ETV Bharat / sports

IPL 2021 Final: କୋଲକାତା କ୍ୟାମ୍ପ୍‌ରୁ ଚେନ୍ନାଇକୁ ଚେତାବନୀ

author img

By

Published : Oct 15, 2021, 5:16 PM IST

IPL2021 final: We've got nothing to lose lads and that makes us dangerous, says McCullum
IPL 2021 Final: କୋଲକାତା କ୍ୟାମ୍ପ୍‌ରୁ ଚେନ୍ନାଇକୁ ଚେତାବନୀ

IPL 2021ର ଫାଇନାଲ ମୁକାବିଲା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(KKR) ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମାକ୍ୟୁଲମଙ୍କ ବଡ ବୟାନ । ଅଧିକ ପଢନ୍ତୁ...

ଦୁବାଇ: ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2021ର ଫାଇନାଲ ମୁକାବିଲା । ତେବେ ଏହି ହାଇଭୋଲଟେଜ ଟକ୍କର ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(KKR) ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମାକ୍ୟୁଲମଙ୍କ ବଡ ବୟାନ ସାମ୍ନାକୁ ଆସିଛି । ମାକ୍ୟୁଲମ କହିଛନ୍ତି, କୋଲକାତା ପାଖରେ ଫାଇନାଲରେ ହାରିବାକୁ କିଛି ନାହିଁ, ଯାହା ଟିମକୁ ଅଧିକ ବିପଦଜ୍ଜନକ କରିବ । ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ(CSK) ବିପକ୍ଷରେ IPL 2021 ଫାଇନାଲ ମୁକାବିଲା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ(KKR) ଖେଳାଳିଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ରଖିଛନ୍ତି ।

IPL ୨୦୨୧ର ପ୍ରଥମ ପର୍ଯ୍ୟାୟରେ ମାତ୍ର ଦୁଇଟି ମ୍ୟାଚ୍‌ ଜିତିଥିଲା KKR । ମାତ୍ର UAE ଲିଗ୍‌ରେ ଦମଦାର ପ୍ରଦର୍ଶନ ସହ ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC)କୁ ହରାଇ ଫାଇନାଲ ଟିକେଟ ହାତେଇଥିଲା ।

ଫାଇନାଲ ମ୍ୟାଚ୍‌ ପୂର୍ବରୁ ମ୍ୟାକ୍ୟୁଲମ ଖେଳାଳିମାନଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି ।

କୋଚ୍‌ ମ୍ୟାକ୍ୟୁଲମ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମନେପକାଅ ସେ ୫ ସପ୍ତାହର ସମୟକୁ, ୭ଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହିତ ଆମେ ଟ୍ରଫି ପାଖରେ ଠିଆହୋଇଛନ୍ତି । ସ୍ମରଣ କର ସେହି ଯାତ୍ରାକୁ । ଆସନ୍ତାକାଲି ତୁମେ କହିବାକୁ ଯାଉଥିବା ସେ କାହାଣୀକୁ ମନେପକାଅ । ଟୁର୍ଣ୍ଣାମେଣ୍ଟରେ ଯେପରି ଯାତ୍ରା ରହିଛି, ଯାହା ଅଭିଜ୍ଞତା ମିଳିଛି ସବୁ ସାମ୍ନାରେ ଅଛି । ସମାନ ଢଙ୍ଗରେ ଶେଷ ପ୍ରଦର୍ଶନ କରିବାକୁ ହେବ । ଆମ ପାଖେ ହାରିବାକୁ କିଛି ନାହିଁ, ଯାହା ଆମକୁ ଅଧିକ ଘାତକ କରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.