ETV Bharat / sports

ଆଇପିଏଲ୍‌ ଟିମକୁ ମିଳିବ ୪ଟି ରିଟେନସନ୍‌ ଅନୁମତି !

author img

By

Published : Oct 22, 2021, 5:48 PM IST

IPL teams set to be allowed 4 retentions
ଆଇପିଏଲ୍‌ ଟିମକୁ ମିଳିବ ୪ଟି ରିଟେନସନ୍‌ ଅନୁମତି !

ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଆଇପିଏଲର ୧୫ତମ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୨ରେ ସାମିଲ ହେବାକୁ ଯାଉଛନ୍ତି ଆଉ ଦୁଇଟି ନୂଆ ଟିମ । ଆଗାମୀ ବର୍ଷ ଠାରୁ ୮ଟି ଟିମ ପରିବର୍ତ୍ତେ ଟୁର୍ଣ୍ଣାମେଣ୍ଟରେ ୧୦ ଟିମ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ । ଅଧିକ ପଢନ୍ତୁ...

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPl)ର ହେବାକୁ ଯାଉଛି ନବକଳେବର । ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଆଇପିଏଲର ୧୫ତମ ସଂସ୍କରଣ ଅର୍ଥାତ ଆଇପିଏଲ ୨୦୨୨ରେ ସାମିଲ ହେବାକୁ ଯାଉଛନ୍ତି ଆଉ ଦୁଇଟି ନୂଆ ଟିମ । ଆଗାମୀ ବର୍ଷ ଠାରୁ ୮ଟି ଟିମ ପରିବର୍ତ୍ତେ ଟୁର୍ଣ୍ଣାମେଣ୍ଟରେ ୧୦ ଟିମ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ ।

ତେବେ ମେଗା ନିଲାମ ପୂର୍ବରୁ କେତେଜଣ ଖେଳାଳିଙ୍କୁ ଗୋଟିଏ ଟିମ ରଖିପାରିବେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି ।

ଏନେଇ ଏକ ପ୍ରମୁଖ ସ୍ପୋର୍ଟ୍ସ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂରୂଣା ୮ଟି ଫ୍ରାଞ୍ଜାଇଜକୁ ୪ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ମିଳିବ । ପ୍ରକାଶିତ ରିପୋର୍ଟ ଅନୁଯାୟୀ, UAEରେ ସଦ୍ୟ ସମାପ୍ତ IPL ସଂସ୍କରଣ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ IPL ଟିମର ପ୍ରତିନିଧିଙ୍କ ମଧ୍ୟରେ ଗୋଟିଏ ଫ୍ରାଞ୍ଜାଇଜ କେତେ ସଂଖ୍ୟକ ଖେଳାଳିଙ୍କୁ ରିଟେନ କରିବେ ସେନେଇ ଅନୌପଚାରିକ ଚର୍ଚ୍ଚା ହୋଇଥିଲା । ଏଥିରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ ।

୩ଜଣ ଭାରତୀୟ ଖେଳାଳି କିମ୍ବା ଦୁଇ ଜଣ ବିଦେଶୀ ଖେଳାଳି ସମୀକରଣ ସହ ରିଟେନସନର ସଂଖ୍ୟା ୪ରୁ ଅଧିକ ନ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ତେବେ ଏନେଇ ଆନୁଷ୍ଠାନିକ ରିଟେନସନ ନିୟମ ଅକ୍ଟୋବର ୨୫ ସୁଦ୍ଧା ଦୁବାଇରେ ଘୋଷଣା ହେବାନେଇ ସମ୍ଭାବନା ରହିଛି ।

ଯଦି ପ୍ରକାଶିତ ରିପୋର୍ଟ ଅନୁଯାୟୀ ରିଟେନସନ ନିୟମ ଘୋଷଣା ହୁଏ, ତେବେ ଆଇପିଏଲରେ ଏହା ବଡ ପ୍ରଭାବ ପକାଇବ । କାରଣ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ରିଟେନ କରିବ ବୋଲି ସ୍ପଷ୍ଟ କରିସାରିଛି । ମାଲିକ ଏନ ଶ୍ରୀନିବାସନ ନିଜେ ସ୍ପଷ୍ଟ କରିସାରିଛନ୍ତି ଯେ, "ଧୋନି CSK, ଚେନ୍ନାଇ ଓ ତାମିଲନାଡୁର ଏକ ଅଂଶ । ଧୋନିଙ୍କ ବିନା CSK ଓ CSK ବିନା ଧୋନିଙ୍କ ପରିକଳ୍ପନା କରାଯାଇ ନପାରେ । ଫ୍ରାଞ୍ଜାଇଜର ପ୍ରଥମ ରିଟେନସନ ନିୟମନ ଧୋନିଙ୍କ ପାଇଁ ଲାଗୁ ହେବ ।"

ଏପରି ସ୍ଥଳେ ରବିନ୍ଦ୍ର ଜାଡେଜା ଓ ଋତୁରାଜ ଗାଏକ୍ବାଡଙ୍କ ରୂପରେ ଦୁଇ ଭାରତୀୟ ଖେଳାଳିଙ୍କୁ CSK ରିଟେନ କରିପାରେ । ଏହି ସମୀକରଣ ହେଲେ ବିଦେଶୀ ଖେଳାଳି ଭାବେ ଡିଜେ ବ୍ରାଭୋ ଓ ଫାଫ୍‌ ଡୁପ୍ଲେସିସଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ହେବ । ଯାହାକି ଫ୍ରାଞ୍ଜାଇଜ ପାଇଁ ମୁସ୍କିଲ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.