ETV Bharat / sports

IPL Eliminator: ସୁନୀଲ ନାରିନଙ୍କ୍‌ ଘାତକ ବୋଲିଂରେ ଧରାଶାୟୀ RCB

author img

By

Published : Oct 11, 2021, 9:19 PM IST

Updated : Oct 11, 2021, 9:28 PM IST

IPL Eliminator: Sunil Narine shines as KKR Restrict RCB at 138/7
IPL Eliminator: ସୁନୀଲ ନାରିନଙ୍କ୍‌ ଘାତକ ବୋଲିଂରେ ଧରାଶାୟୀ RCB

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଛି । KKR ସାମ୍ନାରେ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଶାରଜାହ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଏଲିମିନେଟର ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ RCB କ୍ୟାପଟେନ ବିରାଟ କୋହଲି । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଛି ବାଙ୍ଗାଲୋର । କ୍ବାଲିଫାୟର ୨ ମୁକାବିଲା ଖେଳିବାକୁ KKR ସାମ୍ନାରେ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

RCB ପକ୍ଷରୁ କ୍ୟାପଟେନ ବିରାଟ କୋହଲି ୩୩ ବଲ୍‌ରୁ ୫ ଚୌକା ସହାୟତାରେ ସର୍ବାଧିକ ୩୯ ରନ୍‌ର ଇଂନିସ ଖେଳିଛନ୍ତି । ଦେବଦତ୍ତ ପାଦିକ୍କଲ ୨୧ ଓ ଗ୍ଳେନ ମାକ୍ସୱେଲ ୧୫ ରନ୍‌ କରିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ମାତ୍ର ୧୧ ରନ୍‌ କରିଛନ୍ତି । ଭେଟେରାନ ସ୍ପିନର ସୁନିଲ ନାରିନ ଘାତକ ବୋଲିଂ ସହ RCB ବ୍ୟାଟରଙ୍କୁ ପରାସ୍ତ କରିଥିଲେ । ନାରିନ ୪ ଓଭର ବୋଲିଂ କରି ୨୧ ରନ୍‌ ବ୍ୟୟରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ଲୋକି ଫର୍ଗୁସନ ମଧ୍ୟ ୪ ଓଭରରେ ୩୦ ରନ୍‌ ବ୍ୟୟରେ ୨ଟି ୱିକେଟ ହାତେଇଥିଲେ । ବରୁଣ ଚକ୍ରବର୍ତ୍ତୀ, ଶିବମ ମାବି ଓ ସାକିବ ଅଲ ହାସନ ମାପିଚୁପି ବୋଲିଂ କରିଥିଲେ । ଫଳରେ କୌଣସି RCB ବ୍ୟାଟର ବଡ ସଟ୍‌ ଖେଳିବାରେ ସଫଳ ହୋଇନଥିଲେ । ଶାରଜାହର ଧୀମା ପିଚ୍‌ ମଧ୍ୟ ବୋଲର୍‌ଙ୍କୁ ସୁହାଇଥିଲା ।

ଏହି ମ୍ୟାଚ୍‌ର ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବ ଓ ବିଜେତା ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ କ୍ବାଲିଫାୟର ୨ ମ୍ୟାଚ୍‌ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 11, 2021, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.