାର ହୋଇଛନ୍ତି ଷ୍ଟାର ଦମ୍ପତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର କେଏଲ ରାହୁଲ ଆଇପିଏଲରେ ଆହତ ହେବା ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟ୍‌କା । ବିଶେଷ କରି ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଖେଳିବାକୁ ଥିବାରୁ, ଏହି ସମୟରେ ସେ ଆହତ ହୋଇ ଦଳରୁ ବାଦ ପଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ଆଲୋଚନା ହେଉଛି । ତେବେ ସେ ଅସ୍ତ୍ରୋପଚାର ପାଇଁ ଏବେ ବିଦେଶ ଗସ୍ତରେ ଅଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

କେଏଲ୍‌ ରାହୁଲ ଏବେ ଇଂଲଣ୍ଡରେ ଅଛନ୍ତି । କିଛି ସପ୍ତାହ ପୂର୍ବରୁ ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ରାହୁଲଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍‌ ବେଳେ ରାହୁଲ ଏକ କ୍ୟାଚ୍‌ ଧରିବାକୁ ଯାଇ ତାଙ୍କ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା । ଏହାପରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଖେଳିପାରି ନଥିଲେ । ଏହା ସହିତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ପାଇଁ ଘୋଷିତ ଭାରତୀୟ ଦଳରୁ ମଧ୍ୟ ବାଦ ପଡ଼ିଥିଲେ ରାହୁଲ । ଯାହା ବିସିସିଆଇର ଚିନ୍ତା ବଢ଼ାଇ ଦେଇଥିଲା । ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର ପାଇଁ ସେ ଲଣ୍ଡନ ଯାଇଥିଲେ । ସେଠାରେ ସଫଳତାର ସହ ସର୍ଜରୀ ହୋଇଥିବା ନେଇ ମଧ୍ୟ ରାହୁଲ ନିଜେ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ଫଟୋ ସେୟାର କରି ସୂଚନା ଦେଇଥିଲେ ।

ଏହାପରେ ସୋସିଆଲ ମିଡିଆରେ ରାହୁଲ ଓ ତାଙ୍କ ନବବିବାହିତା ପତ୍ନୀ ଆଥିୟା ସେଟ୍ଟୀଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଲଣ୍ଡନ ସ୍ଥିତ ଏକ ଷ୍ଟ୍ରିପ୍‌ କ୍ଲବ୍‌ର ବୋଲି କିଛି ମିଡିଆ ଦାବି କରିଛନ୍ତି । ତେବେ ଯେତେବେଳେ ତାଙ୍କ ପତ୍ନୀ ଆଥିୟା ଫଟୋ ସେୟାର କରି ଭିଡିଓରେ ରାହୁଲ ହିଁ ଥିଲେ ବୋଲି ସ୍ପଷ୍ଟ କରିଥିଲେ, ସେତେବେଳେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ । ହେଲେ ସ୍ବାମୀଙ୍କ ସପକ୍ଷରେ ବାହାରିଛନ୍ତି ପତ୍ନୀ ଆଥିୟା ।

ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ବିବୃତି ଜାରି କରି ସେ କହିଛନ୍ତି, "ମୁଁ ସବୁବେଳେ ଚୁପ୍‌ ରହିବା ପାଇଁ ପସନ୍ଦ କରେ । କେବେ କିଛି ପ୍ରତିକ୍ରିୟା ରଖେ ନାହିଁ । ହେଲେ ବେଳେବେଳେ ନିଜ ପାଇଁ ନିଜେ ଛିଡ଼ା ହେବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ମୁଁ, ରାହୁଲ ଓ ଆମ ସାଙ୍ଗମାନେ ଆମର ନୀତିଦିନିଆ ସ୍ଥାନକୁ ଯାଇଥାଉ । ତେଣୁ ଏସବୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ । କିଛି ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.